Posted inଖେଳ

୨ ବର୍ଷ ପର୍ଯ୍ୟନ୍ତ ଘର ଭିତରେ କାନ୍ଦୁଥିଲେ ଏହି କ୍ରିକେଟର: ଏବେ ଦେଖାଇଲେ ଜଲଓ୍ବା

ହରାରେ,୧୧।୭: ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ହରାରେ ଟେଷ୍ଟରେ ପାକିସ୍ତାନ ଜିମ୍ବାୱେକୁ ଇନିଂସ ଏବଂ ୧୪୭ରନରେ ପରାସ୍ତ କରି ଏହି ସିରିଜକୁ ନିଜ ନାମରେ ନାମିତ କରିଛି। ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସରେ ୫୧୦ ରନ ସଂଗ୍ରହ କରିଥିଲା ଏବଂ ଏହା ପରେ ସେମାନେ ଆୟୋଜକ ଜିମ୍ବାୱେକୁ ପ୍ରଥମ ଇନିଂସରେ ମାତ୍ର ୧୩୨ ଏବଂ ଦ୍ୱିତୀୟ ଇନିଂସରେ ୨୩୧ ରନରେ ଅଲଆଉଟ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ଆବିଦ ଅଲି ଅପରାଜିତ ୨୧୫ ରନ ଏବଂ ଅଜହର ଅଲି ୧୨୬ ରନ କରିଥିଲେ। ତେବେ ବିଜୟର ସବୁଠାରୁ ବଡ ହିରୋ ଥିଲେ ବୋଲର୍‌ ହାସନ୍‌ ଅଲି। ଡାହାଣହାତୀ ଏହି ଦ୍ରୁତ ବୋଲର ପ୍ରଥମ ଇନିଂସରେ ମାତ୍ର ୨୭ ରନ ଦେଇ ୫ ଉଇକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ ହାସନ ଅଲିଙ୍କୁ କୌଣସି ଉଇକେଟ ମିଳି ନ ଥିଲା କିନ୍ତୁ ସେ ନିଶ୍ଚିତ ଭାବେ ଟେଷ୍ଟ ସିରିଜର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ ହୋଇଥିଲେ।
ଜିମ୍ବାୱେ ବିପକ୍ଷ ଟେଷ୍ଟ ସିରିଜରେ ହାସନ ଅଲି ୪ ଇନିଂସରେ ସର୍ବାଧିକ ୧୪ ଉଇକେଟ ନେଇଥିଲେ। ଉଭୟ ଟେଷ୍ଟରେ ହାସନ ଅଲି ଗୋଟିଏ ଇନିଂସରେ ପାଞ୍ଚଟି ଉଇକେଟ ନେଇଛନ୍ତି। ତାଙ୍କର ଶକ୍ତିଶାଳୀ ବୋଲିଂ ହେତୁ ହାସନ ଅଲି ୨୦୨୧ ମସିହାରେ ସର୍ବାଧିକ ଉଇକେଟ ପାଇବାରେ ସଫଳ ହୋଇଥିଲେ। କ୍ରିକେଟର ତିନୋଟି ଫର୍ମାଟ ବିଷୟରେ କହିବାକୁ ଗଲେ ହାସନ ଅଲି ଚଳିତ ବର୍ଷ ସର୍ବାଧିକ ଉଇକେଟ ନେଇଛନ୍ତି। ୧୫ ଇନିଂସରେ ସର୍ବାଧିକ ସେ ୪୦ ଉଇକେଟ ନେଇଛନ୍ତି। ୧୦ ଇନିଂସରେ ୩୪ ଉଇକେଟ ନେଇଥିବା ଅଶ୍ୱିନଙ୍କୁ ମଧ୍ୟ ହାସନ ଅଲି ପଛରେ ପକାଇଛନ୍ତି। ଉଲ୍ଲେଖଥାଉ କି, ଅଶ୍ୱିନ ଏକଦିବସୀୟ ଏବଂ ଟି୨୦ କ୍ରିକେଟ ଖେଳନ୍ତି ନାହିଁ। ଶାହିନ ଆଫ୍ରିଦି ୨୯ ଉଇକେଟ ନେଇ ତୃତୀୟ ସ୍ଥାନରେ ଅଛନ୍ତି।

ହାସନ ଅଲି ୨୦୧୯ରେ ଆଘାତ ହେତୁ ପାକିସ୍ତାନୀ ଦଳରୁ ଓହରି ଯାଇଥିଲେ। ତାଙ୍କର ଆଘାତ ଏତେ ଭୟଙ୍କର ଥିଲା ଯେ ତାଙ୍କୁ ଫେରିବା ପାଇଁ ଦୁଇ ବର୍ଷ ଲାଗିଗଲା।ଏହି ସମୟ ମଧ୍ୟରେ ହାସନ ଅଲି ମାନସିକ ସ୍ତରରେ ଭାଙ୍ଗି ଯାଇଥିଲେ। ହାସନ ଅଲି ଏକ ସାକ୍ଷାତକାରରେ କହିଥିଲେ ଯେ ସେ ରୁମରେ ଏକୁଟିଆ ବସି କାନ୍ଦୁଥିଲେ। ତେବେ ଏହା ପରେ ହାସନ ଅଲି ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?