ଗଣତନ୍ତ୍ରର ମାପକାଠି

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଫେବୃୟାରୀରେ ମତ ରଖିଛନ୍ତି ଯେ କୃଷକ ଆନ୍ଦୋଳନକୁ ନେଇ ଯେଉଁମାନେ ପ୍ରତିବାଦ କରୁଛନ୍ତି, ସେମାନେ ‘ଆନ୍ଦୋଳନଜୀବୀ’। ଆନ୍ଦୋଳନଜୀବୀର ଅର୍ଥ ବୁଝାଇବାକୁ ଯାଇ ସେମାନଙ୍କୁ ବୃତ୍ତିଗତ ପ୍ରତିବାଦକାରୀ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଯେଉଁ ବିଦେଶୀ ସେଲିବ୍ରିଟିମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଏଫ୍‌ଡିଆଇ ବା ଫରେନ୍‌ ଡେଷ୍ଟ୍ରକ୍‌ଟିଭ୍‌ ଆଇଡିଓଲୋଜି ବୋଲି କହିଛନ୍ତି। ସମସ୍ତେ ଜାଣନ୍ତି ଏଫ୍‌ଡିଆଇ ଅର୍ଥ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ। ହେଲେ ପ୍ରଧାନମନ୍ତ୍ରୀ ପାଶ୍ଚାତ୍ୟ ତାରକାଙ୍କୁ ବିଦେଶୀ ବିଧ୍ୱଂସୀ ବିଚାରଧାରା ଆଖ୍ୟା ଦେଇ ସମାଲୋଚନା କରିଛନ୍ତି।
ଭାରତରେ ହେଉଥିବା ବିକ୍ଷୋଭକୁ ତେଜିବା ପାଇଁ ବିଦେଶୀ ହସ୍ତକ୍ଷେପ ହେଉଛି ବୋଲି ଯାହା କୁହାଯାଉଛି, ତାହାର ସତ୍ୟତା ରହିଛି। କିନ୍ତୁ ବୁଝିବା ଦରକାର ଯେ, କେଉଁଥିପାଇଁ ଏଭଳି ସ୍ଥିତି ଉପୁଜିଲା। ଏହି ସ୍ତମ୍ଭରେ ୮ ଫେବୃୟାରୀରେ ‘ଶର୍ମାଙ୍କୁ ମାନିନିଅ’ ଶୀର୍ଷକରେ ଲେଖିଥିଲୁ। ଯେଉଁ ଚାଷୀମାନେ ନିଜର ମଙ୍ଗଳ କେଉଁଥିରେ ହେବ ତାହା ବୁଝିବାରେ ଅକ୍ଷମ ସେଭଳି ନାଗରିକଙ୍କ ପାଇଁ ସକାରାତ୍ମକ ଆଇନ ସୃଷ୍ଟି କରିବା ବ୍ୟର୍ଥ ହୋଇପାରେ। ତେଣୁ ଆର୍‌ଏସ୍‌ଏସ୍‌ର ବରିଷ୍ଠ ନେତା ରଘୁନନ୍ଦନ ଶର୍ମାଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତି ଉଲଗ୍ନ ହେବାକୁ ଚାହୁଁଛି, ତାହାକୁ ଲୁଗା ପିନ୍ଧାଇବାର ପ୍ରୟୋଜନ ନାହିଁ। ଏଠାରେ ଆହୁରି ମଧ୍ୟ କହିହେବ ଯେ ସ୍ବାଧୀନ ଭାରତ ଇତିହାସକୁ ଦେଖିଲେ ଆଜିର କୃଷକ ଆନ୍ଦୋଳନ ପାଉଥିବା ଅନ୍ତର୍ଜାତୀୟ ଓ ଆଭ୍ୟନ୍ତରୀଣ ସମର୍ଥନ ବୁଝିବା ସହଜ ହୁଏ। ଉଦାହରଣ ସ୍ବରୂପ ଗତ ଶତାବ୍ଦୀର ୭୦ ଦଶନ୍ଧିରେ ଭାରତରେ ଆଭ୍ୟନ୍ତରୀଣ ଅସନ୍ତୋଷ ପ୍ରକାଶ ପାଇବାରୁ ବିଦେଶୀ ଶକ୍ତିଙ୍କ ପ୍ରବେଶ ଦ୍ୱାର ଖୋଲିଯାଇଥିଲା। ସେତେବେଳକାର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଫରେନ୍‌ ହ୍ୟାଣ୍ଡ୍‌ ବା ବିଦେଶୀ ହାତ ସମ୍ପର୍କରେ ବାରମ୍ବାର ଦୋହରାଇଥିଲେ। ଏହା ସ୍ବୀକାର କରିବାକୁ ହେବ ଯେ, ଆଜିର ଅନେକ ଭାଜପା ନେତା ସେହି ସମୟର ଏମରଜେନ୍ସି ବା ଜରୁରିକାଳୀନ ପରିସ୍ଥିତିକୁ କଠୋର ସମାଲୋଚନା କରୁଛନ୍ତି। ଏବେ ବାଡ଼ ଆରପଟେ ଥିବା କେତେକ ସମାଲୋଚକଙ୍କ କହିବା ଅନୁଯାୟୀ ଆଜି ମଧ୍ୟ ଅଘୋଷିତ ଜରୁରିକାଳୀନ ପରିସ୍ଥିତିର ବାତାବରଣ ସୃଷ୍ଟି ହୋଇଗଲାଣି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇହେବ ନାହିଁ। ଆଭ୍ୟନ୍ତରୀଣ ଅସନ୍ତୋଷ ପ୍ରକାଶ ପାଇବାରୁ ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ବୃଦ୍ଧି ପାଉଛି। ତେବେ ଗତ ଶତାବ୍ଦୀର ପରିସ୍ଥିତି ସହିତ ଆଜିକୁ ତୁଳନା କଲେ ଅନେକ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଉଦାହରଣ ସ୍ବରୂପ, ପୂର୍ବରୁ ଭାରତର ଭିତିରି ଅସନ୍ତୋଷ ପ୍ରକାଶ ପାଇଲେ ବିଦେଶୀ ସରକାର ବିଭିନ୍ନ ମାଧ୍ୟମରେ ମୁଣ୍ଡ ପୂରାଉଥିଲେ। ଏବେ ସୋସିଆଲ୍‌ ମିଡିଆର ପହୁଞ୍ଚ ଯୋଗୁ ବିପ୍ଳବର ରୂପ ବଦଳିବାକୁ ଆରମ୍ଭ କଲାଣି। ଏହାର ପ୍ରଥମ ଛବି ଆରବ ସ୍ପ୍ରିଙ୍ଗ୍‌ ସମୟରେ ଦେଖିବାକୁ ମିଳିଥିଲା। ପୁନର୍ବାର ସଦ୍ୟ ଏହାର ଦୃଷ୍ଟାନ୍ତ ବର୍ମା ବା ମ୍ୟାନ୍‌ମାର ସାମରିକ ଶାସକଙ୍କ ବିରୋଧରେ ସେଠାକାର ଜନସାଧାରଣଙ୍କ ସୋସିଆଲ୍‌ ମିଡିଆ ଯୁଦ୍ଧ ଉଲ୍ଲେଖନୀୟ। ଏହି ପ୍ରଚ୍ଛଦପଟରେ ଭାରତ ସରକାରଙ୍କ ଦ୍ୱାରା ଟୁଇଟରକୁ ନୋଟିସ୍‌ ଦିଆଯାଇ ୨୦୦ ଟୁଇଟ୍‌ ଏବଂ ଆକାଉଣ୍ଟ ବନ୍ଦ କରିବା ପାଇଁ କୁହାଯାଇଥିଲା। ତାହାକୁ ଟୁଇଟର ଅଣଦେଖା କରିଛି। ଯେଉଁ କେତୋଟି ଆକାଉଣ୍ଟକୁ ବନ୍ଦ କରିଥିଲା, ସେଗୁଡ଼ିକୁ ଅତି କମ୍‌ ସମୟରେ ଖୋଲି ଦିଆଗଲା। ଏବେ ଭାରତ ସରକାର ଟୁଇଟରକୁ ଆହୁରି ୧,୧୭୫ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ପଠାଇଛନ୍ତି। ଭାରତ ସରକାରଙ୍କ ଏହିସବୁ ନିର୍ଦ୍ଦେଶକୁ ଟୁଇଟର ନ ଶୁଣିବା ଯୋଗୁ ସରକାରଙ୍କ ଏକ ପ୍ରକାର ସମ୍ମାନହାନି ଘଟୁଛି। ଏଥିସହିତ ଟୁଇଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସେଙ୍କ ଦ୍ୱାରା ଅନେକ ଚାଷୀସମର୍ଥନକାରୀ ଟୁଇଟ୍‌କୁ ପସନ୍ଦ କରାଯାଇଥିବା ହେତୁ ଟୁଇଟରର ନିରପେକ୍ଷତାକୁ ଭାରତ ସରକାର ସନ୍ଦେହରେ ଦେଖୁଛନ୍ତି। ଏଠାରେ ଟୁଇଟର ସମ୍ପର୍କରେ ଉଲ୍ଲେଖ କରିବା ଉଚିତ ହେବ। ଟିକ୍‌ଟକ୍‌ କିମ୍ବା ଫେସ୍‌ବୁକ୍‌ ଭଳି ଅନେକ ସୋସିଆଲ ମିଡିଆ ରହିଛି, ଯେଉଁଥିରେ ବଡ଼ କମ୍ପାନୀଠାରୁ ଆରମ୍ଭକରି ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ସଦସ୍ୟ ରହି ଯୋଗଦାନ କରିପାରୁଛନ୍ତି। ଟୁଇଟରର ଏକ ମୌଳିକ ତଫାତ୍‌ ରହିଛି। ଏଥିରେ ନିର୍ଦ୍ଦିଷ୍ଟ ଅକ୍ଷର ମଧ୍ୟରେ ନିଜର ମତ ପ୍ରକାଶ କରିବାକୁ ପଡ଼ିଥାଏ। ଅବଶ୍ୟ ମତ ପ୍ରକାଶ କରିବା ପରିବର୍ତ୍ତେ କେବଳ ଅଭଦ୍ର ଭାଷାରେ ଗାଳିଗୁଲଜ କରିବାକୁ ପସନ୍ଦ କରିଥାନ୍ତି। ସେହିଭଳି ଲୋକଙ୍କୁ ‘ଟ୍ରୋଲ୍‌’ର ଆଖ୍ୟା ଦିଆଯାଇଥାଏ। କୃଷକଙ୍କ ଆନ୍ଦୋଳନ ସପକ୍ଷରେ ରିହାନା, ଗ୍ରେଟା ଥନ୍‌ବର୍ଗ, ସୁଜାନ ସାରଣ୍ଡନ ଏବଂ ଆହୁରି ଅନେକ ନାମୀଦାମୀ ବ୍ୟକ୍ତିତ୍ୱ ଚାଷୀଙ୍କ ସମର୍ଥନରେ ଟୁଇଟ୍‌ କଲେ। ପରେ ସେମାନଙ୍କୁ ଭାରତରୁ ବହୁସଂଖ୍ୟକ ଟୁଇଟର ସଦସ୍ୟମାନେ କେବଳ ଅଭଦ୍ର ଭାଷା ବ୍ୟବହାର କରିଥିବା ହେତୁ ମୂଳ ଅସୁବିଧାଜନକ ଟୁଇଟ୍‌ ଅତ୍ୟନ୍ତ ବଡ଼ ଆକାରରେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିପାରିଲା। ନୀରବ ରହିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ମଧ୍ୟ ଏକ ଟୁଇଟ ଯୋଗେ ଏହି ଅନ୍ତର୍ଜାତୀୟ ତାରକାମାନଙ୍କୁ ଖଣ୍ଡନ କରାଗଲା।
ଏଭଳି ସ୍ଥିତିରେ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଭାଷଣରେ ଚାଷୀ ଆନ୍ଦୋଳନକାରୀଙ୍କୁ ‘ଆନ୍ଦୋଳନଜୀବୀ’ର ଆଖ୍ୟା ଦେବାରୁ ଭାରତ ବିରୋଧୀ ଶକ୍ତିମାନଙ୍କ କାର୍ଯ୍ୟ ସହଜ ହୋଇଯାଉଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶାସନର ପତନ ପରେ ବିଶ୍ୱବ୍ୟାପୀ ନୂଆ ସ୍ରୋତ ଆରମ୍ଭ ହୋଇଛି। ଜୋ ବାଇଡେନ୍‌ଙ୍କ ଆସନ୍ତା ୪ ବର୍ଷ ଶାସନ ପୃଥିବୀବ୍ୟାପୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଶକ୍ତିଶାଳୀ କରିବାକୁ ବାଧ୍ୟ ହେବ। ଏହା ଦୟା ନୁହେଁ, ଆମେରିକା ଆଭ୍ୟନ୍ତରୀଣ ରାଜନୀତିର ପ୍ରତିଫଳନ। ଏହି ଚକ୍ରବୂ୍ୟହରେ କେବଳ ନିର୍ବାଚନ ଜିଣିଲେ ଗଣତନ୍ତ୍ର ପ୍ରତିଷ୍ଠା ହେଲା ବୋଲି ଧରିନିଆଯିବ ନାହିଁ। ସେଥିପାଇଁ ଜନସାଧାରଣଙ୍କ ସ୍ବରକୁ ଶୁଣିବା ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଗଣତନ୍ତ୍ରର ମାପକାଠି ଭାବେ ଗଢ଼ିଉଠୁଛି। ଭାରତକୁ ଏଥିପ୍ରତି ସଜାଗ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri