Posted inଖେଳ

ଆରସିବିକୁ ନେଇ ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌, କହିଲେ…

ନୂଆଦିଲ୍ଲୀ,୫।୪: ବିରାଟ କୋହଲି ହେଉଛନ୍ତି ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ ଭାରତ ଗତ କିଛି ମାସ ମଧ୍ୟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି। କିନ୍ତୁ ଆଜି ବି ଆଇପିଏଲ ଟାଇଟଲ ଜିତିବାର ସ୍ବପ୍ନ ପୂରଣ ହୋଇନାହିଁ। ତାଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୨୦୧୬ ରେ ଆଇପିଏଲ ଫାଇନାଲ ଖେଳିଥିଲା। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ପରାସ୍ତ ହୋଇଥିଲା। ଗତ ସିଜନରେ ଆରସିବି ପ୍ଲେ ଅଫରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ଟାଇଟଲ ଜିତିବାରେ ବଞ୍ଚିତ ହୋଇଥିଲା। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ସମୀକ୍ଷକ ଆକାଶ ଚୋପ୍ରା ମଧ୍ୟ ଚଳିତ ସିଜନରେ ଆରସିବି ପାଇଁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଆଇସିପି ୨୦୨୧ରେ ପ୍ଲେ ଅଫ ଆରସିବି ପହଞ୍ଚି ପାରିବ ନାହିଁ।
ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କଥାବାର୍ତ୍ତା କରି ଆକାଶ କହିଛନ୍ତି ଯେ, ଚଳିତ ବର୍ଷ ଆରସିବି ପୂର୍ବ ସିଜିନର ପ୍ରଦର୍ଶନକୁ ପୁନରାବୃତ୍ତି କରିପାରିବ ନାହିଁ। ଏଥର ପ୍ଲେ ଅଫ ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ। ଯଦି ଆମେ ଗତ ତିନି-ଚାରି ବର୍ଷକୁ ଦେଖିବା, ସେମାନଙ୍କର ଶେଷ ସିଜିନ ସର୍ବୋତ୍ତମ ଥିଲା, କିନ୍ତୁ ଦଳ ଶେଷରେ ହାରିଗଲା। ଏହା ହେଉଛି ଦଳର ସମସ୍ୟା। ଯଦି ଆରସିବି ଭଲ ଆରମ୍ଭ ନ କରେ ତେବେ ଏହି ଦଳ ଲିଗରେ ସମସ୍ୟା ହୋଇପାରେ। ଆକାଶ ଆହୁରି ମଧ୍ୟ କହିଛନ୍ତି ଯେ ବିରାଟ କୋହଲି ଚଳିତ ବର୍ଷ ଆଇପିଏଲର ସର୍ବାଧିକ ରନ ସ୍କୋରର ବୋଲି ପ୍ରମାଣ କରିବେ। ଏଥିପାଇଁ ସେ ଅରେଞ୍ଜ୍‌ କ୍ୟାପ ପାଇବେ ବୋଲି ଆକାଶ ଭବିଷ୍ୟବାଣୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri