Posted inଖେଳ

କ୍ରିକେଟ ଇତିହାସର ସବୁଠୁ ଲମ୍ବା ଛକା ମାରିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୯।୭: ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡ ପାକିସ୍ତାନକୁ ୪୫ ରନ୍‌ରେ ପରାସ୍ତ କରିଛି। ଫଳରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଇଂଲଣ୍ଡ ୧-୧ ସ୍ତରକୁ ଆଣିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୯.୫ ଓଭରରେ ୨୦୦ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ କେବଳ ୯ ଉଇକେଟରେ ୧୫୫ ରନ କରିବାରେ ସମର୍ଥ ହୋଇଥିଲା। ତେବେ ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ଲିଆମ ଲିଭିଙ୍ଗଷ୍ଟୋନ। ଗତ ଟି -୨୦ ମ୍ୟାଚରେ ଲିଭିଙ୍ଗଷ୍ଟୋନ ଇଂଲଣ୍ଡ ପାଇଁ ଦ୍ରୁତତମ ଶତକ କରି ରେକର୍ଡ ସୃଷ୍ଟି କରିଥିଲା। ଜବରଦସ୍ତ ଫର୍ମରେ ଥିବା ଲିଭିଙ୍ଗଷ୍ଟୋନ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଏକ ରେକର୍ଡ ହାସଲ କରିଥିଲେ। ଲିଭିଙ୍ଗଷ୍ଟୋନ ତାଙ୍କର ୩୮ ରନ ପାଳିରେ ଦୁଇଟି ଚୌକା ଏବଂ ତିନୋଟି ଉଚ୍ଚ ଛକା ମାରିଥିଲେ। ତାଙ୍କର ୩ ଛକା ମଧ୍ୟରୁ ଗୋଟିଏ ଛକା ୧୨୨ ମିଟର ଲମ୍ବ ଥିଲା। ମ୍ୟାଚର ୧୬ ତମ ଓଭର ପାକିସ୍ତାନ ଦ୍ରୁତ ବୋଲର ହରିସ ରୌଫ ବୋଲିଂ କରିବାକୁ ଆସିଥିଲେ। ତାଙ୍କର ପ୍ରଥମ ବଲରେ ଲିଭିଙ୍ଗଷ୍ଟୋନ ସାମ୍ନାରେ ଏତେ ଲମ୍ବା ଛକା ମାରିଥିଲେ ଯେ ବଲ ଏମେରାଲ୍ଡ ଷ୍ଟାଡିୟମର ତୃତୀୟ ମହଲାର ଉପର ଦେଇ ଯାଇ ରଗବୀ ପଡ଼ିଆରେ ପଡିଯାଇଥିଲା।
ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କ୍ରିସ ଲିନ ବିଗ ବାସ ଲିଗରେ ସନ୍‌ ଟେଟ୍‌ଙ୍କ ବଲ୍‌ରେ ୧୨୧ ମିଟର ଲମ୍ବା ଛକା ମାରିଥିଲେ। ନ୍ୟୁଜିଲାଣ୍ଡର ଅଲରାଉଣ୍ଡର କୋରି ଆଣ୍ଡରସନ ଭାରତ ବିପକ୍ଷରେ ଇଶାନ୍ତ ଶର୍ମାଙ୍କ ବଲରୁ ୧୨୦ ମିଟର ଛକା ମାରିଥିଲେ। ଭାରତର ତାରକା ଖେଳାଳି ଯୁବରାଜ ସିଂ ୨୦୦୭ ଟି -୨୦ ବିଶ୍ୱକପର ସେମିଫାଇନାଲରେ ବ୍ରେଟ ଲିଙ୍କ ବଲ୍‌ରେ ୧୧୯ ମିଟର ଲମ୍ବା ଛକା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?