Posted inଖେଳ

ଶ୍ରୀଲଙ୍କା କ୍ରିକେଟରଙ୍କ ଲାଗି ସମୟ ସୀମା ଜୁଲାଇ ୮

କଲମ୍ବୋ, ୬ା୭ (ପି.ଟି.)- ବିବାଦୀୟ ଜାତୀୟ ଚୁକ୍ତିରେ ତୁରନ୍ତ ସ୍ବାକ୍ଷର କରିବା ଲାଗି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ଏହାର କ୍ରିକେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ସମୟସୀମା ଜୁଲାଇ ୮ ରଖାଯାଇଛି। ଯେଉଁମାନେ ଏହାର ଖିଲାପ କରିବେ, ଜୁଲାଇ ୧୩ରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁଥିବା ଘରୋଇ ସିରିଜ ପାଇଁ ଦଳ ଚୟନ ବେଳେ ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ। ଖେଳାଳିମାନେ ଇଂଲଣ୍ଡ ଟୁର୍‌ ଶେଷ କରି ମଙ୍ଗଳବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପକ୍ଷରେ ଚୟନକର୍ତ୍ତାମାନେ ବାମହାତୀ ବ୍ୟାଟ୍ସମ୍ୟାନ ଭାନୁକା ରାଜପାକ୍‌ସେଙ୍କୁ ଦଳକୁ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଚୁକ୍ତି ସର୍ତ୍ତାବଳୀ ଭଙ୍ଗ କରିଥିବା ଅଭିଯୋଗରେ ରାଜପାକ୍‌ସେଙ୍କୁ ୨ବର୍ଷ ସସ୍‌ପେଣ୍ଡ ସହ ୫୦୦୦ ଡଲାର ଜରିମାନା ହୋଇଛି। ପୁନଶ୍ଚ ରାଜପାକ୍‌ସେ ମ୍ୟାନେଜମେଣ୍ଟର ଫିଟ୍‌ନେସ ସର୍ତ୍ତାବଳୀ ପୂରଣ କରିପାରି ନ ଥିଲେ। ଇଂଲଣ୍ଡ ଟୁର୍‌ ପୂର୍ବରୁ ଚୁକ୍ତିରେ ସ୍ବାକ୍ଷର ପାଇଁ ସମୟ ସୀମା ଜୁନ୍‌ ୩ତାରିଖ ରଖାଯାଇଥିଲା। ମାତ୍ର ଚୁକ୍ତି ପାଇଁ ଚୟନପ୍ରକ୍ରିୟାରେ ସ୍ବଚ୍ଛତା ପ୍ରଶ୍ନ ଉଠାଇ ଖେଳାଳିମାନେ ଏଥିରେ ସ୍ବାକ୍ଷର କରି ନ ଥିଲେ। ଅନ୍ୟପକ୍ଷରେ ଚୁକ୍ତିରେ ସ୍ବାକ୍ଷର ନ କରିବା ଦ୍ୱାରା ପ୍ରଶାସନ ଯଦି ସେମାନଙ୍କୁ ପାରିଶ୍ରମିକ ନ ଦିଏ ତଥାପି ସେମାନେ ଦେଶ ପାଇଁ ଖେଳିବା ଲାଗି ଇଚ୍ଛୁକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଓସିଏଲ୍‌’ ପାଇଁ ପ୍ରସ୍ତୁତ ହେଉଛି ଓସିଏ

କଟକ ଅଫିସ,୨୯ା୧୧- ପେସାଦାର କ୍ରିକେଟ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫର୍ମାଟକୁ ଓହ୍ଲାଇବ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ପୂର୍ବରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ୨୦୧୧...

ହାଇଦ୍ରାବାଦ ପିଛା ଛାଡ଼ୁନି ପରାଜୟ

ଦୁବାଇ,୨୨।୯: ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଅତିସହଜରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୩୫ ରନ୍‌ର ମାମୁଲି ବିଜୟ ଲକ୍ଷ୍ୟକୁ...

ଟେଷ୍ଟରେ ଡେବ୍ୟୁ କରିବେ ଏହି ଦ୍ରୁତ ବୋଲର

ମେଲବୋର୍ନ,୨୫।୧୨: ହାଇପ୍ରୋଫାଇଲ ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍‌ ରବିବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ବକ୍ସିଂ ଡେ...

ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ...

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କ୍ରିକେଟପ୍ରେମୀ କମ୍‌ ଜାଣିଥିବେ। ଜୁଲାଇ...

ଛୋଟ କ୍ୱାରେଣ୍ଟିନ ପାଇଁ ଆଲୋଚନା କରୁଛି ବିସିସିଆଇ

ନୂଆଦିଲ୍ଲୀ,୧୯।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଓ ମହିଳା ଦଳର ଖେଳାଳିଙ୍କୁ ମୁମ୍ବାଇରେ ଏକତ୍ରିତ କରିବା ପାଇଁ ୩ଟି ସହରରେ ଚାଟାର୍ଡ ଫ୍ଲାଇଟ୍‌...

ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍‌ର ବିଜୟଲକ୍ଷ୍ୟ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍‌ର ବିଜୟ...

‘୧୨-୦’ ରେକର୍ଡକୁ ଭୁଲାଇ ଦେଲା ପାକିସ୍ତାନ

ଦୁବାଇ,୨୪।୧୦: କ୍ରିକେଟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏଥିପୂର୍ବରୁ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ କଦାପି...

Advertisement
Archives

Model This Week