ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ରାଜଧାନୀରେ ନାଗସାପ ବିଷ ଜବତ ମାମଲାର ତଦନ୍ତ ଦୀର୍ଘ ଦେଢବର୍ଷ ପରେ କ୍ରାଇମବ୍ରାଞ୍ଚ ହାତକୁ ନେଇଛି। ମଙ୍ଗଳବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ୨୦୨୧ ମାର୍ଚ୍ଚ ୨୭ରେ ଭୁବନେଶ୍ୱରରେ ଚୋରାରେ ଡିଲ୍‌ ବେଳେ ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଚଢ଼ାଉ କରାଯାଇ ୧ ଲିଟର ୩୦ ମିଲିଲିଟର ନାଗସାପ ବିଷ ଜବତ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୋଟ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତେବେ ସେହି ବିଷ ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଲାଙ୍ଗୀର ଜିଲା ବାସିନ୍ଦା ସତ୍ୟନାରାୟଣ ଦାସଙ୍କୁ ବନ ବିଭାଗ ଗିରଫ କରିବାରେ ବିଫଳ ହୋଇଛି। ଦୀର୍ଘ ଦେଢ଼ବର୍ଷ ପରେ ବି ତଦନ୍ତ ପ୍ରକ୍ରିୟାରେ ବିଶେଷ କିଛି ଅଗ୍ରଗତି ହୋଇନାହିଁ। ଅନ୍ୟପକ୍ଷରେ ଫେରାର ସତ୍ୟ ନାରାୟଣ ଏହି ମାମଲାରେ କୋର୍ଟରୁ ଆଗୁଆ ଜାମିନ ଆଣିଥିବା କୁହାଯାଉଛି।
ରାଜଧାନୀରୁ ସାପବିଷ ଚାଲାଣ ନେଇ ଗତବର୍ଷ ଏପ୍ରିଲ ୮ରେ ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଚିଠି ଲେଖି କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜିଙ୍କୁ ତଦନ୍ତ କରିବା ସହିତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ସେତେବେଳେ ଏହି ମାମଲାକୁ ହାତକୁ ନେଇ ନ ଥିଲା। ଇତିମଧ୍ୟରେ ରାଜ୍ୟରେ ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ମାମଲାର ଦୁର୍ବଳ ପରିଚାଳନା ପାଇଁ ଉଭୟ କ୍ରାଇମବ୍ରାଞ୍ଚ ଓ ବନ ବିଭାଗକୁ ହାଇକୋର୍ଟରେ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳସ୍ବରୂପ ବିଳମ୍ବରେ ହେଉ ପଛେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଭୁବନେଶ୍ୱରରୁ ସାପବିଷ ଚୋରା ଚାଲାଣ ମାମଲାର ତଦନ୍ତ ଦାୟିତ୍ୱ ନିଜ ହାତକୁ ନେଇଛି। ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ଇ. କିରୋ ସିଟି ଫରେଷ୍ଟ ଡିଭିଜନ କାର୍ଯ୍ୟାଳୟକୁ ଯାଇ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଚଢ଼ାଉରେ ସାମିଲ ଥିବା ସିଟି ଫରେଷ୍ଟ ଡିଭିଜନର ଫରେଷ୍ଟରମାନଙ୍କୁ ସେଦିନ ଘଟଣା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଅପରାଧ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ଏ ନେଇ ଡିଏସ୍‌ପି କିରୋ କହିଛନ୍ତି, ଆମେ କେବଳ ସେଦିନର ଘଟଣା ସମ୍ପର୍କରେ ବନ ବିଭାଗଠାରୁ ତଥ୍ୟ ନେଇଛୁ। ତାକୁ ଆଧାର କରି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ କରିବୁ।
ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚରେ ଏହି ଘଟଣାର ତଦନ୍ତ ନ ହେଉଣୁ ସେହିବର୍ଷ ନଭେମ୍ବର ୨୧ରେ ଦେବଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ୧ କିଗ୍ରାରୁ ଅଧିକ ଡ୍ରାଏ ଭେନମ୍‌ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଥିଲା। ସେହିପରି ୨୦୧୩ରେ ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଭୁବନେଶ୍ୱର କଳ୍ପନା ଛକସ୍ଥିତ ଏକ ହୋଟେଲରେ ଚଢ଼ାଉ କରାଯାଇ ପ୍ରାୟ ୬୦୦ ମିଲିଲିଟର ସାପବିଷ ଜବତ କରାଯିବା ସହିତ ୬ଜଣ ଆନ୍ତଃରାଜ୍ୟ ବେପାରୀଙ୍କୁ ଗିରଫ କରାଯାଇଥିଲା। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସାପବିଷ ସଂଗ୍ରହ କେବଳ ଜଣେ ସାପ ଧରାଳି ବା ଉଦ୍ଧାରକାରୀ ହିଁ କରିପାରିବେ। ରାଜ୍ୟରେ ବହୁ ଅଣସ୍ବୀକୃତିପ୍ରାପ୍ତ ସାପଧରାଳି ସାପକୁ ନେଇ ଅନେକ ବେଆଇନ କାର୍ଯ୍ୟ କରୁଛନ୍ତି। ରାଜ୍ୟ ବାହାରର ସାପଧରାଳିମାନଙ୍କୁ ଓଡ଼ିଶାକୁ ଡାକି ବିଭିନ୍ନ ବିଷଧର ସାପ ଧରି ୟୁଟ୍ୟୁବରେ ଭିଡିଓ ପୋଷ୍ଟ ମଧ୍ୟ କରାଯାଉଛି। ଅଭିଯୋଗ କଲେ ବି ବନ ବିଭାଗ ସେହି ସାପ ଧରାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଅନ୍ୟ ରାଜ୍ୟକୁ ଯାଇ ସାପ ଧରିବା ବେଆଇନ ଏବଂ ସେଇ ଲିଙ୍କ୍‌ ହିଁ ଆନ୍ତଃ ରାଜ୍ୟ ଓ ସାପ ବିଷ ର଼୍ୟାକେଟର ବାଟ ଖୋଲିଥାଏ। ତେଣୁ ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ବେଆଇନ କାର୍ଯ୍ୟ କରୁଥିବା ସାପଧରାଳିଙ୍କୁ ଗିରଫ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri