ଆଇପିଏଲ୍‌ ଟଙ୍କାରେ ଘର କିଣିବେ ଏହି କ୍ରିକେଟର୍‌

ମୁମ୍ବାଇ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନୂତନ ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମ ମାଧ୍ୟମରେ, ଅନେକ ଖେଳାଳି ରାତାରାତି ତାରକା ପାଲଟନ୍ତି। ଏହିପରି ଜଣେ ଖେଳାଳି ହେଉଛନ୍ତି ୧୯ ବର୍ଷୀୟ ତିଳକ ବର୍ମା। ସେ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି ।ଏହା ହେଉଛି ତାଙ୍କର ଡେବ୍ୟୁ ସିଜିନ। ସେ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ ଖେଳିଛନ୍ତି। କିନ୍ତୁ ଏଥିରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଫେବୃଆରୀରେ ଅନୁଷ୍ଠିତ ମେଗା ନିଲାମରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୭ କୋଟିରେ କିଣିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ଅଧିନାୟକ ରୋହିତ ଶର୍ମା ତିଲକଙ୍କୁ ଖେଳିବାର ସୁଯୋଗ ଦେଇଥିଲେ ଏବଂ ସେ ଅଧିନାୟକଙ୍କ ଆଶା ପୂରଣ କରିଥିଲେ।
ଯଦିଓ ମୁମ୍ବାଇ ଏହାର ଉଭୟ ମ୍ୟାଚ ହାରିଛ। କିନ୍ତୁ ତିଳକ ନିଜର ମୂଲ୍ୟ ପ୍ରମାଣ କରିଥିଲେ। ସେ ପ୍ରଥମ ମ୍ୟାଚରେ ୨୨ ରନ ଏବଂ ଦ୍ୱିତୀୟ ମ୍ୟାଚରେ ୬୧ ରନ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ହାର ୧୭୩ ଥିଲା। ହାଇଦ୍ରାବାଦ ପାଇଁ ତିଳକ ଘରୋଇ କ୍ରିକେଟ ଖେଳନ୍ତି। ହାଇଦ୍ରାବାଦରୁ ମୁମ୍ବାଇ ଇଣ୍ଡିଆନ୍ସ ଯାତ୍ରା ତାଙ୍କ ପାଇଁ ସହଜ ନ ଥିଲା। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। କିନ୍ତୁ କ୍ରିକେଟ ପ୍ରତି ତିଳକଙ୍କ ଉତ୍ସାହ ତାଙ୍କୁ ଏହି ଅବସ୍ଥାକୁ ଆଣିଥିଲା। ସେ ୨୦୨୦ରେ ଅଣ୍ଡର-୧୯ ବିଶ୍ୱକପ ଖେଳିଥିଲେ ତିଳକ। କିନ୍ତୁ ଏଠାରେ ସେ ନିଜର ଛାପ ଛାଡି ପାରିଲେ ନାହିଁ। ତେବେ ଏହା ପରେ ସେ ଘରୋଇ କ୍ରିକେଟରେ ଦୃଢ ପ୍ରଦର୍ଶନ କରିଥିଲେ। ଏହି କାରଣରୁ, ତାଙ୍କୁ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା।
ତିଲକ କ୍ରିକବଜଙ୍କୁ ତାଙ୍କ ଘରର ଆର୍ଥିକ ଅବସ୍ଥା ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ସେ କହିଥିଲେ, ମୁଁ ଯେତେବେଳେ ବଡ ହେଇଥିଲି, ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମୋ ବାପାଙ୍କ ଦରମା ବହୁତ ଅଧିକ ନ ଥିଲା। ତାଙ୍କ ଦରମା ମୋ କ୍ରିକେଟ ଏବଂ ବଡ ଭାଇର ଶିକ୍ଷାର ସମସ୍ତ ଖର୍ଚ୍ଚ ପୂରଣ କରୁଥିଲା। ତେବେ ଗତ କିଛି ବର୍ଷ ମଧ୍ୟରେ ପରିସ୍ଥିତି ବଦଳିଛି। ପ୍ରାୟୋଜକ ଏବଂ ମ୍ୟାଚ ଫି’ ଯୋଗୁ ମୁଁ ବର୍ତ୍ତମାନ କ୍ରିକେଟ ତାଲିମର ଖର୍ଚ୍ଚ ବହନ କରୁଛି।
ତିଳକ ଆହୁରି କହିଛନ୍ତି, ଆମର ନିଜସ୍ବ ଘର ନାହିଁ। ତେଣୁ ଏବେ ମୋର ଏକମାତ୍ର ସ୍ବପ୍ନ ହେଉଛି, ମୁଁ ଆଇପିଏଲରୁ ଯାହା କିଛି ରୋଜଗାର କରିବି, ମୋର ମାତାପିତାଙ୍କ ପାଇଁ ଏକ ଘର କରିବି। ଏହି ଆଇପିଏଲ ଟଙ୍କା ହେତୁ ମୁଁ କ୍ରିକେଟ ଖେଳିବାର ସ୍ବାାଧୀନତା ପାଇବି। ଆଇପିଏଲ ମନୋନୀତ ହେବାପରେ ପରିବାର ଏବଂ ପ୍ରଶିକ୍ଷକ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ନିଲାମରେ ମୋର ମୂଲ୍ୟ ବଢୁଥିବା ଦେଖି କୋଚଙ୍କ ଆଖିରେ ଲୁହ ଝରିଗଲା। ମୋ ମା’ ଏତେ ଭାବପ୍ରବଣ ହୋଇଗଲେ ଯେ ତାଙ୍କ ପାଟିରୁ ଶବ୍ଦ ବାହାରି ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?