ବିଶ୍ୱାସର ସଙ୍କଟ

ଡ. ଚିନ୍ତାମଣି ପଣ୍ଡା

 

ଲୋକ ଚରିତ୍ରରେ ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ନ ରହିଲେ ସମାଜର ସ୍ଥିତି କଳ୍ପନା କରିହୁଏନା। ମାନବ ଏକ ସାମାଜିକ ପ୍ରାଣୀ ହେଲେ ମଧ୍ୟ ନିଜକୁ କିମ୍ବା ନିଜର ପରିବାରକୁ ଶୃଙ୍ଖଳାବଦ୍ଧ କରି ଅନୁଶାସନରେ ଆୟତ୍ତ କରି ରଖିପାରୁ ନାହିଁ। ଫଳତଃ, ସବୁଆଡ଼େ ଅରାଜକତା ବ୍ୟାପିଚାଲିଛି। କେହି କେହି ଏହାକୁ ‘ଘୋର କଳିକାଳର’ ଆଖ୍ୟା ଦେଇ ଶାସ୍ତ୍ର ପୁରାଣର ଦୃଷ୍ଟାନ୍ତ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ବୈଶାଳୀ ନଗରର ରାଜା ନନ୍ଦଙ୍କ ସୁପୁତ୍ର ଜୟପାଳଙ୍କ ବୃତ୍ତାନ୍ତଟିକୁ ଉଦାହରଣ ସ୍ବରୂପ ନିଆଯାଇପାରେ। ସେଦିନ ରାଜକୁମାର ଏକ କୃଷ୍ଣସାରକୁ ଶିକାର କରିବା ପାଇଁ ଜଙ୍ଗଲରେ ପଥ ହୁଡ଼ି ନିଜ ଦଳରୁ ଅଲଗା ହୋଇଗଲେ। ଇତସ୍ତତଃ ଭ୍ରମଣ କରୁ କରୁ ସନ୍ଧ୍ୟା ହୋଇଗଲା। ଏକ ଶାର୍ଦ୍ଦୂଳର ଗର୍ଜନରେ ଡରିଯାଇ କୁମାର ଆମତ୍ରକ୍ଷା ପାଇଁ ବୃକ୍ଷାରୋହଣ କରନ୍ତେ, ବୃକ୍ଷ ଉପରେ ଏକ ଭଲ୍ଲୁକ ହାବୁଡ଼େ ପଡ଼ିଗଲେ। ତଳେ ମହାବଳ, ଉପରେ ଭଲ୍ଲୁକ। ରାଜକୁମାର ଭୟରେ ଶିହରି ଉଠିବା ବେଳକୁ ଭଲ୍ଲୁକଟି ତାଙ୍କୁ ଅଭୟବାଣୀ ଶୁଣାଇ ଏକ ଚୁକ୍ତିରେ ଉପନୀତ ହେବାକୁ ସର୍ତ୍ତ ବାଢ଼ିଲା। ତାହା ଥିଲା ”ରାତ୍ରିର ପ୍ରଥମ ଦୁଇପ୍ରହର କ୍ଳାନ୍ତ ରାଜା ଭଲ୍ଲୁକର ଅଙ୍କରେ ଆଶ୍ରିତ ହୋଇ ନିଦ୍ରା ଯିବେ, ଆଉ ଶେଷ ଦୁଇପ୍ରହର ଜାଗ୍ରତ ରହି ଭଲ୍ଲୁକକୁ ସୁରକ୍ଷା ଦେବେ। ରାତ୍ରି ଉପରାନ୍ତେ ଉଭୟେ ନିଜ ନିଜ ରାସ୍ତାରେ ଚାଲିଯିବେ ପରସ୍ପର କ୍ଷତି ନ କରି।“ ଚୁକ୍ତି ଅନୁଯାୟୀ ପ୍ରଥମ ପ୍ରହରରେ ରାଜକୁମାର କ୍ଳାନ୍ତିଜନିତ ନିଦ୍ରାରେ ଅଚେତନ ହୁଅନ୍ତେ ଅପେକ୍ଷାରତ କ୍ଷୁଧାର୍ତ୍ତ ଶାର୍ଦ୍ଦୂଳଟି ମଣିଷ ଜାତିକୁ ବିଶ୍ୱାସ ନ କରିବାକୁ ନାନା ଉଦାହରଣ ସହ ଜାଗ୍ରତ ଭଲ୍ଲୁକକୁ ଉପଦେଶ ଦେଲା ଏବଂ ରାଜକୁମାରଙ୍କୁ ତାକୁ ସମର୍ପି ଦେବାକୁ ପ୍ରସ୍ତାବ ଦେଲା। ଭଲ୍ଲୁକଟି କିନ୍ତୁ ନିଜର ସତ୍ୟଭଗ୍ନ କରି ରାଜକୁମାରଙ୍କୁ ବଳିଦାନ ଦେବାକୁ ଅସ୍ବୀକାର କଲା। ରାତ୍ରିର ଶେଷ ପ୍ରହରରେ ଠିକ୍‌ ସେହିଭଳି ନାନା ଆଖ୍ୟାନ ଶୁଣାଇ ବ୍ୟାଘ୍ରଟି ଜାଗ୍ରତ ରାଜକୁମାରଙ୍କୁ ହିଂସ୍ରପଶୁକୁ ବିଶ୍ୱାସ ନ କରିବାକୁ ପ୍ରବର୍ତ୍ତାଇଲା।
ଖାଦ୍ୟକୁ ଖାଦକ ମୁହଁରୁ ଛଡ଼ାଇ ନେବାର ପାପରେ ଭାଗୀ ହେବା ପାଇଁ ରାଜକୁମାରଙ୍କୁ କୁହନ୍ତେ ତା କଥାରେ ପ୍ରଲୋଭିତ ହୋଇ ରାଜକୁମାର ଅଙ୍କାଶ୍ରିତ ସୁପ୍ତ ଭଲ୍ଲୁକଟିକୁ ଶକ୍ତ ଧକ୍କାଟିଏ ଦେଇ ତଳକୁ ନିପତିତ କରିବାର ପ୍ରୟାସ କଲେ। କିନ୍ତୁ ସତର୍କ ଭଲ୍ଲୁକଟି ନିଜର ତୀକ୍ଷ୍ଣ ନଖ ଦ୍ୱାରା ଗଛଡାଳକୁ ପ୍ରଗାଢ଼ ଭାବେ ଧରି ରଖିବାରୁ ପ୍ରାଣ ବଞ୍ଚେଇବାରେ ସକ୍ଷମ ହେଲା। ରାତ୍ରି ଶେଷରେ ରାଜକୁମାରଙ୍କ ଜିହ୍ବାରେ ଏହି ମିତ୍ରଦ୍ରୋହ ତଥା ବିଶ୍ୱାସଘାତକତା ପାଇଁ ସେ ‘ସସେମିରା’ ବୋଲି ଲେଖି ଦେଇ ଚାଲିଗଲା, ଯାହାର ପ୍ରଭାବରେ ରାଜକୁମାର ପାଗଳ ପ୍ରାୟ ବୁଲିଲେ। ‘ସସେମିରା’କୁ ପରବର୍ତ୍ତୀ ଅବସ୍ଥାରେ ନନ୍ଦ ରାଜାଙ୍କର ବିଚକ୍ଷଣ ମନ୍ତ୍ରୀ ଅର୍ଥ କରନ୍ତେ ରାଜକୁମାର ମାନସିକ ସୁସ୍ଥତା ଫେରି ପାଇଲେ। ଘଟଣାଟିରେ ସତ୍ୟତା ଯାହା ଥାଉନା କାହିଁକି, ତଦାନିନ୍ତନ ସମାଜ ପାଇଁ ଏହି ଆଖ୍ୟାନଟି ପଥପ୍ରଦର୍ଶକ ଭାବେ ”ବିଶ୍ୱାସଘାତକତା ଏକ ଘୃଣ୍ୟ ପାପ“ର ବାର୍ତ୍ତା ବହନ କରେ।
ଅଧୁନାତନ ସମାଜରେ ସଭ୍ୟଶିକ୍ଷିତ ମାନବ ଆଗରେ ଏସବୁ ଉଦାହରଣ କିଛି ଅର୍ଥ ରଖେନା। ଦ୍ୱିତୀଶ୍ୱର ଚିକିତ୍ସକଙ୍କ ପ୍ରତି ଅଗାଧ ବିଶ୍ୱାସ ହେତୁରୁ ରୋଗୀଟିର ଆମତ୍ୀୟସ୍ବଜନ ତା’ର ଚିକିତ୍ସା ଭାର ସହ ତା’ର ଜୀବନଟିକୁ ସମର୍ପଣ କରିଦେଇଥା’ନ୍ତି। କିନ୍ତୁ ଅଜସ୍ର ଅର୍ଥ ଶ୍ରାଦ୍ଧ କରିବା ସତ୍ତ୍ୱେ ଯେତେବେଳେ ଅନୁଭବ କରନ୍ତି ଯେ, ତାଙ୍କ ଲୋକଟି ଅବହେଳିତ ହୋଇ ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ହେବା ଦୃଷ୍ଟିରୁ ପ୍ରାଣତ୍ୟାଗ କଲା; ସେତେବେଳେ ସେମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯିବା ସ୍ବାଭାବିକ। ଜଣେ ଚିକିତ୍ସକଙ୍କ ପାଇଁ ରୋଗୀମୃତ୍ୟୁର ପ୍ରାଧାନ୍ୟ ଯାହା, ଜଣେ ଆମତ୍ୀୟଙ୍କ ପାଇଁ ତା’ର ପରିଭାଷା ଅଲଗା। ଏହିଠାରୁ ଆରମ୍ଭ ହେଉଛି ବିଶ୍ୱାସର ସଙ୍କଟ। ନା ଚିକିତ୍ସାଳୟ ଚିକିତ୍ସାସେବା ପ୍ରଣାଳୀକୁ ସ୍ବଚ୍ଛ କରୁଛି, ନା ଆମତ୍ୀୟ ସ୍ବଜନଙ୍କୁ ସଠିକ୍‌ ସୂଚନା ପ୍ରଦାନ କରୁଛି। ଯହିଁରୁ ମହାଭାରତ ସୃଷ୍ଟି ହେଉଛି ଏବଂ ଏହି ବ୍ୟୟବହୁଳ ସେବା ପାଇଁ ଜନସମାଜ ଶୋଷିତ ହେଉଥିବାର ଧାରଣା ସୃଷ୍ଟି ହେଉଛି। ରୋଗୀଟିକୁ ତା’ ମୃତ୍ୟୁର ସମୟ ବିଷୟରେ ନିଷ୍ଠୁର ସୂଚନା ଦେଇ ବଞ୍ଚତ୍ ଥାଉ ଥାଉ ମୃତ୍ୟୁର ସ୍ବାଦ ଚଖେଇବାଠାରୁ ଆରମ୍ଭ କରି, ଅବଲୀଳାକ୍ରମେ ତା’ର ଅମ୍ଳଜାନ ସରବରାହକୁ ବନ୍ଦ କରିଦେବାର ମାନସିକତା କୌଣସି ଅନ୍ତର୍ଘାତୀ କାର୍ଯ୍ୟଠାରୁ କମ୍‌ କି?
ଦ୍ୱିତୀୟ ଉଦାହରଣଟି ହେଲା ତଥ୍ୟ ପ୍ରଦାନରେ ଚଞ୍ଚକତା। ମହାମାରୀରେ ସଂକ୍ରମଣ ସଂଖ୍ୟା ତୁଳନାରେ ମୃତ୍ୟୁହାରକୁ ଜନସାଧାରଣ ‘ସରକାରୀ ତଥ୍ୟ-ଧର୍ମକୁ ଆଖିଠାର’ କହି ବିଶ୍ୱାସକୁ ନେଉନାହାନ୍ତି। ଟିକା ପ୍ରଦାନର ବିଭ୍ରାନ୍ତିକର ତଥ୍ୟ, ପ୍ରକାଶିତ ମୃତ୍ୟୁହାର ସହିତ ଶ୍ମଶାନଘାଟର ନିରନ୍ତର ପ୍ରଜ୍ୱଳିତ ବାଡ଼ବାଗ୍ନି କୌଣସି ତାଳମେଳ ରଖେନାହିଁ; ବରଂ ଏକ ଧୂମାୟିତ ପରିବେଶ ସୃଷ୍ଟି କରେ ଅନାସ୍ଥାର, ଅବିଶ୍ୱାସର। ସରକାରଙ୍କ ପ୍ରତି ମହାମାରୀ ମୃତକ ସଂଖ୍ୟା ତଥ୍ୟରେ ଜନସାଧାରଣଙ୍କ ସନ୍ଦେହ କାହିଁକି? ଏହାଠାରୁ ଆଉ ପାଦଟିଏ ଆଗେଇ ଯାଇ ବ୍ୟବସାୟୀ ଭାଇଟି ଜୀବନ ରକ୍ଷାକାରୀ ଔଷଧର ନକଲି ଉତ୍ପାଦ ପ୍ରସ୍ତୁତ କରି ସାରା ସଂସାରର ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲିଦେବା ବିଶ୍ୱାସରେ ବିଷଦାନ ପରି। ଖାଲି ସେତିକି ନୁହେଁ, ସ୍ବାସ୍ଥ୍ୟ ଛଡ଼ା ଶିକ୍ଷାକ୍ଷେତ୍ରରେ ମଧ୍ୟ ଧୁରୀଣ ମାଫିଆମାନେ ଅର୍ଥ ବଳରେ ମେଧାହୀନ ଛାତ୍ରଟିକୁ ନକଲି ମେଧାବୀ ବନାଇ ହାତ ଚିକ୍କଣ କରିବାରେ ପାରଙ୍ଗମ। ଅଶରୀରୀ ଶିକ୍ଷାଦାନ ପ୍ରଣାଳୀରେ ନକଲି ଉପସ୍ଥାନ ଦେଇ ଶିକ୍ଷକମାନଙ୍କୁ ଠକୁଥିବା ବିଦ୍ୟାର୍ଥୀଟିର ପିଠି ଥାପୁଡ଼ାଇ ତା’ର ଅଭିଭାବକଗଣ ଏମନ୍ତ କଳାକାରୀ ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ ଅବିଶ୍ୱସନୀୟତାର ଯେଉଁ ବୀଜଟି ବପନ କରୁଛନ୍ତି, ତା’ର ମାନସପଟରେ ତାହା ଦିନେ ଅଙ୍କୁରୋଦ୍‌ଗମ ହୋଇ ମହାବୃକ୍ଷରେ ପରିଣତ ହେଲା ବେଳକୁ ସାଧାରଣ ଜନତାଙ୍କ ବିଶ୍ୱାସଭାଜନ ହେବ ତ? ”ଶ୍ରେଣୀରେ ନ ଥାଇ ଉପସ୍ଥାନ, ପରୀକ୍ଷା ନ ଦେଇ ବି ଉତ୍ତୀର୍ଣ୍ଣ“- ଏହି ନ୍ୟାୟରେ କୃତକାର୍ଯ୍ୟ ଛାତ୍ରଟିର ବ୍ୟକ୍ତିତ୍ୱ କିପରି ପ୍ରଭାବିତ ତାହା ମନସ୍ତତ୍ତ୍ୱବିଦ୍‌ ହିଁ କହିପାରିବେ।
ଆଜି ଚାରିଆଡ଼େ ବିଶ୍ୱାସର ସଙ୍କଟ। ଏଇ ପରିସ୍ଥିତିରେ ଆଜି ପାରସ୍ପରିକ ସ୍ନେହସୌହାର୍ଦ୍ଦ୍ୟର ଶୃଙ୍ଖଳ ଘୁଣ ଖାଇ ବସିଲାଣି। ଏକ ଅବକ୍ଷୟୋନ୍ମୁଖୀ ସମାଜକୁ ଏହା ଯଦୁବଂଶ ଧ୍ୱଂସ ହେବା ପରି ଅରାଜକତା, ଅବିଶ୍ୱସନୀୟତା ତଥା ଅନାସ୍ଥା ଆଡ଼କୁ ଟାଣି ନେଇ ଆମର ବିଶ୍ୱବିଦିତ ‘ବସୁଧୈବ କୁଟୁମ୍ବକଂ’ ମାନସିକତାକୁ ବଙ୍ଗୋପସାଗରରେ ଦିନେ ନା ଦିନେ ବିଲୀନ କରାଇ ଯେ ନ ଦେବ, ଏଥିରେ ସନ୍ଦେହର ଅବକାଶ ନାହିଁ।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri