Posted inଖେଳ

ବଲବୀର ସିଂ ଜୁନିୟରଙ୍କ ପରଲୋକ

ଚଣ୍ଡିଗଡ଼, ୧୪ା୪ (ପି.ଟି.)- ହକି କିମ୍ବଦନ୍ତୀ ବଲବୀର ସିଂ ଜୁନିୟରଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୫୮ ଏସିଆନ୍‌ ଗେମ୍ସରେ ରୌପ୍ୟ ଜିତିଥିବା ଭାରତୀୟ ହକି ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ସେ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କୁ ଛାଡ଼ି ପରଲୋକ ଗମନ କରିଛନ୍ତି। ରବିବାର ନିଦ୍ରାଗତ ଅବସ୍ଥାରେ ହୃଦ୍‌ଘାତରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପୁଅ କାନାଡାରେ ଅବସ୍ଥାନ କରୁଛନ୍ତି। କୋଭିଡ୍‌ ଯୋଗୁ ସେ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇପାରି ନ ଥିଲେ। ବଲବୀର ଜୁନିୟର ଜଳନ୍ଧର ଅନ୍ତର୍ଗତ ସଂସାରପୁରରେ ଜନ୍ମଗ୍ରହଣ କରିଥିଲେ। ନର୍ସରୀ ଅଫ ଇଣ୍ଡିଆନ ହକି ରୂପେ ସେ ପରିଚିତ ଥିଲେ। ସେ ବଲବୀର ସିଂ ସିନିୟର, ଲେସ୍‌ଲି କ୍ଲାଉଡିଅସ୍‌, ପୃଥ୍ବୀପାଲ ସିଂ, ବାଲକିଶନ ଓ ଚାଲର୍‌ସ ଷ୍ଟିଫେନ୍‌ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହ ଖେଳିଛନ୍ତି। ମାତ୍ର ୬ ବର୍ଷ ବୟସରେ ସେ ହକି ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ। ଜଳନ୍ଧରସ୍ଥିତ ଲ୍ୟାଲପୁର ଖାଲ୍‌ସା କଲେଜରେ ସେ ପାଠ ପଢ଼ିଥିଲେ। ୧୯୫୧ରେ ଆଫଗାନିସ୍ତାନ ଟୁର୍‌ ବେଳେ ସେ ଭାରତୀୟ ହକି ଦଳ ପାଇଁ ମନୋନୀତ ହୋଇଥିଲେ। ସେ ପଞ୍ଜାବ ରାଜ୍ୟ ହକି ଦଳରୁ ସଦସ୍ୟ ଥିଲେ। ପଞ୍ଜାବ ୟୁନିଭର୍ସିଟି ଟିମ୍‌ର ଅଧିନାୟକତ୍ୱ କରିଥିଲେ। ପରେ ସେ ଭାରତୀୟ ରେଲଓ୍ବେ ଦଳ ତରଫରୁ ୟୁରୋପ ଟୁର୍‌ରେ ଯାଇଥିଲେ। ସ୍ପେନ, ସୁଇଜରଲାଣ୍ଡ ଓ ଇଟାଲିରେ ମ୍ୟାଚ ଖେଳିଥିଲେ। ଏହି ଟିମ୍‌ ନେଦରଲାଣ୍ଡ୍ସରେ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲା। ୧୯୬୨ରେ ସେ ଆର୍ମିରେ ଜଣେ ଏମର୍ଜେନ୍ସି କମିଶନ୍ଡ ଅଫିସର ଭାବେ ଯୋଗ ଦେଇଥିଲେ। ସେ ଦିଲ୍ଲୀରେ ସର୍ଭିସେସ ହକି ଟିମ୍‌ରେ ପ୍ରତିନିଧିତ୍ୱ କରି ଜାତୀୟ ଟୁର୍ନାମେଣ୍ଟ ଖେଳିଥିଲେ। ସିଂ ୧୯୮୪ରେ ଜଣେ ମେଜର ଭାବେ ଅବସର ନେବା ପରେ ଗଲ୍ଫ ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ। ଚଣ୍ଡିିଗଡ଼ରେ ସେ ସ୍ଥାୟୀ ଭାବେ ବାସ କରିଆସୁଥିଲେ। ତାଙ୍କ ବିୟୋଗରେ ହକି ଇଣ୍ଡିଆ ତରଫରୁ ଗଭୀର ଶୋକପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?