ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ପୋଲିସ ଚାକିରି କରାଇଦେବାକୁ କହି ବଡ ଧରଣର ଠକେଇ ହୋଇଛି। ଏଭଳି ୩୮ଜଣ ଆଶାୟୀଙ୍କଠାରୁ ମୋଟ ୧କୋଟି ୪୭ ଲକ୍ଷ ଠକିଥିବା ଅଭିଯୋଗରେ ୨ଜଣଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅଥର୍ର୍ନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ୍‌ ମହାରଣା। ଅଭିଯୁକ୍ତ ବୈକୁଣ୍ଠନାଥଙ୍କ ନିକଟରୁ ନକଲି ଆଇ କାର୍ଡ, ୧୨ଟି ଏଟିଏମ୍‌ କାର୍ଡ, ଟଙ୍କା ନେଣଦେଣର ଚୁକ୍ତିପତ୍ର ସମେତ ଅନ୍ୟାନ୍ୟ ତଥ୍ୟ ପ୍ରମାଣଯୁକ୍ତ କାଗଜପତ୍ର ଇଓଡବ୍ଲ୍ୟୁ ଜବତ କରିଛି। ଅଭିଯୁକ୍ତଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଅଚଳ କରିଛି। ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି। ଇଓଡବ୍ଲ୍ୟୁ ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୪୧୯, ୪୨୦, ୪୬୭, ୪୬୮, ୪୭୧, ୧୨୦-ବି ଦଫାରେ ଏକ କେସ୍‌ (ନଂ.୧୫/୨୧) ରୁଜୁ କରିଛି। ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପରିଚୟ ସମ୍ବନ୍ଧରେ ଇଓଡବ୍ଲ୍ୟୁ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ। ସେମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି। ଏଥିସହ ଅଭିଯୁକ୍ତଙ୍କ ଦ୍ୱାରା ଅନ୍ୟ କେହି ଠକାମିର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଇଓଡବ୍ଲ୍ୟୁ ନିବେଦନ କରିଛି।
ସୂଚନା ଅନୁଯାୟୀ, ୨୦୧୩ ମସିହାରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ପକ୍ଷରୁ ସବ୍‌ଇନ୍ସପେକ୍ଟର, ଡେପୁଟି ସୁବେଦାର ପ୍ରଭୃତି ପୋଲିସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ୨୦୧୫ରୁ ୨୦୧୬ ମଧ୍ୟରେ ମେନ୍‌, ଫିଜିକାଲ୍‌, ପ୍ରିଲିମିନାରି ଓ ଭାଇଭା ଆଦି ପରୀକ୍ଷା ହୋଇଥିଲା। ଆଶାୟୀ ବାଦଲ କୁମାର ରାଉଳଙ୍କ ସମେତ ୩୮ ଜଣ ପରୀକ୍ଷାର ସମସ୍ତ ସୋପାନ ଅତିକ୍ରମ କରି ଭାଇଭା ଦେଇଥିଲେ। ତେବେ ଏହି ପରୀକ୍ଷାର ଭାଇଭା ପାଇଁ ୨୦୧୬ରେ ଯେଉଁ ତାଲିକା ବାହାରିଥିଲା ସେଥିରେ ଏହି ୩୮ ଜଣଙ୍କ ନାଁ ନ ଥିଲା। ଏହାପରେ ଏକ ସପ୍ଲିମେଣ୍ଟାରି ତାଲିକା ବାହାରିବ ଏବଂ ସେଥିରେ ଏମାନଙ୍କ ନାଁ ରହିବ ବୋଲି ଆଶାୟୀମାନଙ୍କ ମନରେ ଅଭିଯୁକ୍ତମାନେ ବିଶ୍ୱାସ ଜନ୍ମାଇଥିଲେ। ବୈକୁଣ୍ଠ ନାୟକ ନିଜକୁ ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ ଏବଂ ଭୀମସେନ୍‌ ମହାରଣା ଗୃହ ବିଭାଗର ଜଣେ ବଡ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସେମାନେ ଆଶାୟୀମାନଙ୍କୁ ଏକ ନକଲି ଆଇକାର୍ଡ ମଧ୍ୟ ଦେଖାଇଥିଲେ। ସେହିପରି ଅନ୍ୟ ୨ଜଣ ଅଭିଯୁକ୍ତ ମଧ୍ୟ ଗୃହ ବିଭାଗର ବଡ ଅଧିକାରୀ ଓ ତାଙ୍କର ନେତା, ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି ବୋଲି ଆଶାୟୀମାନଙ୍କୁ କହିଥିଲେ। ଆଶାୟୀମାନେ ଅଭିଯୁକ୍ତମାନଙ୍କୁ ବିଶ୍ୱାସ କରି ୨୦୨୦ରେ ବିଭିନ୍ନ ପର୍ଯ୍ୟାୟରେ ନଗଦ ଟଙ୍କା ଏବଂ ଅନ୍‌ଲାଇନ ମାଧ୍ୟମରେ ୧ କୋଟି ୪୭ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଅଭିଯୁକ୍ତମାନେ ଟଙ୍କା ନେଇ ଫେରାର ହୋଇଯିବାରୁ ଆଶାୟୀମାନେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri