ଦାଦନ ପରିବାର ଦୁଃଖ: ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ଝିଅପୁଅ

ନୂଆପଡ଼ା ଅଫିସ,୧୯।୯: ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଶିଳ୍ପବିହୀନ ଜିଲାରେ ଲୋକେ କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦଲାଲଙ୍କ ସାହାଯ୍ୟରେ ଯାଇଥାନ୍ତି। ସେଠାରେ ମାଲିକମାନେ ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହ ଟଙ୍କା ନେଣଦେଣକୁ ନେଇ ଶ୍ରମିକମାନଙ୍କୁ ଦଲାଲମାନେ ହଇରାଣ ମଧ୍ୟ କରୁଛନ୍ତି। କେତେବେଳେ ଝିଅ, ବହୁମାନଙ୍କୁ ବନ୍ଧକ ରଖୁଥିବା ବେଳେ କେତେବେଳେ ଶ୍ରମିକମାନେ ନିଖୋଜ ହେଉଥିବା ଅନେକ ନଜରି ରହିଛି। ଏପରି ଏକ ଅଭିଯୋଗ ଆସିଛି ନୂଆପଡା ସଦର ବ୍ଲକ ବେଲଟୁକୁରି ଥାନା ବିଶୋରା ପଞ୍ଚାୟତ ସରଧାପୁର ଗାଁରେ। ଏହି ଗଁାରେ ରହୁନ୍ତି ବେଦନାଥ କେଉଟ (୨୯), ସ୍ତ୍ରୀ ଲଳିତା କେଉଟ (୨୫) ଝିଅ ଦିବ୍ୟା (୯), ପୁଅ ଅନୁଜ (୬) ଓ ସାନ ଝିଅ ସୁଜାତା (୪)। ୨୦୨୧ ଡିସେମ୍ବରରେ ୩୦ ହଜାର ଟଙ୍କା ଅଗ୍ରୀମ ଦେଇ ଆମୋଦି ଗାଁର ଶ୍ରମିକ ଦଲାଲ ସନ୍ତୋଷ ଅଗ୍ରୱାଲ ବେଦନାଥଙ୍କ ପରିବାରକୁ ଉତ୍ତରପ୍ରଦେଶ ସୁଲତାନପୁର ଜିଲା ଆକବରପୁର ଥାନା ଅଞ୍ଜନାନିପୁର ଗ୍ରାମର ଅଖିଲେଶ ବର୍ମାଙ୍କ ମୋଡର୍ନ ଇଟାଭାଟିକୁ କାମ କରିବାକୁ ନେଇଥିଲେ। ୨ ମାସ କାମ କରିବା ପରେ ବେଦନାଥ କେଉଁଆଡେ ଚାଲିଗଲେ, ଆଉ କୌଣସି ଖବର ମିଳିଲା ନାହିଁ। ସେଠାରେ କିଛି ଦିନ ଅପେକ୍ଷା କରି ସାଙ୍ଗରେ ଝିଅପୁଅକୁ ଧରି ସ୍ତ୍ରୀ ଲଳିତା ଗାଁକୁ ଫେରିଲେ। ଗାଁକୁ ଆସି ବେଲଟୁକୁରି ଥାନାରେ ସ୍ବାମୀ ବେଦନାଥଙ୍କୁ ଖୋଜି ଆଣିବା ପାଇଁ ଅଭିଯୋଗ କରିଥିଲେ। ୭ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଖୋଜି ବାହାର କରି ପାରିଲା ନାହିଁ। ଜିଲାପାଳ, ଜିଲା ଶ୍ରମ ଅଧିକାରୀ ପାଖରେ ମଧ୍ୟ ଅଭିଯୋଗ କଲି କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ନିରାଶ ହୋଇ ପରିବାର ତାଙ୍କ ଆସିବା ବାଟକୁ ଚାହିଁ ବସିଛୁ ବୋଲି ଲଳିତା କୋହଭରା କଣ୍ଠରେ କହିଥିଲେ। ବେଲଟୁକୁରି ଥାନା ଅଧିକାରୀ କ୍ଷୀରୋଦ ବାଗଙ୍କୁ ପଚାରିବାରୁ ଆମ ପାଖକୁ ନିଖୋଜ ଏକ କେସ ଆସିଛି। ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଅତିରିକ୍ତ ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆଙ୍କୁ ପଚାରିବାରୁ ବେଦନାଥଙ୍କ ସ୍ତ୍ରୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ମଧ୍ୟ ଆମେ ତାର ଘରକୁ ଯାଇଥିଲୁ। ପୋଲିସରେ କେସ ହୋଇଛି, ପୋଲିସ ବୁଝିବ। ଆମେ ଲଳିତାଙ୍କ ଲେବର କାର୍ଡ କରିବା ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri