ବନ ଗହନ ଗାଥା

ରାଧାମୋହନ ମହାପାତ୍ର

 

ଯଦି ଜନ୍ମ ସତ୍ୟ, ମୃତ୍ୟୁ ଯେତେ ନିଦାରୁଣ ହେଲେ ବି ଧ୍ରୁବ ସତ୍ୟ। ଏଇ ଜନ୍ମ ମୃତ୍ୟୁ ସହିତ ବନ ଖୁବ୍‌ ଭାବେ ଜଡ଼ିତ। ମଣିଷ ଯେତେବେଳେ ଜନ୍ମ ନିଏ ଏକ ନିଷ୍ପାପ ନିର୍ଭରଶୀଳ ଶିଶୁଟିଏ ହୋଇ ତା’ର ଅଭିଭାବକ ତା’ ସାମ୍ନାରେ ଉହ୍ମେଇ ଭିତରକୁ ପ୍ରଥମ କରି ଯୋଗାଡ଼ କରିଦିଏ ଜାଳେଣି କାଠ କେଇଖଣ୍ଡି। ଦୁନିଆ ଆଖିରେ ଅନ୍ତୁଡି ହୋଇ ସେ ଜଳେ। (ଅବଶ୍ୟ ଆଧୁନିକ ଯୁଗରେ ଅନ୍ତୁଡ଼ିଶାଳର ଉହ୍ମେଇ ଅତୀତ ହୋଇଗଲାଣି। କିନ୍ତୁ ମଣିଷ ପରିଚିତ ଦୁନିଆକୁ ଛାଡ଼ି ଗଲାବେଳେ ପଛରେ ରହିଯାଏ ସବୁ, ଆଗରେ ରହେ କାଠ କେତୋଟି, ଜୁଇରେ ଯାହା ଜଳେ। ବାକି ଏ ଦୁଇଟିର ମଧ୍ୟବର୍ତ୍ତୀ ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ମଧ୍ୟ ଦାୟୀ ରହେ ବୃକ୍ଷ। ସୃଷ୍ଟି ସଭ୍ୟତାର ଆରମ୍ଭ ହେଉଛି ଗଛମୂଳ ଓ ନଦୀକୂଳରୁ। ଧର୍ମ ବିଶ୍ୱାସୀ ଭାରତବାସୀ ଆମେ। ଆମର ପୁରାଣ ଶୁଣାଏ, ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କର ଚଉଦବର୍ଷ ବନବାସ, ଅଶୋକ ବନରେ ସୀତା, ପଣ୍ଡୁ ପୁତ୍ରଙ୍କର ଆତ୍ମଗୋପନ, ଅରଣ୍ୟରେ ଅଜ୍ଞାତବାସ କଥା, ଏମିତି କେତେ କ’ଣ।
ଅରଣ୍ୟ ହିଁ ପ୍ରାକୃତିକ ଅମୂଲ୍ୟ ସମ୍ପଦ ଏବଂ ମାନବ ସମାଜ ପ୍ରତି ମହାର୍ଘ ଉତ୍ସର୍ଗ। ଇତିହାସ ସୂଚନା ଦିଏ ଯେ ଯେଉଁ ରାଷ୍ଟ୍ର ପ୍ରାକୃତିକ ବିଭବରେ ଯେତେ ପରିପୂର୍ଣ୍ଣ, ସେହି ରାଷ୍ଟ୍ର ସେ ସବୁର ସଦ୍‌ବିନିଯୋଗରେ ସେତେ ସମୃଦ୍ଧିଶାଳୀ। ଭୂଗୋଳ ପ୍ରମାଣ କରେ ଖଣି, ଜଳ ସମ୍ପଦ ଇତ୍ୟାଦି ଭଳି ବନ ସମ୍ପଦରେ ଭାରତବର୍ଷର ସ୍ଥାନ ବିଶ୍ୱ ମାନଚିତ୍ରରେ ସ୍ବତନ୍ତ୍ର। ଭାରତବର୍ଷ ପର୍ଯ୍ୟନ୍ତ ଆଲୋଚନା ବିସ୍ତୃତ କରିବା ଏ ଲେଖକ ପାଖେ ବଡ଼ ବ୍ୟାପକ ଓ ଧୃଷ୍ଟତା ହେବ, ବରଂ ଓଡ଼ିଶା ପ୍ରତି ପାଠକମାନଙ୍କର ସମ୍ୟକ୍‌ ଧ୍ୟାନ ଆକର୍ଷଣ କରିବାକୁ ଯଥେଷ୍ଟ ସମୀଚୀନ ମନେକରୁଛି।
ସଭ୍ୟତାର ଚେହେରା ବଦଳିଛି, ସମାଜର ସ୍ବରୂପରେ ପରିବର୍ତ୍ତନ ଘଟିଛି, ଦେଶ ବର୍ତ୍ତମାନ ବନ ବିରଳ ଓ ଜନବହୁଳ ଆଡକୁ ମୁହାଁଇଛି, ନିଘଞ୍ଚ ଜଙ୍ଗଲ ସଫାହୋଇ ସେଠାରେ ମୁଣ୍ଡ ଟେକିଛି ବସ୍ତୁବାଦୀ ସଭ୍ୟତା ଓ ସହର। ସହରୀ ସଭ୍ୟତାର ଚଞ୍ଚୁ ଭିତରେ ବହୁ ଗ୍ରାମ, ଘନ ଅରଣ୍ୟ କାଳକ୍ରମେ ଅବକ୍ଷୟ ହେବାରେ ଲାଗିଛି। ମଣିଷର ଚାହିଦା ବଢ଼ିଛି। ତା’ ସାଙ୍ଗକୁ ଶିଳ୍ପ, ଖଣି ଓ ବାସଗୃହ ସକାଶେ ପ୍ରତିଦିନ ବଳି ପଡୁଛନ୍ତି ବୃକ୍ଷ। ଓଡ଼ିଶା ରିମୋଟ ସେନ୍‌ସିଂ ଆପ୍ଲିକେଶନ ସେଣ୍ଟର (ଓଆର୍‌ଏସ୍‌ଏସି) ପକ୍ଷରୁ କରାଯାଇଥିବା ସର୍ଭେର ତଥ୍ୟ ଅନୁଯାୟୀ ଓଡ଼ିଶାର ୧, ୫୫, ୪୦୦ ବର୍ଗ କିଲୋମିଟର ଆୟତନରୁ ୧୯୬୦ ମସିହା ବେଳକୁ ଜଙ୍ଗଲ ଅଞ୍ଚଳ ଥିଲା ୬୬, ୪୦୦ ବର୍ଗ କିଲୋମିଟର। ଏଥିମଧ୍ୟରୁ କେବଳ କୋରାପୁଟ, କଳାହାଣ୍ଡି, ସମ୍ବଲପୁର ଓ ଫୁଲବାଣୀ ଜିଲାରେ ଥିଲା ୩୫, ୦୦୦ ବର୍ଗ କିଲୋମିଟର ଅଞ୍ଚଳ। ୧୯୭୦ ମସିହାର ସରକାରୀ ବିବରଣୀ ଅନୁଯାୟୀ ରାଜ୍ୟରେ ୩୮.୪୮% (ପ୍ରାୟତଃ ୫୯, ୮୦୦ ବର୍ଗ କିଲୋମିଟର) ଅରଣ୍ୟ ଥିଲା। ଉପଗ୍ରହର ଫଟୋଚିତ୍ର ଏବଂ କମ୍ପ୍ୟୁଟର ଇଣ୍ଟରନେଟ୍‌ ଦ୍ୱାରା ସଂଗୃହୀତ ବିବରଣୀରୁ ‘ଓରସାକ୍‌’ର ବିଶେଷଜ୍ଞମାନେ ଜାଣିପାରିଛନ୍ତି ଯେ, ୧୯୭୨ରୁ ୭୫ ମସିହା ମଧ୍ୟରେ ଓଡ଼ିଶାର ୩୧.୦୬ ଭାଗ ଜମିରେ ଅର୍ଥାତ୍‌ ୪୮, ୩୦୦ ବର୍ଗ କିଲୋମିଟର ପରିମିତ ଜଙ୍ଗଲ ରହିଥିଲା। ପୁନଶ୍ଚ ଏହା କମି ଆସି ୧୯୮୦-୮୧ ମସିହା ବେଳକୁ ଏହା ୩୯, ୪୦୦ ବର୍ଗ କିଲୋମିଟରରେ ସୀମିତ ଥିଲା। ବର୍ତ୍ତମାନ ଏହା ପୁନଶ୍ଚ କମିଆସି ୩, ୩୦୦ ବର୍ଗ କିଲୋମିଟର ମଧ୍ୟରେ ସୀମିତ।
ବିଗତ ୪୦ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରାୟ ୩୫, ୦୦୦ ବର୍ଗ କିଲୋମିଟର ଜମିରୁ ଜଙ୍ଗଲ ଧ୍ୱଂସ ପାଇବା ବାସ୍ତବିକ ବନ ବିପର୍ଯ୍ୟୟର ଦାରୁଣ ଉଦ୍‌ବେଗର ସୂଚନା ଦିଏ। ଏକ ଗମ୍ଭୀର ପରିବେଶ ପ୍ରୀତି ଆଗାମୀ ବଂଶଧରମାନଙ୍କ ସୁସ୍ଥ ଜୀବନଧାରା ଚାଲେଞ୍ଜ କଲାବେଳେ ଅଚିନ୍ତ, ଅବିଚାରିତ, ଅପରିଣାମଦର୍ଶୀ ଜନମାନସକୁ ନିର୍ଭରଯୋଗ୍ୟ କର୍ତ୍ତବ୍ୟବୋଧ ଓ ନିଶ୍ଚିତ ସଚେତନତା ଦାବି କଲେ। ସମ୍ପ୍ରତି ଜନବିସ୍ଫୋରଣ, କ୍ରମାଗତ କାଷ୍ଠଚାହିଦା ଏବଂ ଦୁର୍ବଳ ଜନସଚେତନତା ମୁଖ୍ୟତଃ ଆଜିର ପରିବେଶ ପ୍ରାକୃତିକ ଭାରସାମ୍ୟହୀନତା ଓ ଦ୍ରୁତ ବନ ବିତ୍ପାତ ପାଇଁ ଦାୟୀ। ମାନବ ବିନା ବୃକ୍ଷ ବଞ୍ଚିପାରେ, କିନ୍ତୁ ବୃକ୍ଷ ବ୍ୟତିରେକେ ମଣିଷ ବଞ୍ଚିବା ଅସମ୍ଭବ। ଖାଦ୍ୟ, ଔଷଧ, ବସ୍ତ୍ର, ବାସଗୃହ, ମୃତ୍ତିକା ସଂରକ୍ଷଣ, ବାୟୁ ବିଶୁଦ୍ଧୀକରଣ, ପରିବେଶ ସୁରକ୍ଷା ଇତ୍ୟାଦି ଜୀବଜଗତର ବିଭିନ୍ନ ବିଭବ ଉପରେ ବୃକ୍ଷ ନିଜର ପ୍ରଭାବ ଜାହିର କରି ରଖିଛି ଓ ରଖିଥିବ।
ବୁଦ୍ଧେଶ୍ୱରୀ, ମୋ:୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri