Posted inଖେଳ

୩ ବର୍ଷ କ୍ୟାରିୟର୍‌ରେ ମାତ୍ର ୪ ରନ୍‌ କରିଛନ୍ତି ଏହି କ୍ରିକେଟର୍‌, ତଥାପି ଦଳରେ ପାଇଛନ୍ତି ସ୍ଥାନ

ଖ୍ରୀଷ୍ଟଚର୍ଚ୍ଚ,୧୦।୧: ବାଂଲାଦେଶ କ୍ରିକେଟର୍‌ ଇବାଦତ ହୁସେନ ନିକଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ନ୍ୟୁଜିଲାଣ୍ଡକୁ ଟେଷ୍ଟରେ ପରାସ୍ତ କରିବାରେ ବାଂଲାଦେଶ ଦଳ ସଫଳ ହୋଇଥିଲା। ଏବେ ଦ୍ରୁତ ବୋଲର ଇବାଦତ ସୋମବାର ବ୍ୟାଟ୍ସମ୍ୟାନ ଭାବରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟେଷ୍ଟର ଶେଷ ୧୦ ଇନିଂସରେ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହୋଇନାହାଁନ୍ତି। ସେ ଏହା କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏହା ବ୍ୟତୀତ ନ୍ୟୁଜିଲାଣ୍ଡ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ମଜଭୁତ ସ୍ଥିତିରେ ରହିଛି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଇବାଦତ ଶୂନ୍ୟରେ ଅପରାଜିତ ରହିଥିଲେ। ସେ ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଟେଷ୍ଟର ତାଙ୍କର ଶେଷ ୧୦ ଇନିଂସ ବିଷୟରେ କହିବାକୁ ଗଲେ ଏହା ହେଉଛି ୦, ୦ ନଟଆଉଟ୍‌ , ୦ ନଟଆଉଟ୍‌, ୦, ୦, ୦ ନଟଆଉଟ୍‌ , ୦ ନଟଆଉଟ୍‌, ୦ ନଟଆଉଟ୍‌, ୦ ନଟଆଉଟ୍‌ ଏବଂ ୦ ନଟଆଉଟ୍‌। ଅର୍ଥାତ୍‌ ସେ ଶୂନ୍ୟରେ ୭ ଥର ଅପରାଜିତ ରହିଛନ୍ତି।
ଇବାଦତଙ୍କ ଟେଷ୍ଟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୩ ବର୍ଷରେ ୧୨ଟି ଟେଷ୍ଟର ୧୭ ଇନିଂସରେ ୪ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୨ ରନ। ଏହାପୂର୍ବରୁ ନ୍ୟୁଜିଲାଣ୍ଡର କ୍ରିସ ମାର୍ଟିନ ଏବଂ ଶ୍ରୀଲଙ୍କାର ଲାହିରୁ କୁମାରା ୯-୯ ଇନିଂସରେ ଶୂନ ରନ ଅତିକ୍ରମ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri