Posted inଖେଳ

ଭାରତ ବନାମ ଇଂଲଣ୍ଡ: ଦିନିକିଆ ଦଳରେ ସୂର୍ଯ୍ୟକୁମାର, କ୍ରୁନାଲ, କ୍ରିଷ୍ଣା

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁକ୍ରବାର ଘୋଷିତ ହୋଇଥିବା ଏହି ଦଳରେ କର୍ନାଟକ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା, ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ, ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି।
କିଛିଦିନ ତଳେ ଅନୁଷ୍ଠିତ ହୋଇଥିବା ବିଜୟ ହଜାରେ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି କ୍ରିଷ୍ଣା ଓ କ୍ରୁନାଲ ପାଣ୍ଡ୍ୟା ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପଦାର୍ପଣ କରି ସୂର୍ଯ୍ୟକୁମାର ଦମ୍‌ଦାର ଅର୍ଦ୍ଧଶତକ ହାସଲ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ଘରୋଇ ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ କ୍ରିଷ୍ଣା ୧୪ଟି ଉଇକେଟ ହାସଲ କରି କୋହଲିଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଥିଲେ। ସେହିପରି ଏ ପର୍ଯ୍ୟନ୍ତ ୧୮ଟି ଟି୨୦ ଖେଳିସାରିଥିବା କ୍ରୁନାଲ ପ୍ରଥମଥର ପାଇଁ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। ବରୋଦା ପକ୍ଷରୁ ୫ଟି ମ୍ୟାଚ୍‌ ଖେଳି କ୍ରୁନାଲ ୨ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ହାସଲ କରି ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୩ଟି ଯାକ ଦିନିକିଆ ପୁଣେରେ ଖେଳାଯିବ। ପ୍ରଥମ ଦିନିକିଆ ୨୩, ଦ୍ୱିତୀୟ ଦିନିକିଆ ୨୬ ଓ ତୃତୀୟ ଦିନିକିଆ ୨୮ ତାରିଖରେ ଅନୁଷ୍ଠିତ ହେବ।
ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୭ରେ କ୍ୟାରିୟରର ଏକମାତ୍ର ଦିନିକିଆ ଖେଳିଥିବା ଓ୍ବାଶିଂଟନ ସୁନ୍ଦରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଚଳିତ ଟି୨୦ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୦୧୯ ଅଗଷ୍ଟ ପରେ ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବେ। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ବୋଲିଂ ବିଭାଗର ନେତୃତ୍ୱ ନେବେ। ବୁମ୍‌ରା ବିବାହ କରିଥିବାରୁ ଓ ଇଞ୍ଜୁରି କାରଣରୁ ସାମିଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ସେହିପରି ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ବାମହାତୀ ସ୍ପିନର ଟି. ନଟରାଜନ ଫିଟ୍‌ନେସ୍‌ ଫେରିପାଇଥିବାରୁ ଦଳରେ ସ୍ଥାନ ହାସଲ କରିଛନ୍ତି।
ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯାଇଛି। ଦଳରେ ରିଷଭ ପନ୍ତ ଓ ଲୋକେଶ ରାହୁଲଙ୍କ ପରି ଉଇକେଟକିପର ବ୍ୟାଟ୍ସମ୍ୟାନ ଥିବାରୁ ଟି୨୦ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଇଶାନ କିଷନଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ। ଟି୨୦ ଇନିଂସ ଓପନ କରୁଥିବା ରାହୁଲ ଦିନିକିଆରେ ମିଡ୍‌ଲ ଅର୍ଡରରେ ବ୍ୟାଟିଂ କରିବେ। ଦିନିକିଆରେ ଶିଖର ଧାଓ୍ବନ ଓ ରୋହିତ ଶର୍ମା ଇନିଂସ ଓପନ୍‌ କରିବେ। ପନ୍ତ ଉଇକେଟକିପିଂ କରିବେ ଓ ମିଡଲଅର୍ଡରରେ ବ୍ୟାଟିଂ କରିବେ। ଅଷ୍ଟ୍ରେଲିଆ ଗସ୍ତରେ ଆଶାନୁରୂପ ପ୍ରଦର୍ଶନ କରି ନ ଥିବା ଆଉଟ୍‌ ଅଫ୍‌ ଫର୍ମ ମୟଙ୍କ ଅଗ୍ରଓ୍ବାଲ, ନବଦୀପ ସଇନି ଓ ମନୀଷ ପାଣ୍ଡେ ଦଳରେ ସ୍ଥାନ ପାଇନାହାନ୍ତି। ଲୋକେଶ ରାହୁଲ ଓ ଶୁବମନ ଗିଲ୍‌ ଖେଳିବା ପାଇଁ ପ୍ରସ୍ତୁତ ଥିବାରୁ ଧାଓ୍ବନଙ୍କ ଉପରେ ନିଶ୍ଚିତ ଭାବେ ଚାପ ରହିବ। ସେହିପରି ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବାରୁ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସେହିପରି ଫିଟ୍‌ନେସ ହାସଲ କରି ନ ଥିବାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ସବୁ ୩ଟି ଯାକ ମ୍ୟାଚ୍‌ ଫାଙ୍କା ଷ୍ଟାଡିୟମରେ ଖେଳାଯିବ।
ଭାରତ ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ- ଅଧିନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ଉଇକେଟକିପର), ଲୋକେଶ ରାହୁଲ (ଉଇକେଟକିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri