ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ପୋଲିସ ଚାକିରି କରାଇଦେବାକୁ କହି ବଡ ଧରଣର ଠକେଇ ହୋଇଛି। ଏଭଳି ୩୮ଜଣ ଆଶାୟୀଙ୍କଠାରୁ ମୋଟ ୧କୋଟି ୪୭ ଲକ୍ଷ ଠକିଥିବା ଅଭିଯୋଗରେ ୨ଜଣଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅଥର୍ର୍ନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ୍‌ ମହାରଣା। ଅଭିଯୁକ୍ତ ବୈକୁଣ୍ଠନାଥଙ୍କ ନିକଟରୁ ନକଲି ଆଇ କାର୍ଡ, ୧୨ଟି ଏଟିଏମ୍‌ କାର୍ଡ, ଟଙ୍କା ନେଣଦେଣର ଚୁକ୍ତିପତ୍ର ସମେତ ଅନ୍ୟାନ୍ୟ ତଥ୍ୟ ପ୍ରମାଣଯୁକ୍ତ କାଗଜପତ୍ର ଇଓଡବ୍ଲ୍ୟୁ ଜବତ କରିଛି। ଅଭିଯୁକ୍ତଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଅଚଳ କରିଛି। ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି। ଇଓଡବ୍ଲ୍ୟୁ ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୪୧୯, ୪୨୦, ୪୬୭, ୪୬୮, ୪୭୧, ୧୨୦-ବି ଦଫାରେ ଏକ କେସ୍‌ (ନଂ.୧୫/୨୧) ରୁଜୁ କରିଛି। ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପରିଚୟ ସମ୍ବନ୍ଧରେ ଇଓଡବ୍ଲ୍ୟୁ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ। ସେମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି। ଏଥିସହ ଅଭିଯୁକ୍ତଙ୍କ ଦ୍ୱାରା ଅନ୍ୟ କେହି ଠକାମିର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଇଓଡବ୍ଲ୍ୟୁ ନିବେଦନ କରିଛି।
ସୂଚନା ଅନୁଯାୟୀ, ୨୦୧୩ ମସିହାରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ପକ୍ଷରୁ ସବ୍‌ଇନ୍ସପେକ୍ଟର, ଡେପୁଟି ସୁବେଦାର ପ୍ରଭୃତି ପୋଲିସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ୨୦୧୫ରୁ ୨୦୧୬ ମଧ୍ୟରେ ମେନ୍‌, ଫିଜିକାଲ୍‌, ପ୍ରିଲିମିନାରି ଓ ଭାଇଭା ଆଦି ପରୀକ୍ଷା ହୋଇଥିଲା। ଆଶାୟୀ ବାଦଲ କୁମାର ରାଉଳଙ୍କ ସମେତ ୩୮ ଜଣ ପରୀକ୍ଷାର ସମସ୍ତ ସୋପାନ ଅତିକ୍ରମ କରି ଭାଇଭା ଦେଇଥିଲେ। ତେବେ ଏହି ପରୀକ୍ଷାର ଭାଇଭା ପାଇଁ ୨୦୧୬ରେ ଯେଉଁ ତାଲିକା ବାହାରିଥିଲା ସେଥିରେ ଏହି ୩୮ ଜଣଙ୍କ ନାଁ ନ ଥିଲା। ଏହାପରେ ଏକ ସପ୍ଲିମେଣ୍ଟାରି ତାଲିକା ବାହାରିବ ଏବଂ ସେଥିରେ ଏମାନଙ୍କ ନାଁ ରହିବ ବୋଲି ଆଶାୟୀମାନଙ୍କ ମନରେ ଅଭିଯୁକ୍ତମାନେ ବିଶ୍ୱାସ ଜନ୍ମାଇଥିଲେ। ବୈକୁଣ୍ଠ ନାୟକ ନିଜକୁ ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ ଏବଂ ଭୀମସେନ୍‌ ମହାରଣା ଗୃହ ବିଭାଗର ଜଣେ ବଡ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସେମାନେ ଆଶାୟୀମାନଙ୍କୁ ଏକ ନକଲି ଆଇକାର୍ଡ ମଧ୍ୟ ଦେଖାଇଥିଲେ। ସେହିପରି ଅନ୍ୟ ୨ଜଣ ଅଭିଯୁକ୍ତ ମଧ୍ୟ ଗୃହ ବିଭାଗର ବଡ ଅଧିକାରୀ ଓ ତାଙ୍କର ନେତା, ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି ବୋଲି ଆଶାୟୀମାନଙ୍କୁ କହିଥିଲେ। ଆଶାୟୀମାନେ ଅଭିଯୁକ୍ତମାନଙ୍କୁ ବିଶ୍ୱାସ କରି ୨୦୨୦ରେ ବିଭିନ୍ନ ପର୍ଯ୍ୟାୟରେ ନଗଦ ଟଙ୍କା ଏବଂ ଅନ୍‌ଲାଇନ ମାଧ୍ୟମରେ ୧ କୋଟି ୪୭ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଅଭିଯୁକ୍ତମାନେ ଟଙ୍କା ନେଇ ଫେରାର ହୋଇଯିବାରୁ ଆଶାୟୀମାନେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?