ଦାଦନ ପରିବାର ଦୁଃଖ: ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ଝିଅପୁଅ

ନୂଆପଡ଼ା ଅଫିସ,୧୯।୯: ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଶିଳ୍ପବିହୀନ ଜିଲାରେ ଲୋକେ କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦଲାଲଙ୍କ ସାହାଯ୍ୟରେ ଯାଇଥାନ୍ତି। ସେଠାରେ ମାଲିକମାନେ ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହ ଟଙ୍କା ନେଣଦେଣକୁ ନେଇ ଶ୍ରମିକମାନଙ୍କୁ ଦଲାଲମାନେ ହଇରାଣ ମଧ୍ୟ କରୁଛନ୍ତି। କେତେବେଳେ ଝିଅ, ବହୁମାନଙ୍କୁ ବନ୍ଧକ ରଖୁଥିବା ବେଳେ କେତେବେଳେ ଶ୍ରମିକମାନେ ନିଖୋଜ ହେଉଥିବା ଅନେକ ନଜରି ରହିଛି। ଏପରି ଏକ ଅଭିଯୋଗ ଆସିଛି ନୂଆପଡା ସଦର ବ୍ଲକ ବେଲଟୁକୁରି ଥାନା ବିଶୋରା ପଞ୍ଚାୟତ ସରଧାପୁର ଗାଁରେ। ଏହି ଗଁାରେ ରହୁନ୍ତି ବେଦନାଥ କେଉଟ (୨୯), ସ୍ତ୍ରୀ ଲଳିତା କେଉଟ (୨୫) ଝିଅ ଦିବ୍ୟା (୯), ପୁଅ ଅନୁଜ (୬) ଓ ସାନ ଝିଅ ସୁଜାତା (୪)। ୨୦୨୧ ଡିସେମ୍ବରରେ ୩୦ ହଜାର ଟଙ୍କା ଅଗ୍ରୀମ ଦେଇ ଆମୋଦି ଗାଁର ଶ୍ରମିକ ଦଲାଲ ସନ୍ତୋଷ ଅଗ୍ରୱାଲ ବେଦନାଥଙ୍କ ପରିବାରକୁ ଉତ୍ତରପ୍ରଦେଶ ସୁଲତାନପୁର ଜିଲା ଆକବରପୁର ଥାନା ଅଞ୍ଜନାନିପୁର ଗ୍ରାମର ଅଖିଲେଶ ବର୍ମାଙ୍କ ମୋଡର୍ନ ଇଟାଭାଟିକୁ କାମ କରିବାକୁ ନେଇଥିଲେ। ୨ ମାସ କାମ କରିବା ପରେ ବେଦନାଥ କେଉଁଆଡେ ଚାଲିଗଲେ, ଆଉ କୌଣସି ଖବର ମିଳିଲା ନାହିଁ। ସେଠାରେ କିଛି ଦିନ ଅପେକ୍ଷା କରି ସାଙ୍ଗରେ ଝିଅପୁଅକୁ ଧରି ସ୍ତ୍ରୀ ଲଳିତା ଗାଁକୁ ଫେରିଲେ। ଗାଁକୁ ଆସି ବେଲଟୁକୁରି ଥାନାରେ ସ୍ବାମୀ ବେଦନାଥଙ୍କୁ ଖୋଜି ଆଣିବା ପାଇଁ ଅଭିଯୋଗ କରିଥିଲେ। ୭ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଖୋଜି ବାହାର କରି ପାରିଲା ନାହିଁ। ଜିଲାପାଳ, ଜିଲା ଶ୍ରମ ଅଧିକାରୀ ପାଖରେ ମଧ୍ୟ ଅଭିଯୋଗ କଲି କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ନିରାଶ ହୋଇ ପରିବାର ତାଙ୍କ ଆସିବା ବାଟକୁ ଚାହିଁ ବସିଛୁ ବୋଲି ଲଳିତା କୋହଭରା କଣ୍ଠରେ କହିଥିଲେ। ବେଲଟୁକୁରି ଥାନା ଅଧିକାରୀ କ୍ଷୀରୋଦ ବାଗଙ୍କୁ ପଚାରିବାରୁ ଆମ ପାଖକୁ ନିଖୋଜ ଏକ କେସ ଆସିଛି। ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଅତିରିକ୍ତ ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆଙ୍କୁ ପଚାରିବାରୁ ବେଦନାଥଙ୍କ ସ୍ତ୍ରୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ମଧ୍ୟ ଆମେ ତାର ଘରକୁ ଯାଇଥିଲୁ। ପୋଲିସରେ କେସ ହୋଇଛି, ପୋଲିସ ବୁଝିବ। ଆମେ ଲଳିତାଙ୍କ ଲେବର କାର୍ଡ କରିବା ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri