ଦିନକ ପରେ ବିଧାନସଭା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ସେପ୍ଟେମ୍ବର ୧ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଭାଜପା ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ଦଳଙ୍କୁ ମୁକାବିଲା କରିବା ପାଇଁ ସରକାରୀ ଦଳ ମଧ୍ୟ ପ୍ରସ୍ତୁତ ରହିଛି । ଚଳିତ ଅଧିବେଶନ ମାତ୍ର ୮ ଦିନ ଚାଲିବ। ଏହି ସ୍ବଳ୍ପକାଳୀନ ଅଧିବେଶନରେ ବିରୋଧୀଙ୍କ ହାତରେ ପ୍ରସଙ୍ଗ ଅନେକ ରହିଛି। ତେବେ ବିରୋଧୀ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେବେ ତାହା ମଙ୍ଗଳବାର ହେବାକୁ ଥିବା ବିଧାୟକ ଦଳ ବୈଠକ ପରେ ହିଁ ଜଣାପଡ଼ିବ।
ରାଜ୍ୟରେ କରୋନା ମହାମାରୀ ପରିଚାଳନାଠାରୁ ଆରମ୍ଭ କରି ବେକାରି ସମସ୍ୟା, ଧାନର ଅଭାବୀ ବିକ୍ରି, ପାନୀୟ ଜଳ, ମରୁଡି, ଆଇନ ଶୃଙ୍ଖଳା, ସାର ଯୋଗାଣରେ ଅନିୟମିତତା, ବିଜୁଳି ଦର ବୃଦ୍ଧି, ଦରଦାମ ବୃଦ୍ଧି, ତୈଳ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗକୁ ବିରୋଧୀ ଅସ୍ତ୍ର କରିବା ନେଇ ସୂଚନା ମିଳିଛି। ଅନ୍ୟ ପକ୍ଷରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଏବଂ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇବା ସମ୍ଭାବନା ରହିଛି। ଗତ ଅଧିବେଶନରେ ବିରୋଧୀ ଦଳ ଧାନର ଅଭାବୀ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ ଗୃହକୁ ବହୁ ଦିନ ଧରି ଅଚଳ କରିରଖିଥିଲେ। ଅଧିବେଶନ ମାତ୍ର କମ୍‌ ଦିନ ଚାଲିବାକୁ ଥିବାରୁ ବିରୋଧୀ ହଙ୍ଗାମା କରି ସରକାରୀ ଦଳକୁ ସୁଯୋଗ ଦେବା ଅବସ୍ଥାରେ ନାହାନ୍ତି। ଗତ ଅଧିବେଶନରେ ବିରୋଧୀ ଦଳ ଗୋଟିଏ ପ୍ରସଙ୍ଗରେ ଏକମତ ହୋଇ ପାରି ନ ଥିଲେ। ଭାଜପା ଓ କଂଗ୍ରେସ ଅଲଗା ଅଲଗା ପ୍ରସଙ୍ଗକୁ ନେଇ ଗୃହକୁ ଅଚଳ କରିଥିଲେ। ମୌସୁମୀ ଅଧିବେଶନରେ ବିରୋଧୀ ଏକାଠି ହୋଇ ସରକାରଙ୍କୁ ଘେରିବେ ନା ଅଲାଗା ହୋଇ ବିରୋଧ କରିବେ ତାହା ସ୍ପଷ୍ଟ ହୋଇ ନାହିଁ। ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ଆଇନ ଶୃଙ୍ଖଳା, ବେକାରି, ପାନୀୟ ଜଳ ଯୋଗାଣ, ମରୁଡି ଆଦିକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବା ନେଇ ସୂଚନା ଦେଇଛି। ଭାଜପା ପୌର ନିର୍ବାଚନ, ଚାଷୀ ସମସ୍ୟା, ମାହାଙ୍ଗା ଡବଲ ମର୍ଡରକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବ ବୋଲି ଦଳୀୟ ମହଲରୁ ସୂଚନା ମିଳୁଛି। ଅନ୍ୟ ପକ୍ଷରେ ଶାସକ ଦଳ ପକ୍ଷରୁ କୁହାଯାଇଛି ଯେ ବିରୋଧୀ ଦଳ ପକ୍ଷରୁ ବିଧାନସଭା ନିୟମାବଳୀର ଗଣ୍ଡି ଭିତରେ ଯେତେ ସବୁ ପ୍ରସଙ୍ଗ ଅଣାଯିବ ସରକାର ସେ ସବୁର ଉତ୍ତର ରଖିବାକୁ ପ୍ରସ୍ତୁତ ଅଛନ୍ତି ।
ଅଧିବେଶନ ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ । ୫ ତାରିଖ ରବିବାର ପାଇଁ ବିଧାନସଭା ଛୁଟି ରହିବ । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବାପାଇଁ ଇତି ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ବାଚସ୍ପତି ସବୁଦଳର ନେତାମାନଙ୍କ ସହଯୋଗ କାମନା କରିଛନ୍ତି ।
ଏହି ଅଧିବେଶନ କାଳରେ ପ୍ରମୁଖ ବିରୋଧୀ ଦଳ ଭାଜପାକୁ ମୁଲତବୀ ପ୍ରସ୍ତାବ ଆଣିବା ଲାଗି ୪ଦିନ ସମୟ ଦିଆଯାଉଥିବା ବେଳେ କଂଗ୍ରେସକୁ ୨ଦିନ ମିଳିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ ଥିବାରୁ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ନେତୃତ୍ୱରେ ଭାଜପା ସରକାରଙ୍କୁ ଘେରିବା ନେଇ ସୂଚନା ମିଳିଛି। ଏହି ସ୍ବଳ୍ପକାଳୀନ ଅଧିବେଶନ ବେଶ୍‌ ସରଗରମ ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri