ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ଭାଜପା ରାଜନୀତି ତେଜିଲା

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ନେଇ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଭର୍ତ୍ତୃହରି ମହତାବଙ୍କ ଅଭିଜ୍ଞତା କଥା କହି ବିଜେଡିକୁ ଟାର୍ଗେଟ କରିଛି ଭାଜପା। ଏହାକୁ ବିଜେଡି ମଧ୍ୟ ପ୍ରସଙ୍ଗ କରି ଭାଜପା ଉପରେ ବର୍ଷିଛି। ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ଭାଜପା ମଧ୍ୟରେ ଏକ ପ୍ରକାର ରାଜନୀତି ତେଜିବାରେ ଲାଗିଛି।
କଟକର ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ। ଏହି ଅବସରରେ ଧର୍ମେନ୍ଦ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଭର୍ତ୍ତୃହରିଙ୍କୁ ଦଳ କାହିଁକି ଗୁରୁତ୍ୱ ଦେଉନାହିଁ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି। ସମ୍ବିଧାନ ଦିବସ ପାଳନ ପଛରେ ଭର୍ତ୍ତୃହରିଙ୍କ ପ୍ରମୁଖ ଭୂମିକା ରହିଛି ା କିନ୍ତୁ ବିଜେଡି ତାଙ୍କ ଦଳର ବରିଷ୍ଠ ଏମ୍‌ପିଙ୍କୁ ଗୁରୁତ୍ୱ ଦେଉନାହିଁ ା ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍‌ କରି କେନ୍ଦ୍ରମନ୍ତ୍ରୀଙ୍କୁ ପଲଟା ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ପ୍ରଣବ ତାଙ୍କ ଟୁଇଟ୍‌ରେ ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି କହିଛନ୍ତି, ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ ଆପଣ ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସହଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଏବଂ ଭାଜପା ପାଇଁ ସମର୍ପିତ ବୋଲି ପ୍ରଣବ କହିଛନ୍ତି। ପ୍ରଣବଙ୍କ ଏଭଳି ଟୁଇଟ୍‌ ପରେ ଭାଜପା ପୁଣି ବିଜେଡି ଆଡକୁ ସମାଲୋଚନା କରି ନିଜର ମନ୍ତବ୍ୟ ରଖିଛି। ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି, ଏଭଳି ନିରାଟ ସତ୍ୟ କଥାକୁ ଧର୍ମେନ୍ଦ୍ର ପ୍ରଧାନ କହିଥିବାରୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଟିକିଏ ବିବ୍ରତ ହୋଇପଡିଛନ୍ତି। ବବି ବାବୁଙ୍କ ପାଠ କମ୍‌, ବସ୍ତାନି ବଡ ା ଓଡିଶା ଏବଂ ରାଜ୍ୟ ମହାପୁରୁଷଙ୍କ ସମ୍ପର୍କରେ ତାଙ୍କର ଜ୍ଞାନ ଗରିମା କମ୍‌ ଅଛି ା ଯେଉଁମାନେ ଜାତି ଓ ଦେଶ ପାଇଁ କାମ କରିଛନ୍ତି, ତାଙ୍କୁ ସମ୍ମାାନ କଲେ ପ୍ରଣବଙ୍କୁ କଷ୍ଟ ଲାଗୁଛି ା ଏଭଳି ମନ୍ତବ୍ୟ ଦେଇ ସେ ତାଙ୍କର ଏବଂ ଦଳର ଗରିମା ନଷ୍ଟ କରିଛନ୍ତି ା ଓଡିଶାର ମହାପୁରୁଷଙ୍କୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଧର୍ମେନ୍ଦ୍ର ଅହରହ ପ୍ରଚେଷ୍ଟା ଚଲାଇଛନ୍ତି। କିନ୍ତୁ ବିଜେଡି ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଚିନ୍ତା କରୁନାହାନ୍ତି ବୋଲି କାଳନ୍ଦୀ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍‌ କରି ପ୍ରଣବଙ୍କୁ ଟାର୍ଗେଟ କରି କହିଛନ୍ତି, ଭର୍ତ୍ତୃହରିଙ୍କ ନାଁ ଶୁଣି ଆପଣ ଏତେ ଅସହିଷ୍ଣୁ କାହିଁକି ହେଉଛନ୍ତି। ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟାରେ ନଭେମ୍ବର ୨୬କୁ ସମଗ୍ର ଦେଶ ସମ୍ବିଧାନ ଦିବସ ଭାବେ ପାଳନ କରୁଛି। ତାଙ୍କ ଯୋଗଦାନକୁ ଦଳମତ ନିର୍ବିଶେଷରେ ପ୍ରଶଂସା କରାଯାଉଛି। ଏହାଛଡା ଓ଼ଡିଆ ଲୋକ ଏବଂ ବିଜେଡି ନେତା। ଆପଣ ଖୁସି ହେବା ପରିବର୍ତ୍ତେ କାହିଁକି ରାଗିଯାଉଛନ୍ତି ବୋଲି ସମ୍ବିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?