ଆଇପିଏଲ୍‌ ଟଙ୍କାରେ ଘର କିଣିବେ ଏହି କ୍ରିକେଟର୍‌

ମୁମ୍ବାଇ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନୂତନ ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମ ମାଧ୍ୟମରେ, ଅନେକ ଖେଳାଳି ରାତାରାତି ତାରକା ପାଲଟନ୍ତି। ଏହିପରି ଜଣେ ଖେଳାଳି ହେଉଛନ୍ତି ୧୯ ବର୍ଷୀୟ ତିଳକ ବର୍ମା। ସେ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି ।ଏହା ହେଉଛି ତାଙ୍କର ଡେବ୍ୟୁ ସିଜିନ। ସେ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ ଖେଳିଛନ୍ତି। କିନ୍ତୁ ଏଥିରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଫେବୃଆରୀରେ ଅନୁଷ୍ଠିତ ମେଗା ନିଲାମରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୭ କୋଟିରେ କିଣିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ଅଧିନାୟକ ରୋହିତ ଶର୍ମା ତିଲକଙ୍କୁ ଖେଳିବାର ସୁଯୋଗ ଦେଇଥିଲେ ଏବଂ ସେ ଅଧିନାୟକଙ୍କ ଆଶା ପୂରଣ କରିଥିଲେ।
ଯଦିଓ ମୁମ୍ବାଇ ଏହାର ଉଭୟ ମ୍ୟାଚ ହାରିଛ। କିନ୍ତୁ ତିଳକ ନିଜର ମୂଲ୍ୟ ପ୍ରମାଣ କରିଥିଲେ। ସେ ପ୍ରଥମ ମ୍ୟାଚରେ ୨୨ ରନ ଏବଂ ଦ୍ୱିତୀୟ ମ୍ୟାଚରେ ୬୧ ରନ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ହାର ୧୭୩ ଥିଲା। ହାଇଦ୍ରାବାଦ ପାଇଁ ତିଳକ ଘରୋଇ କ୍ରିକେଟ ଖେଳନ୍ତି। ହାଇଦ୍ରାବାଦରୁ ମୁମ୍ବାଇ ଇଣ୍ଡିଆନ୍ସ ଯାତ୍ରା ତାଙ୍କ ପାଇଁ ସହଜ ନ ଥିଲା। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। କିନ୍ତୁ କ୍ରିକେଟ ପ୍ରତି ତିଳକଙ୍କ ଉତ୍ସାହ ତାଙ୍କୁ ଏହି ଅବସ୍ଥାକୁ ଆଣିଥିଲା। ସେ ୨୦୨୦ରେ ଅଣ୍ଡର-୧୯ ବିଶ୍ୱକପ ଖେଳିଥିଲେ ତିଳକ। କିନ୍ତୁ ଏଠାରେ ସେ ନିଜର ଛାପ ଛାଡି ପାରିଲେ ନାହିଁ। ତେବେ ଏହା ପରେ ସେ ଘରୋଇ କ୍ରିକେଟରେ ଦୃଢ ପ୍ରଦର୍ଶନ କରିଥିଲେ। ଏହି କାରଣରୁ, ତାଙ୍କୁ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା।
ତିଲକ କ୍ରିକବଜଙ୍କୁ ତାଙ୍କ ଘରର ଆର୍ଥିକ ଅବସ୍ଥା ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ସେ କହିଥିଲେ, ମୁଁ ଯେତେବେଳେ ବଡ ହେଇଥିଲି, ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମୋ ବାପାଙ୍କ ଦରମା ବହୁତ ଅଧିକ ନ ଥିଲା। ତାଙ୍କ ଦରମା ମୋ କ୍ରିକେଟ ଏବଂ ବଡ ଭାଇର ଶିକ୍ଷାର ସମସ୍ତ ଖର୍ଚ୍ଚ ପୂରଣ କରୁଥିଲା। ତେବେ ଗତ କିଛି ବର୍ଷ ମଧ୍ୟରେ ପରିସ୍ଥିତି ବଦଳିଛି। ପ୍ରାୟୋଜକ ଏବଂ ମ୍ୟାଚ ଫି’ ଯୋଗୁ ମୁଁ ବର୍ତ୍ତମାନ କ୍ରିକେଟ ତାଲିମର ଖର୍ଚ୍ଚ ବହନ କରୁଛି।
ତିଳକ ଆହୁରି କହିଛନ୍ତି, ଆମର ନିଜସ୍ବ ଘର ନାହିଁ। ତେଣୁ ଏବେ ମୋର ଏକମାତ୍ର ସ୍ବପ୍ନ ହେଉଛି, ମୁଁ ଆଇପିଏଲରୁ ଯାହା କିଛି ରୋଜଗାର କରିବି, ମୋର ମାତାପିତାଙ୍କ ପାଇଁ ଏକ ଘର କରିବି। ଏହି ଆଇପିଏଲ ଟଙ୍କା ହେତୁ ମୁଁ କ୍ରିକେଟ ଖେଳିବାର ସ୍ବାାଧୀନତା ପାଇବି। ଆଇପିଏଲ ମନୋନୀତ ହେବାପରେ ପରିବାର ଏବଂ ପ୍ରଶିକ୍ଷକ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ନିଲାମରେ ମୋର ମୂଲ୍ୟ ବଢୁଥିବା ଦେଖି କୋଚଙ୍କ ଆଖିରେ ଲୁହ ଝରିଗଲା। ମୋ ମା’ ଏତେ ଭାବପ୍ରବଣ ହୋଇଗଲେ ଯେ ତାଙ୍କ ପାଟିରୁ ଶବ୍ଦ ବାହାରି ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନିଂସ ବିଜୟ ସହ ବିଦାୟ ନେଲେ

ଖ୍ରୀଷ୍ଟଚର୍ଚ୍ଚ,୧୧।୧: ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଦିନ ମଧ୍ୟରେ ଏକ ଇନିଂସ ଓ ୧୧୭ ରନ୍‌ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଏଭଳି ଫଳାଫଳ...

ଟସ୍‌ ଜିତିଲା କେକେଆର୍‌, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୬।୩ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ...

ଶରଥ କମଲ ଖେଳରନତ୍, ଦୀପଗ୍ରେସ୍‌ଙ୍କୁ ଅର୍ଜୁନ

ନୂଆଦିଲ୍ଳୀ, ୧ା୧୨ (ପି.ଟି.) ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ...

ଟି୨୦ ବିଶ୍ୱକପ୍‌ ଆୟୋଜନ ହୋଇ ନ ପାରିଲେ ଆଇପିଏଲ୍‌ ହେଉ: ହୋଲ୍ଡିଂ

ନୂଆଦିଲ୍ଲୀ,୮।୬: ଯଦି ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ ନ ହୋଇପାରେ ତା‘ହେଲ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)...

ଯୁବିଙ୍କୁ ବ୍ୟାଟିଂ ଶିଖାଇଥିଲେ ସିଦ୍ଧୁ

ବିଶ୍ୱ କ୍ରିକେଟରେ ଯୁବରାଜ ସିଂ (ଯୁବି) ଜଣେ ଲୋକପ୍ରିୟ ଖେଳାଳି। ପୂର୍ବତନ କ୍ରିକେଟର ଯୁଗରାଜ ସିଂଙ୍କ ପୁଅ ଯୁବିଙ୍କୁ ନଭଜୋତ ସିଂ ସିଦ୍ଧୁଙ୍କ ଘରକୁ ବ୍ୟାଟିଂ...

ଖାଲି ହାତରେ ଫେରିଲେ କ୍ରିଷ୍ଣନ

ନୂଆଦିଲ୍ଲୀ,୨୪।୭:ଟୋକିଓ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଛନ୍ତି ମୀରାବାଇ ଚାନ୍ନୁ। କିନ୍ତୁ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ବିକାଶ କ୍ରିଷ୍ଣନ ପ୍ରଥମ ରାଉଣ୍ଡ ମଧ୍ୟ...

ସାମ୍ନାକୁ ଆସିଲା କୋହଲିଙ୍କ ରାଗ

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ଏବେ ଖେଲାଯାଉଛି। ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛନ୍ତି ଘରୋଇ...

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୧୯।୨ (ପି.ଟି.):ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌...

Advertisement
Archives

Model This Week