ପୁରୀଠାରୁ ୯୬୦ କିଲୋମିଟର ଦୂରରେ ବାତ୍ୟା

ଭୁବନେଶ୍ୱର,୮ା୫(ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ୧୩ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ‘ଅସାନି’ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୯୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୋର୍ଟ ବ୍ଲେୟାରଠାରୁ ଏହା ୪୪୦ କିଲୋମିଟର ଓ ବିଶାଖାପାଟଣାଠାରୁ ୯୦୦ କିଲୋମିଟର ଦୂରରେ ରହିଛି।

ବାତ୍ୟା ‘ଅସାନି’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ରବିବାର ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହେବ। ୧୦ ତାରିଖ ସନ୍ଧ୍ୟାରେ ସୁପର ସାଇକ୍ଲୋନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓ ଉପକୂଳରେ ପହଞ୍ଚିବ।

ଏଠାରୁ ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବେ ଓ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ହେଲେଣି ୧୮ ପରିବହନ କର୍ମଚାରୀ

କଟକ ଅଫିସ,୬ା୮: କରୋନାରେ ବୁଧବାର ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସୂଚନା...

ବଜ୍ରପାତରେ ଦମ୍ପତି ସମେତ ୩ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୬ା୭ (ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଏକ ଦମ୍ପତି ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ଆଗକୁ ସାଉଥ୍‌ପୋଲ୍‌ ଆଣ୍ଟାର୍କଟିକା ଚଢ଼ିବା ଲକ୍ଷ୍ୟ:ସିଦ୍ଧାର୍ଥ

ପୁରୀ ଅଫିସ, ୨୪ା୫:ଏସିଆ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରିଥିବା ଓଡ଼ିଆ ପର୍ବତାରୋହୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ...

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହାଣି ଦେଲେ

ସୁନ୍ଦରଗଡ଼,୨୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅଧୀନ ଭଦ୍ରାଟୋଲିରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଲୋହିଆ...

‘ଓଡ଼ିଆ ଜାତି ବିରାଟ ପରିବାର’

ଭୁବନେଶ୍ୱର,୨।୪(ବ୍ୟୁରୋ): ଓଡ଼ିଶା ଆମର ମା’ ା ଆମ ଓଡ଼ିଆ ଜାତି ହେଉଛି ଗୋଟିଏ ବିରାଟ ପରିବାର ା ନିଜ ପରିବାରର ଉନ୍ନତି ପରି ଓଡିଆ ଜାତିର...

କରୋନାରେ ଆଉ ୨ ଶିଶୁ ମୃତ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ତୃତୀୟ ଲହର ନ ଆସୁଣୁ ରାଜ୍ୟରେ ଶିଶୁଙ୍କ ପାଇଁ ଘାତକ ହେଉଛି କରୋନା।ଦୈନିକ ସଂକ୍ରମଣ ନିମ୍ନସ୍ତରରେ ଥିଲେ ମଧ୍ୟ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା...

୩୮ ମତ୍ସ୍ୟଜୀବୀ ଚେନ୍ନାଇରୁ ସମୁଦ୍ର ପଥରେ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନା(କୋଭିଡ-୧୯) ଲକ୍‌ଡାଉନ ଯୋଗୁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଅତିଷ୍ଠ ହୋଇପଡ଼ିଲେଣି। ରିଲିଫ କ୍ୟାମ୍ପରେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଓ ଚିକିତ୍ସା ସୁବିଧା...

ଏରସମାରେ ବ୍ୟାପିଲା ଝାଡ଼ାବାନ୍ତି: ତିନି ଦିନରେ ୧୧୮ ଆକ୍ରାନ୍ତ

ଏରସମା,୨୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ତିନ ଦିନ ଭିତରେ ବ୍ଲକର ବିଭିନ୍ନ ସ୍ଥାନରୁ ୧୧୮ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଏରସମା ଗୋଷ୍ଠୀ...

Advertisement
Archives

Model This Week