Posted inଖେଳ

ନିର୍ଣ୍ଣାୟକ ଟି୨୦ ମୁକାବିଲା: ଲକ୍ଷ୍ୟ ସିରିଜ ବିଜୟ

ଅହମଦାବାଦ,୨୦।୩(ପି.ଟି.): ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ଟି୨୦ ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛନ୍ତି। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ସିରିଜ ଏବେ ୨-୨ ବରାବର ସ୍ଥିତିରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଉଭୟ ଦଳ ପରସ୍ପରକୁ ଭେଟିବେ। ପ୍ରତିକୂଳ ପରସ୍ଥିତିରେ ଦମ୍‌ଦାର ପ୍ରଦର୍ଶନ କରି ଚତୁର୍ଥ ଟି୨୦ରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ତା’ର ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିଛି। ସିରିଜରେ ଏପର୍ଯ୍ୟନ୍ତ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛି। ଟସ୍‌ ହାରିଥିଲେ ମଧ୍ୟ ଭାରତ ବିଜୟୀ ହୋଇଛି। ଅନ୍ତିମ ମୁକାବିଲା ଜିତି ଉଭୟ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି।
ସିରିଜରେ ଭାରତ ଏପର୍ଯ୍ୟନ୍ତ ନୂତନ ତଥା ନିର୍ଭୀକ ଖେଳ ଉପରେ ଅଧିକ ଧ୍ୟାନ ଦେଇଛି। ଅନ୍ତିମ ମୁକାବିଲାର ଫଳାଫଳ ଯାହା ହେଉନା କାହିଁକି ଭାରତ ଆଗକୁ ଘରୋଇ ପରିବେଶରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସବୁ ପ୍ରକାର ସ୍ଥିତିରେ ଆକ୍ରମଣ କରିବାର କ୍ଷମତା ରଖୁ ନ ଥିଲା। ତେବେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଆବିଷ୍କାର ପରେ ଭାରତୀୟ ଟିମ୍‌ ମାନେଜମେଣ୍ଟର ଚିନ୍ତା ନିଶ୍ଚିତ ଭାବେ କମ୍‌ ହୋଇଥିବ। ଏହି ଦୁଇ ଖେଳାଳି ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରି ନିଜ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଇଛନ୍ତି। ୩ ନମ୍ବରରେ ବ୍ୟାଟିଂ କରି ସୂର୍ଯ୍ୟକୁମାର ୩୧ ବଲରୁ ୬ ଚୌକା ଓ ୩ ଛକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହା କୋହଲିଙ୍କୁ ମଧ୍ୟ ପ୍ରଭାବିତ କରିଛି। ଦିନିକିଆ ସିରିଜ ପାଇଁ ଘୋଷିତ ଦଳରେ ମଧ୍ୟ ସୂର୍ଯ୍ୟକୁମାରଙ୍କୁ ସ୍ଥାନ ମିଳିଛି। ସୂର୍ଯ୍ୟକୁମାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କୋହଲି। ଦଳରେ ସ୍ଥାନ ପାଇଥିବା ହରିୟାଣା ଅଲରାଉଣ୍ଡର ରାହୁଲ ଟଓ୍ବୋଟିଆ ଏପର୍ଯ୍ୟନ୍ତ ସୁଯୋଗ ପାଇନାହାନ୍ତି। ଅନ୍ତିମ ମ୍ୟାଚ୍‌ରେ ତାଙ୍କୁ ପଦାର୍ପଣ କରିବାର ସୁଯୋଗ ଦିଆଯିବ ବୋଲି ଆଶା କରାଯାଉଛି। ପୁଣି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂରେ ପ୍ରଭାବୀ ସାବ୍ୟସ୍ତ ହେବା ମଧ୍ୟ ଭାରତ ପାଇଁ ଏକ ବଡ଼ କଥା। ଗତ ମ୍ୟାଚ୍‌ରେ ସେ ୪ ଓଭର ବୋଲିଂ କରି ୧୬ ରନ ଦେବା ସହ ୨ଟି ମୂଲ୍ୟବାନ ଉଇକେଟ ଅକ୍ତିଆର କରିଥିଲେ। ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ସୁଯୋଗ ପାଇଥିବା ରାହୁଲ ଚହର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ତେବେ ଓ୍ବାଶିଂଟନ ସୁନ୍ଦର ଆଶାନୁରୂପ ସଫଳତା ହାସଲ କରି ନ ଥିଲେ। କ୍ରମାଗତ ଭାବେ ବିଫଳ ହେଉଥିବା ଲୋକେଶ ରାହୁଲ ଚମକ ଦେଖାଇବେ ବୋଲି ଆଶା କରାଯାଉଛି। କାକର ସମସ୍ୟା ସତ୍ତ୍ୱେ ଭାରତ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର ହାସଲ କରିବା କୋହଲିଙ୍କୁ ସନ୍ତୁଷ୍ଟ କରିଥିବ।
ଅପରକ୍ଷରେ ଇଂଲଣ୍ଡ ଜୋଶ ବଟଲର ଓ ୧ ନମ୍ବର ବ୍ୟାଟ୍ସମ୍ୟାନ ଡାଓ୍ବିଡ ମଲାନ ପୂର୍ବପରି ଧୂଆଁଧାର ବ୍ୟାଟିଂ କରିବେ ବୋଲି ଆଶା କରୁଛି। ଦୁଇ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ ଏପର୍ଯ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। କ୍ରିସ୍‌ ଜୋର୍ଡାନ ମଧ୍ୟ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି। ତେବେ ଚତୁର୍ଥ ଟି୨୦ରେ ସେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ। ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଆମେ ଖେଳ ଜାରି ରଖିଛୁ ଓ ଅଧିକରୁ ଅଧିକ ଶିକ୍ଷା କରିବାକୁ ପ୍ରୟାସ କରୁଛି। ତେବେ ମ୍ୟାଚ୍‌ ସହ ସିରିଜ ଜିତିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି। କଳା ଓ କଠିନ ଏହି ଉଇକେଟ ସିରିଜର ଶ୍ରେଷ୍ଠ ବ୍ୟାଟିଂ ପିଚ୍‌ ସାବ୍ୟସ୍ତ ହେବ। ମ୍ୟାଚ୍‌ର ଶେଷ ଆଡକୁ କାକର ସମସ୍ୟା ଟସ୍‌ ହାରିବା ଦଳକୁ ଚିନ୍ତାର ନିଶ୍ଚିତ ଭାବେ ପକାଇବ।
ପ୍ରଥମ ଟି୨୦ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟ ହାସଲ କରିଥିଲା। ସେହିପରି ତୃତୀୟ ଟି୨୦ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଥିଲା। ଚତୁର୍ଥ ଟି୨୦ରେ ଭାରତ ଟସ୍‌ ହାରିଥିଲେ ମଧ୍ୟ ୮ ରନରେ ବିଜୟୀ ହୋଇ ସିରିଜକୁ ବରାବର ସ୍ଥିତିକୁ ଆଣିଥିଲା।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି, ଦୀପକ ଚହର, ରାହୁଲ ଟଓ୍ବୋଟିଆ ଓ ଇଶାନ କିଷନ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ଜୋଶ ବଟଲର, ଜାସନ ରଏ, ଲିଆମ ଲିଭିଂଷ୍ଟୋନ, ଡାଓ୍ବିଡ ମଲାନ, ବେନ୍‌ ଷ୍ଟୋକ୍ସ, ମୋଇନ ଅଲି, ଅଦିଲ ରସିଦ, ରିସି ଟୋପ୍ଲେ, କ୍ରିସ ଜୋର୍ଡାନ, ମାର୍କ ଉଡ, ସାମ୍‌ କୁରାନ, ଟମ୍‌ କୁରାନ, ସାମ ବିଲିଙ୍ଗ୍ସ, ଜନି ବେୟାରଷ୍ଟୋ ଓ ଜୋଫ୍ରା ଆର୍ଚର।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ଟସ୍‌: ସନ୍ଧ୍ୟା ୬.୩୦
ସ୍ଥାନ: ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମଦାବାଦ
ପ୍ରସାରଣ: ଷ୍ଟାରସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri