ପଶ୍ଚିମ ବଡ଼ଚଣାରେ ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨୪ା୬(ଡି.ଏନ.ଏ.): ଦର୍ପଣ ତହସିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ପ୍ରାୟ ୪ଟି ପଞ୍ଚାୟତରେ ବ୍ୟାପକ ବେଆଇନ ମାଙ୍କଡ଼ା ଖାଦାନ ଚାଲୁଛି। ଯେଉଁଦିନ ତହସିଲ ତରଫରୁ ଚଢ଼ାଉ କରାଯାଉଛି ସେହି ଦିନଟି ଖାଦାନ ବନ୍ଦ ରହୁଥିବାବେଳେ ଅନ୍ୟଦିନ ଖାଦାନରେ ବ୍ୟାପକ କାରବାର ହେଉଛି। ପଥର ମାଫିଆମାନେ ଦୀର୍ଘ ୧ ମାସ ହେବ ସକ୍ରିୟ ହୋଇ ଉଠିଛନ୍ତି। ବୈରୀ ଥାନା ପାଖଦେଇ ଚୋରା ମାଙ୍କଡ଼ା ଗାଡ଼ିଗୁଡ଼ିକ ଯାଉଥିବାବେଳେ ପୋଲିସର ନୀରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହି ତହସିଲ ଅଧୀନ ବୈରୀ, ଅମିୟଝରି, ନିମଡ଼ିହ, ବରଗଡ଼ା ଓ ଶାଳପଡ଼ା ଆଦି ସ୍ଥାନରେ ୧୦ରୁ୧୨ଟି ବେଆଇନ ଖାଦାନ ଚାଲୁଛି। ତହସିଲ ତରଫରୁ ବୈରୀର ଗୋଟିଏ ବେସରକାରୀ ଜାଗାରୁ ମାଙ୍କଡ଼ା ଖନନ ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ଏହାର ସୁଯୋଗ ନେଇ ମାଫିଆ ବିଭିନ୍ନ ସ୍ଥାନରୁ ଖାଦାନ ସୃଷ୍ଟି କରି ଖନନ କରୁଛନ୍ତି। ମେଶିନ ସାହାଯ୍ୟରେ ରାତିଅଧରେ ଦୈନିକ ଶହଶହ ଟ୍ରିପ୍‌ ମାଙ୍କଡ଼ା ଖନନ କରାଯାଇ ବାହାରକୁ ଚାଲାଣ କରାଯାଉଛି। ଏପରି କି କେତେକ ସ୍ଥାନରେ ମାଙ୍କଡ଼ା ପଥରକୁ ଗଚ୍ଛିତ ରଖାଯାଇ ସୁବିଧା ସୁଯୋଗ ଦେଖି ଚାଲାଣ କରାଯାଉଛି। ଗୋଟିଏ ବେସରକାରୀ ଜମିକୁ ଅନୁମତି ଦିଆଯାଇଥିବା ବେଳେ ମାଫିଆ ଜଙ୍ଗଲ ଜମି ଓ ସରକାରୀ ଜମିରୁ ମଧ୍ୟ ପଥର ଖନନ କରୁଛନ୍ତି। ଗତ ସପ୍ତାହରେ ଏ ସମ୍ପର୍କରେ ଅଭିଯୋଗ ପାଇ ଦର୍ପଣ ତହସିଲଦାରଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ାଉ କରି ୩ ଟ୍ରକ୍‌ ଓ ଗୋଟିଏ ଜେସିବି ମେଶିନ ଜବତ କରିଥିଲା। ତେବେ ଏଭଳି ଚଢ଼ାଉକୁ ନଜର ରଖି ମାଫିଆ ରାସ୍ତା ଉପରେ ଲୋକଙ୍କୁ ଠିଆକରି ରଖୁଛନ୍ତି ଏବଂ ସେମାନେ ତହସିଲ ତରଫରୁ ଚଢ଼ାଉ ହେବାର ଖବର ପାଇ ସଙ୍ଗେସଙ୍ଗେ ସୂଚନା ଦେଉଛନ୍ତି। ବୈରୀ ରେଞ୍ଜ ଅଫିସ ଓ ଥାନାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏଭଳି ବେଆଇନ ଖାଦାନ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀ ଏହା ଜାଣିଥିଲେ ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି।
ସୂଚନା ଥାଉକି, ୨୦୧୧ ମସିହାରେ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅରବିନ୍ଦ ପାଢ଼ୀ ବେଆଇନ ମାଙ୍କଡ଼ା ଖାଦାନ ଚାଲୁଥିବା ନେଇ ଖବର ପାଇ ଆସିଥିବାବେଳେ ସେତେବେଳେ ୪ଜଣ ସରକାରୀ କର୍ମଚାରୀଙ୍କୁ ଏଥିରେ ସମ୍ପୃକ୍ତି ଥିବାନେଇ ନିଲମ୍ବିତ କରିଥିଲେ। ବନବିଭାଗ ଓ ରାଜସ୍ବ ବିଭାଗର ଏହି ୪କର୍ମଚାରୀଙ୍କୁ ନିଲମ୍ବିତ ହେବାପରେ ସେଠାରେ ସରକାରୀ ଅଧିକାରୀଙ୍କ ମଧ୍ୟରେ ସେତେବେଳେ କୋକୁଆଭୟ ସୃଷ୍ଟି ହୋଇଥିଲା। ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ନ ହେବା ହେତୁ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ବୈରୀ ପଞ୍ଚାୟତ ଅନ୍ତର୍ଗତ ବଗଉଠାରେ ଏକ ବେଆଇନ ଖାଦାନ ଚାଲିଥିବାବେଳେ ସୀମା ନିର୍ଦ୍ଧାରଣ ନ ହୋଇଥିବା ହେତୁ ସେମାନେ ଦର୍ପଣ ତହସିଲ ଅଞ୍ଚଳରେ ଖୋଳୁଥିବା ବେଳେ ଏହା ଟାଙ୍ଗୀ ତହସିଲର ବୋଲି କହୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କୁହନ୍ତି, ବେଆଇନ ଖନନ ସମ୍ପର୍କରେ ଖବର ପାଇଲେ ସଙ୍ଗେସଙ୍ଗେ ଚଢ଼ାଉ ଜାରି ରହୁଛି ଏବଂ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଉଛି। ଚଳିତ ବର୍ଷ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣରେ ଆମ ତହସିଲ ସର୍ବାଧିକ ଜରିମାନା ଆଦାୟ କରିଛି। ଆଗକୁ ବେଆଇନ ଖନନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?