ଢେଙ୍କାନାଳ ଅଫିସ, ୨୦।୩
ରାଜ୍ୟରେ ଆରମ୍ଭ ହୋଇଛି ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ୍ (ଇଆରଏସ୍ଏସ୍) ବ୍ୟବସ୍ଥା। ଏଥିସହ ଜାରି କରାଯାଇଇଛି ହେଲ୍ପ ଲାଇନ୍ ନମ୍ବର-୧୧୨। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାର ଶୁଭାରମ୍ଭ କରିବା ପରେ ଢେଙ୍କାନାଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏସ୍ପି କେ. ଶିବା ସୁବ୍ରମଣି ଜିଲା ପୋଲିସ କାର୍ଯ୍ୟାଳୟରେ ଅପରାହ୍ନ ୫ଟାରେ ଇଆରଏସ୍ଏସ୍ର ୨ଟି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଦୁଇ ଗାଡ଼ି ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟ କରିବ। ଏହି ଅବସରରେ ଜିଲା ପୋଲିସ କାର୍ଯ୍ୟାଳୟରେ ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମକୁ ଏସ୍ପି ଉଦ୍ଘାଟନ କରିଥିଲେ। ଏଣିକି ଜନସାଧାରଣ ୧୧୨ ଡାଏଲ କରି ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇପାରିବେ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।କ

ଗଞ୍ଜାମରେ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ କୋଭିଡ କେୟାର ସେଣ୍ଟର: ୩୦୦ ବେଡ୍, ୩୬ ଆଇସିୟୁ ବ୍ୟବସ୍ଥା
ଛତ୍ରପୁର, ୨୯।୭(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଓ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜରେ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ।...

ମାନସଙ୍କ ଚପଲ, ବ୍ଲୁଟୁଥ୍ ଚିହ୍ନିଲେ ପରିବାର ଲୋକେ
ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁ ଚର୍ଚ୍ଚିିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ଘରେ ପହଞ୍ଚି ତଦନ୍ତ କରିଛି । କ୍ରାଇମବ୍ରାଞ୍ଚର ୫ ଜଣିଆ...

ଦିଲ୍ଲୀ ହିଂସା ପାଇଁ ଶାହାଙ୍କୁ ଦାୟୀ କଲା ପିସିସି: କୁଶପୁତ୍ତଳିକା ଦାହ, ଇସ୍ତଫା ଦାବି
ଭୁବନେଶ୍ୱର, ୨୮।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କର ଏହି ଗସ୍ତକୁ ବିରୋଧକରି ପ୍ରଦେଶ କଂଗ୍ରେସ କମିଟି(ପିସିସି)ର...

ଫନୀ ମାଡ଼ରେ ଦୋହଲିଗଲା ବିଦ୍ୟୁତ୍ ଭିତ୍ତିଭୂମି; ଖାମଖିଆଲ ଓପିଟିସିଏଲ୍: ୧୫କୋଟି ବରବାଦ
ଭୁବନେଶ୍ୱର,୪-୯: ଗତ ମେ’ ୩ରେ ପୁରୀ ଉପକୂଳ ଛୁଇଁଥିବା ବାତ୍ୟା ‘ଫନୀ’ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ବ୍ୟାପକ କ୍ଷତି କରିଥିଲା। ଏଥିରେ ଅଧିକ...

ସାମ୍ଭାବ୍ୟ ବାତ୍ୟା: ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର,୬।୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ଅଧିକ ଘନୀଭୂତ ହେବ ବୋଲି...

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ
ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା...

ବିଦ୍ୟୁତ୍ ବିଭାଗ ଚଢ଼ାଉକୁ ନେଇ ଉତ୍ତେଜନା
ପରଜଙ୍ଗ, ୬।୯(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଶୁକ୍ରବାର ବିଦ୍ୟୁତ୍ ବିଭାଗ ପକ୍ଷରୁ ଚଢ଼ାଉକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।...

ରାଜ୍ୟର ଅଭିବୃଦ୍ଧି ଖସିଲା: କୃଷି ଉତ୍ପାଦନ ହ୍ରାସ, ବାତ୍ୟାକୁ ଦାୟୀ କଲେ ସରକାର
ଭୁବନେଶ୍ୱର, ୧୭।୨(ବ୍ୟୁରୋ):ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ତଳକୁ ଖସିଛି। ୨୦୧୮-୧୯ରେ ଏହି ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୬.୧୬ ପ୍ରତିଶତକୁ ଖସିଯାଇଛି। ସୋମବାର...