Posted inଖେଳ

ଏହି କ୍ରିକେଟର୍‌ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି

ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ ଜଣାଶୁଣା। ଆଜି ମଧ୍ୟ ତାଙ୍କ ନାମରେ ତାଙ୍କର ଏକ ବିଶେଷ ରେକର୍ଡ ରହିଛି, ଯାହା ବିଶ୍ୱ ୨୬୦୦ରୁ ଅଧିକ ଖେଳାଳି ଭାଙ୍ଗି ପାରି ନାହାନ୍ତି। ଆଫ୍ରିଦି ପାକିସ୍ତାନ ପାଇଁ ୫୨୪ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଦେଶ ପାଇଁ ୫୦୦ରୁ ଅଧିକ ମ୍ୟାଚ ଖେଳିଛନ୍ତି। ସେ ତାଙ୍କର ପ୍ରଥମ ଏକଦିବସୀୟରେ ଦ୍ରୁତତମ ଏକଦିବସୀୟ ଶତକର ରେକର୍ଡ ସୃଷ୍ଟି କରିଥିଲେ। ଆଫ୍ରିଦି ୩୯୮ଟି ଦିନିକିଆ ଖେଳିଛନ୍ତି। ସେ ଏକଦିବସୀୟରେରେ ୩୫୧ ଛକା ମାରିଛନ୍ତି। ସେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ୩୫୦ରୁ ଅଧିକ ଛକା ମାରିଛନ୍ତି। ଏକଦିବସୀୟ କ୍ରିକେଟ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୨୬୦୮ ଖେଳାଳି ପଡିଆକୁ ଓହ୍ଲାଇଛଛନ୍ତି, କିନ୍ତୁ ଆଫ୍ରିଦିଙ୍କ ରେକର୍ଡରେ କେହି ପହଞ୍ଚି ନାହାଁନ୍ତି। ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ ୩୩୧ ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ବର୍ଷ ଆଫ୍ରିଦିଙ୍କ ବୟସ ବିବାଦ ସାମ୍ନାକୁ ଆସିଥିଲା। ଆଫ୍ରିଦି ୧୯୯୬ରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିଥିଲେ।

ଆଫ୍ରିଦିଙ୍କ ଡେବ୍ୟୁ ସମୟରେ ତାଙ୍କ ବୟସ ୧୬ ବର୍ଷ ବୋଲି କୁହାଯାଇଥିଲା। ଆଫ୍ରିଦି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଡେବ୍ୟୁ ସମୟରେ ମୋର ବୟସ ୧୬ ନୁହେଁ ବରଂ ୧୯ ବର୍ଷ ହୋଇଥିଲା। ମୁଁ ୧୯୭୫ରେ ଜନ୍ମଗ୍ରହଣ କରିଥିଲି ଆଫ୍ରିଦି ଅନେକଥର ଅବସର ନେଇଥିଲେ ଏବଂ ପରେ ପୁଣି ପଡ଼ିଆକୁ ଫେରିଥିଲେ। ସେ ମେ ୨୦୧୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହା ଏକ ଟି -୨୦ମ୍ୟାଚ ଥିଲା। ୧୯୯୮ରେ ଟେଷ୍ଟ ଡେବ୍ୟୁ କରିଥିବା ଆଫ୍ରିଦି ୨୦୦୬ରେ ଅବସର ନେଇଥିଲେ। କିନ୍ତୁ ୨୦୧୦ ମସିହାରେ ସେ ପୁନର୍ବାର ଟେଷ୍ଟ ଦଳକୁ ଫେରିଥିଲେ ଏବଂ ସେ ମଧ୍ୟ ଅଧିନାୟକ ଥିଲେ। ୨୦୧୧ ବିଶ୍ୱକପ ପରେ ମଧ୍ୟ ସେ ଅବସର ଘୋଷଣା କରିଥିଲେ, ମାତ୍ର କିଛି ମାସ ମଧ୍ୟରେ ସେ ଦଳକୁ ଫେରିଥିଲେ। ତା’ପରେ ସେ ୨୦୧୫ ବିଶ୍ୱକପ ଏବଂ ୨୦୧୬ ଟି -୨୦ ବିଶ୍ୱକପ ଖେଳିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ କୀର୍ତ୍ତିମାନ

ବର୍ମିଂହାମ, ୩।୭ (ପି.ଟି.)-ଭାରତୀୟ ତାରକା ଓପନର ରୋହିତ ଶର୍ମା ମଙ୍ଗଳବାର ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ୯୨...

ଜୋକୋଭିଚ୍‌ଙ୍କୁ ପ୍ରଥମ ଜାପାନ ଓପନ ଟାଇଟଲ

ଟୋକିଓ,୬।୧୦ (ଏଏଫ୍‌ପି)- ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ ଜୋକୋଭିଚ୍‌ ପ୍ରଥମ ଥର ପାଇଁ ଜାପାନ ଓପନ ଟାଇଟଲ ଜିତିଛନ୍ତି। ରବିବାର ଖେଳାଯାଇଥିବା...

ବାପାଙ୍କ ଦେଇଥିବା ଗୋଟିଏ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ଭାଙ୍ଗିନାହାନ୍ତି ସଚିନ ତେନ୍ଦୁଲକର

ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଭଗବାନ କୁହାଯାଏ। ସେ ଦିନିକିଆରେ ୧୫,୯୨୧ ରନ ଏବଂ ଟେଷ୍ଟରେ ୧୮,୪୨୬ ରନ ସ୍କୋର କରିଛନ୍ତି। ସମସ୍ତ ଫର୍ମାଟରେ ସଚିନଙ୍କ ନାମରେ...

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଚେନ୍ନାଇ, ୧୬।୬-ବିଶ୍ୱ ଚାମ୍ପିୟନ ମ୍ୟାଗ୍ନସ କାର୍ଲସେନ ଠିକ୍‌ ସମୟରେ ଉପଯୁକ୍ତ ଗୋଟି ଚାଳନା କରି ଅନ୍‌ଲାଇନ୍‌ କ୍ଲଚ ଅନ୍ତର୍ଜାତୀୟ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଏକଦା...

ଆଇପିଏଲ୍‌ ପୂର୍ବରୁ ବିଜୟର ମନ୍ତ୍ର ପଢାଇଲେ ବିରାଟ କୋହଲି: କହିଲେ…

ଚେନ୍ନାଇ,୭।୪: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର ମନ୍ତ୍ର କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି। ଚଳିତ ସିଜିନର...

ପୁଣିଥରେ ହାଇ ମାରି ଚର୍ଚ୍ଚାକୁ ଆସିଲେ ପାକିସ୍ତାନ କ୍ରିକେଟର୍‌ ସର୍ଫରାଜ

ମାଞ୍ଚେଷ୍ଟର, ୨।୯: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ପୁଣିଥରେ ଖବରର ଶିରୋନାମାରେ ରହିଛନ୍ତି। ନିଜର ବ୍ୟାଟିଂ କିମ୍ବା ଉଇକେଟ୍‌ କିପିଂ ପାଇଁ...

ପାକିସ୍ତାନ ଘରୋଇ କ୍ରିକେଟରେ ଟସ୍‌ ପଡ଼ିବ ନାହିଁ

କରାଚୀ,୨୫।୮(ପିଟି): ପାକିସ୍ତାନ କ୍ରିକେଟ ବୋର୍ଡ (ପିସବି) ଦେଶର ପ୍ରଥମ ଶ୍ରେଣୀ କ୍ରିକେଟରେ ଚଳିତ ସିଜନଠାରୁ ଆଉ ଟସ୍‌ ବ୍ୟବହାର କରାଯିବ ନାହିଁ। ପାକିସ୍ତାନ କ୍ରିକେଟ ଇତିହାସରେ...

ପଞ୍ଜାବ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହେବେ ହରଭଜନ ସିଂ!

ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି...

Advertisement
Archives

Model This Week