ତଦନ୍ତ ପାଇଁ ବାଙ୍ଗାଲୋର ଯିବ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍‌ କରାଯିବା ଏବଂ ତାଙ୍କର ୫ଜଣ ସମ୍ପର୍କୀୟଙ୍କୁ ମେସେଜ୍‌ କରି ୭ ଲକ୍ଷ ଟଙ୍କା ନେଇଯାଇଥିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସାଇବର୍‌ ଥାନା ତଦନ୍ତ ଜାରି ରଖିଛି। ତେବେ ଟଙ୍କା ନେଇଥିବା ହ୍ୟାକର ଜଣକ ବାଙ୍ଗାଲୋରର ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି। ଏଥିସହ ଉକ୍ତ ଟଙ୍କା ପର୍ଯ୍ୟାୟକ୍ରମେ ୩ଟି ବ୍ୟାଙ୍କକୁ ଯାଇଛି। ତେଣୁ ବ୍ୟାଙ୍କଗୁଡ଼ିକର ଶାଖା ମୁଖ୍ୟଙ୍କୁ କ୍ରାଇମ୍‌ବ୍ରାଞ୍ଚ ଚିଠି ଲେଖି ଆକାଉଣ୍ଟକୁ ଅଚଳ କରିଛି। ତେବେ ଖୁବଶ୍ରୀଘ୍ର ଏହି ମାମଲାରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ବାଙ୍ଗାଲୋର ଯିବ। ସମ୍ପୃକ୍ତ ହ୍ୟାକରଙ୍କ ଠିକଣା ଜଣାପଡିଛି, ଖୁବଶ୍ରୀଘ୍ର ସେ ଧରାପଡିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଏକ ଅଜଣା ନମ୍ବରରୁ ମନୋଜଙ୍କ ଫୋନ୍‌କୁ ଏକ କଲ୍‌ ଆସିଥିଲା। ହେଲେ ୩୦ ସେକେଣ୍ଡ ଧରି କେହି କିଛି ନ କହିବାରୁ ସେ ଉକ୍ତ କଲ୍‌କୁ କାଟିଦେଇଥିଲେ। ପରେ ଜଣେ ସମ୍ପର୍କୀୟ ମନୋଜଙ୍କୁ ଫୋନ୍‌ କରି ତାଙ୍କ ନାମରେ କେହି ଜଣେ ଟଙ୍କା ମାଗୁଥିବା ଜଣାଇଥିଲେ। ହ୍ବାଟ୍ସଆପ୍‌ କଲ୍‌ କରୁଥିବା ବ୍ୟକ୍ତିଜଣକ ମନୋଜଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ରହିଥିବା ଜଣାଇ ଆର୍ଥିକ ସହାୟତା ଚାହିଁବାରୁ ସେ କିଛି ଟଙ୍କା ଦେଇଥିବା ଜଣାଇଥିଲେ। ପରେ ଆଉ କେତେଜଣ ସମ୍ପର୍କୀୟ ଫୋନ୍‌ କରି ଠକଙ୍କୁ ଟଙ୍କା ଦେଇଦେଇଥିବା ମନୋଜଙ୍କୁ କହିବାରୁ ତାଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍‌ ହୋଇ ଟଙ୍କା ଠକେଇ କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ଶହୀଦନଗର ଥାନାରେ ଅଭିଯୋଗ ପରେ କ୍ରାଇମ୍‌ବ୍ରାଞ୍ଚ ନିଜ ଆଡୁ ମାମଲା (ନଂ.୨୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

ଛତୁ ତୋଳିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲରେ ବଳାତ୍କାର, ବିବାହ ପାଇଁ ଜିଦି କରିବାରୁ ଖାଇଦେଲେ ବିଷ ଫଳ

ଟିକିରି,୯।୭(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri