ପିକ୍‌ନିକ୍‌ ସ୍ପଟ୍‌ରେ ରୂପାନ୍ତରିତ ହେବ ଡ୍ୟାମ୍‌ ଅଞ୍ଚଳ

ଯାଜପୁର ଅଫିସ,୨୪ା୬: ରାଜ୍ୟରେ ଥିବା ଜଳଭଣ୍ଡାର, ଜଳାଶୟ ଏବଂ ସ୍ବତନ୍ତ୍ର ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ପିକନିକ୍‌ ସ୍ପଟ୍‌, ସୌନ୍ଦର୍ଯ୍ୟକରଣ, ସଂଗ୍ରହାଳୟ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ। ଏଥିପାଇଁ ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍‌ଓପି) ଗଠନ ହୋଇ ସାରିଛି। ୨୦୨୧-୨୨ରୁ ୨୦୨୩-୨୪ ମସିହା ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଛି। ଏହାସହ ଜଳ ସମ୍ପଦ ବିଭାଗ ଦ୍ୱାରା ଏକ ଗାଇଡ୍‌ ଲାଇନ ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗତ ୨୧ ତାରିଖରେ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜଳାଶୟ କିସମ ଜମିର ସୁରକ୍ଷା, ସଂରକ୍ଷଣ ଓ ପରିରକ୍ଷଣ କରିବାକୁ ରାଜ୍ୟ ସରକାରଙ୍କ ପୂର୍ବ ନିଷ୍ପତ୍ତି ଏଯାଏ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବାରୁ ଏହି ମହତ ଯୋଜନା କେତେଦୂର ସଫଳ ହେବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଜଳ ସମ୍ପଦ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୫ ବୃହତ୍‌ ଡ୍ୟାମ୍‌ ରହିଛି। ଏହି ଯୋଜନା ଅଧୀନରେ ଜଳସ୍ରୋତ ସହିତ ସଂଲଗ୍ନ ସ୍ଥାନଗୁଡିକ ମନୋରଞ୍ଜନ କାର୍ଯ୍ୟ ପାଇଁ ବିକାଶ କରାଯିବ। ଏହାବାଦ୍‌ ଡ୍ୟାମ୍‌ଗୁଡ଼ିକରେ ବୋଟିଂ ଏବଂ କ୍ୟାମ୍ପିଂ ସୁବିଧା ହେବ। ତେବେ ଡ୍ୟାମ୍‌ର ସୁରକ୍ଷା ଏବଂ ନିରାପତ୍ତାକୁ ପ୍ରାଥମିକ ଦିଆଯିବ। ଏହିକ୍ରମରେ ଡ୍ୟାମ୍‌ର ଉପରମୁଣ୍ଡରେ କୌଣସି ସ୍ଥାୟୀ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ଡ୍ୟାମ୍‌ର ତଳ ସ୍ରୋତରେ ୨୦୦ ମିଟର ଦୂରତା ପର୍ଯ୍ୟନ୍ତ ବିକାଶ କାମ କରାଯିବ। ଡଙ୍ଗା, ପହଁରିବା, ମତ୍ସ୍ୟଜୀବୀ, ପକ୍ଷୀ ଦେଖିବା ଏବଂ ଗାଧୋଇବା ଭଳି ଜଳକ୍ରୀଡାକୁ ଡ୍ୟାମର ଅପଷ୍ଟ୍ରିମ ଏବଂ ଜଳଭଣ୍ଡାରର ସ୍ପିଲୱେର ୧୦୦ ମିଟର ଦୂରତା ମଧ୍ୟରେ ଅନୁମତି ଦିଆଯିବ ନାହିଁ। ସୁରକ୍ଷା ଦୃଷ୍ଟିକୋଣ ପାଇଁ ପର୍ଯ୍ୟଟନ କାର୍ଯ୍ୟକଳାପରେ ଡ୍ୟାମ୍‌ ବନ୍ଧ ଗମନାଗମନ ଭାବେ ବ୍ୟବହୃତ ହେବ ନାହିଁ। ସଙ୍ଗୀତର ଶବ୍ଦ ସର୍ବାଧିକ ୬୦ଡିବି ସୀମା ମଧ୍ୟରେ ସୀମିତ ରହିବ। ଫଳରେ ଏହା ଜଳଜୀବ ଏବଂ ପକ୍ଷୀମାନଙ୍କ ପାଇଁ କୌଣସି ବ୍ୟାଘାତ ସୃଷ୍ଟି କରିବ ନାହିଁ । ଏହାସହ ସେହି ଅଞ୍ଚଳର ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ। ଜଳ କ୍ରୀଡା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଯଦି କୌଣସି ଦୁର୍ଘଟଣା ହୁଏ ସେଥିପାଇଁଁ ଜଳ ସମ୍ପଦ ବିଭାଗ ଦାୟୀ ରହିବ ନାହିଁ ଭଳି ଅନେକ ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଛି।
ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜଳାଶୟ କିସମ ଜମିକୁ ସୁରକ୍ଷା କରିବାକୁ ୨୦୧୮ ଜାନୁୟାରୀରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏଥିରେ ଜିଲାପାଳ ଆବାହକ, ଆଞ୍ଚଳିକ ଅଧିକାରୀ, ନିର୍ବାହୀ ଅଧିକାରୀ, ଉନ୍ନୟନ ପରିଷଦର ଯୋଜନା ଅଧିକାରୀ ପ୍ରମୁଖ ସଭ୍ୟ ରହିଛନ୍ତି। ଏହି ନିଷ୍ପତ୍ତିର ୪ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ହେଲେ ପୋତା ଯାଇଥିବା ଜଳାଶୟ କିସମ ଜମି ଏଯାଏ ଚିହ୍ନଟ ହୋଇ ପାରିନାହିଁ କିମ୍ବା ପୋଖରୀଗୁଡିକର ସୁରକ୍ଷା ଓ ସଂରକ୍ଷଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଉଦ୍‌ବେଗର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri