କଲରାପତରିଆର ମୃତ୍ୟୁକୁ ନେଇ ହେବ ତଦନ୍ତ

ବୁଗୁଡା,୨୯ା୧୧: ବୁଗୁଡା ବନାଞ୍ଚଳରେ ଗୁରୁବାର ଫାଶରେ ପଡି ମୃତ୍ୟୁ ଘଟିଥିବା କଲରାପତରିଆ ବାଘର ମୃତଦେହ ଶୁକ୍ରବାର ସମସ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍ଥାନୀୟ ବନ କାର୍ଯ୍ୟାଳୟ ମଧ୍ୟରେ ପୋଡି ଦିଆଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି, ବାଘଟି ଫାଶରେ ପଡିଥିବାରୁ ଶ୍ୱାସରୁଦ୍ଧ ଓ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବାଘର ମୃତ୍ୟୁ ପାଇଁ ଦାୟୀ କିଏ ଏହାର ତଦନ୍ତ କରିବାକୁ ଡିଏଫ୍‌ଓ ଓ ବନବିଭାଗର ଇଣ୍ଟେଲିଜେନ୍ସକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଘଟି କିପରି ଫାଶରେ ପଡିଲା, କିଏ ଫାଶ ବସାଇଥିଲା ଏସବୁ ଦିଗକୁ ନେଇ ତଦନ୍ତ ହେବ।
ବାଘର ମୃତଦେହକୁ ବୁଗୁଡା ପ୍ରାଣୀ ଚିକିତ୍ସା ଅଧିକାରୀ ଭଗବତୀ ପ୍ରସାଦ ଦାଶ ବ୍ୟବଛେଦ କରିଥିଲେ। ଫାଶରେ ଥିବା ଷ୍ଟିଲ୍‌ ତାର ଛାତିରେ ପଶି ଶ୍ୱାସରୁଦ୍ଧ ହୋଇ ବାଘର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଥିଲେ। ବାଘଟି ୧୦ ବର୍ଷର ଏକ ଅଣ୍ଡିରା କଲରାପତରିଆ ବୋଲି ସେ କହିଛନ୍ତି। ଏହାପରେ କାର୍ଯ୍ୟାଳୟ ମଧ୍ୟରେ ବାଘର ଦାହ କରାଯାଇଥିଲା। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଶାନ୍ତ କୁମାର ମିଶ୍ର, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା, ଏସିଏଫ୍‌ ପ୍ରଭାକର ନାୟକ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବନସୁରକ୍ଷା ସମିତି କର୍ମକର୍ତ୍ତା, ସରପଞ୍ଚ, ସମିତିସଭ୍ୟ ଏବଂ ବନକର୍ମଚାରୀଙ୍କ ଉପସ୍ଥିତିରେ ଏସବୁ କାର୍ଯ୍ୟ ହୋଇଥିଲା।
ପ୍ରକାଶ ଯେ, ଗୁରୁବାର ସକାଳେ ବୁଗୁଡା ବ୍ଲକ ମାଣିତରା ରାସ୍ତା ବଡପଥର ନିକଟ କୁଣ୍ଡାଖାଇ ମୁଣ୍ଡିଆରେ ବାର୍‌ହା ଫାଶରେ ବାଘଟି ପଡିଯାଇଥିଲା। ବନାଞ୍ଚଳ ଅଧିକାରୀ ବେହେରାଙ୍କ ନେତୃତ୍ୱରେ ବନକର୍ମଚାରୀ ଓ ସ୍ଥାନୀୟ ଯୁବକ ତାକୁ କାବୁକରି କିରିଆମ୍ବା ଜଙ୍ଗଲକୁ ଛାଡିବାକୁ ନେବା ବେଳେ ସେଠାରେ ତାର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଲୁଟେରାଙ୍କ ରାଜ୍‌, ଦିନ ଦ୍ୱିପ୍ରହରରେ ଟଙ୍କା, ଗହଣା ଲୁଟ୍‌

ବରଗଡ଼ ଅଫିସ,୨୭।୯: ବରଗଡ଼ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ମଙ୍ଗଳବାର ଦିନ ଦ୍ୱିପ୍ରହରରେ୨ ଲୁଟେରା ସ୍ଥାନୀୟ ୱାର୍ଡ଼ ନଂ-୧ କେଶବନଗରରେ ଲୁଟ୍‌ପାଟ୍‌ କରିଛନ୍ତି...

ଡାକ ସେବକଙ୍କ ନାମରେ ଥାନାରେ ଏତଲା

ନାରାୟଣପାଟଣା,୯।୩(ଡି.ଏନ.ଏ.) ନାରାୟଣପାଟଣା ପୋଷ୍ଟ ଅଫିସରୁ ଗତ ୨୫ ତାରିଖରୁ ଜମାକାରୀଙ୍କ ଅର୍ଥ ଚଞ୍ଚକତା କରି ଆତ୍ମସାତ କରି ଫେରାର ଥିବା ଡାକ ସେବକ ବୃନ୍ଦାବନ ଦଳେଇଙ୍କ ବିରୋଧରେ...

ଶନିବାରରୁ ଟିକାକରଣ: ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଶନିବାର ଆରମ୍ଭ ହେବ ବହୁ ପ୍ରତିକ୍ଷିତ କୋଭିଡ୍‌ ଟିକାକରଣ। ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କରୋନା ପଜିଟିଭ୍‌

ଭୁବନେଶ୍ୱର,୯।୧୦(ବ୍ୟୁରୋ):ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୩ଜଣ ଥିବା ବେଳେ ୩୬ ଲୋକାଲ କେସ୍‌...

ଘରେ ପଶି ୮୦ ହଜାର ଲୁଟିନେବା ସହ ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ମୋବାଇଲ ଛାଡ଼ି ଚାଲିଗଲେ ଲୁଟେରା, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୬।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କିଛିଦିନର ନିରବତା ପରେ ପୁଣି ଲୁଟ୍‌ପାଟ ଆରମ୍ଭ ହୋଇଛି। ଆଗକୁ ଶାରଦୀୟ ପୂଜା ରହିଥିବା ବେଳେ...

୧୦ରୁ ଉତ୍ସବ ପ୍ରଧାନପାଟ : ଅଂଶଗ୍ରହଣ କରିବେ ୭୫୦ରୁ ଊଦ୍ଧ୍ୱର୍ର୍ କଳାକାର

ଦେବଗଡ଼, ୯।୨(ଡି.ଏନ.ଏ.)- ଆଗାମୀ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହେବାକୁ ଥିବା...

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁଣି ସୁସ୍ଥ ହେଲେ ୨ କରୋନା ଆକ୍ରାନ୍ତ, ସମସ୍ତେ ଭୁବନେଶ୍ୱରର

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।...

ଶତାଧିକ ମାଛ ମୃତ:ଠିକାସଂସ୍ଥା ନାମରେ ଅଭିଯୋଗ

ବଇଣ୍ଡା,୧୫।୯(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ଚନ୍ଦନ ପୋଖରୀରେ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କରୁଥିବା ଠିକାସଂସ୍ଥା ପକ୍ଷରୁ ଶୁକ୍ରବାରଠାରୁ ରବିବାର ୩ ଦିନ...

Advertisement
Archives

Model This Week