ଦିନକ ପରେ ବିଧାନସଭା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ସେପ୍ଟେମ୍ବର ୧ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଭାଜପା ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ଦଳଙ୍କୁ ମୁକାବିଲା କରିବା ପାଇଁ ସରକାରୀ ଦଳ ମଧ୍ୟ ପ୍ରସ୍ତୁତ ରହିଛି । ଚଳିତ ଅଧିବେଶନ ମାତ୍ର ୮ ଦିନ ଚାଲିବ। ଏହି ସ୍ବଳ୍ପକାଳୀନ ଅଧିବେଶନରେ ବିରୋଧୀଙ୍କ ହାତରେ ପ୍ରସଙ୍ଗ ଅନେକ ରହିଛି। ତେବେ ବିରୋଧୀ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେବେ ତାହା ମଙ୍ଗଳବାର ହେବାକୁ ଥିବା ବିଧାୟକ ଦଳ ବୈଠକ ପରେ ହିଁ ଜଣାପଡ଼ିବ।
ରାଜ୍ୟରେ କରୋନା ମହାମାରୀ ପରିଚାଳନାଠାରୁ ଆରମ୍ଭ କରି ବେକାରି ସମସ୍ୟା, ଧାନର ଅଭାବୀ ବିକ୍ରି, ପାନୀୟ ଜଳ, ମରୁଡି, ଆଇନ ଶୃଙ୍ଖଳା, ସାର ଯୋଗାଣରେ ଅନିୟମିତତା, ବିଜୁଳି ଦର ବୃଦ୍ଧି, ଦରଦାମ ବୃଦ୍ଧି, ତୈଳ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗକୁ ବିରୋଧୀ ଅସ୍ତ୍ର କରିବା ନେଇ ସୂଚନା ମିଳିଛି। ଅନ୍ୟ ପକ୍ଷରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଏବଂ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇବା ସମ୍ଭାବନା ରହିଛି। ଗତ ଅଧିବେଶନରେ ବିରୋଧୀ ଦଳ ଧାନର ଅଭାବୀ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ ଗୃହକୁ ବହୁ ଦିନ ଧରି ଅଚଳ କରିରଖିଥିଲେ। ଅଧିବେଶନ ମାତ୍ର କମ୍‌ ଦିନ ଚାଲିବାକୁ ଥିବାରୁ ବିରୋଧୀ ହଙ୍ଗାମା କରି ସରକାରୀ ଦଳକୁ ସୁଯୋଗ ଦେବା ଅବସ୍ଥାରେ ନାହାନ୍ତି। ଗତ ଅଧିବେଶନରେ ବିରୋଧୀ ଦଳ ଗୋଟିଏ ପ୍ରସଙ୍ଗରେ ଏକମତ ହୋଇ ପାରି ନ ଥିଲେ। ଭାଜପା ଓ କଂଗ୍ରେସ ଅଲଗା ଅଲଗା ପ୍ରସଙ୍ଗକୁ ନେଇ ଗୃହକୁ ଅଚଳ କରିଥିଲେ। ମୌସୁମୀ ଅଧିବେଶନରେ ବିରୋଧୀ ଏକାଠି ହୋଇ ସରକାରଙ୍କୁ ଘେରିବେ ନା ଅଲାଗା ହୋଇ ବିରୋଧ କରିବେ ତାହା ସ୍ପଷ୍ଟ ହୋଇ ନାହିଁ। ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ଆଇନ ଶୃଙ୍ଖଳା, ବେକାରି, ପାନୀୟ ଜଳ ଯୋଗାଣ, ମରୁଡି ଆଦିକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବା ନେଇ ସୂଚନା ଦେଇଛି। ଭାଜପା ପୌର ନିର୍ବାଚନ, ଚାଷୀ ସମସ୍ୟା, ମାହାଙ୍ଗା ଡବଲ ମର୍ଡରକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବ ବୋଲି ଦଳୀୟ ମହଲରୁ ସୂଚନା ମିଳୁଛି। ଅନ୍ୟ ପକ୍ଷରେ ଶାସକ ଦଳ ପକ୍ଷରୁ କୁହାଯାଇଛି ଯେ ବିରୋଧୀ ଦଳ ପକ୍ଷରୁ ବିଧାନସଭା ନିୟମାବଳୀର ଗଣ୍ଡି ଭିତରେ ଯେତେ ସବୁ ପ୍ରସଙ୍ଗ ଅଣାଯିବ ସରକାର ସେ ସବୁର ଉତ୍ତର ରଖିବାକୁ ପ୍ରସ୍ତୁତ ଅଛନ୍ତି ।
ଅଧିବେଶନ ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ । ୫ ତାରିଖ ରବିବାର ପାଇଁ ବିଧାନସଭା ଛୁଟି ରହିବ । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବାପାଇଁ ଇତି ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ବାଚସ୍ପତି ସବୁଦଳର ନେତାମାନଙ୍କ ସହଯୋଗ କାମନା କରିଛନ୍ତି ।
ଏହି ଅଧିବେଶନ କାଳରେ ପ୍ରମୁଖ ବିରୋଧୀ ଦଳ ଭାଜପାକୁ ମୁଲତବୀ ପ୍ରସ୍ତାବ ଆଣିବା ଲାଗି ୪ଦିନ ସମୟ ଦିଆଯାଉଥିବା ବେଳେ କଂଗ୍ରେସକୁ ୨ଦିନ ମିଳିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ ଥିବାରୁ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ନେତୃତ୍ୱରେ ଭାଜପା ସରକାରଙ୍କୁ ଘେରିବା ନେଇ ସୂଚନା ମିଳିଛି। ଏହି ସ୍ବଳ୍ପକାଳୀନ ଅଧିବେଶନ ବେଶ୍‌ ସରଗରମ ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri