Posted inଖେଳ

୨ ବର୍ଷ ପର୍ଯ୍ୟନ୍ତ ଘର ଭିତରେ କାନ୍ଦୁଥିଲେ ଏହି କ୍ରିକେଟର: ଏବେ ଦେଖାଇଲେ ଜଲଓ୍ବା

ହରାରେ,୧୧।୭: ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ହରାରେ ଟେଷ୍ଟରେ ପାକିସ୍ତାନ ଜିମ୍ବାୱେକୁ ଇନିଂସ ଏବଂ ୧୪୭ରନରେ ପରାସ୍ତ କରି ଏହି ସିରିଜକୁ ନିଜ ନାମରେ ନାମିତ କରିଛି। ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସରେ ୫୧୦ ରନ ସଂଗ୍ରହ କରିଥିଲା ଏବଂ ଏହା ପରେ ସେମାନେ ଆୟୋଜକ ଜିମ୍ବାୱେକୁ ପ୍ରଥମ ଇନିଂସରେ ମାତ୍ର ୧୩୨ ଏବଂ ଦ୍ୱିତୀୟ ଇନିଂସରେ ୨୩୧ ରନରେ ଅଲଆଉଟ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ଆବିଦ ଅଲି ଅପରାଜିତ ୨୧୫ ରନ ଏବଂ ଅଜହର ଅଲି ୧୨୬ ରନ କରିଥିଲେ। ତେବେ ବିଜୟର ସବୁଠାରୁ ବଡ ହିରୋ ଥିଲେ ବୋଲର୍‌ ହାସନ୍‌ ଅଲି। ଡାହାଣହାତୀ ଏହି ଦ୍ରୁତ ବୋଲର ପ୍ରଥମ ଇନିଂସରେ ମାତ୍ର ୨୭ ରନ ଦେଇ ୫ ଉଇକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ ହାସନ ଅଲିଙ୍କୁ କୌଣସି ଉଇକେଟ ମିଳି ନ ଥିଲା କିନ୍ତୁ ସେ ନିଶ୍ଚିତ ଭାବେ ଟେଷ୍ଟ ସିରିଜର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ ହୋଇଥିଲେ।
ଜିମ୍ବାୱେ ବିପକ୍ଷ ଟେଷ୍ଟ ସିରିଜରେ ହାସନ ଅଲି ୪ ଇନିଂସରେ ସର୍ବାଧିକ ୧୪ ଉଇକେଟ ନେଇଥିଲେ। ଉଭୟ ଟେଷ୍ଟରେ ହାସନ ଅଲି ଗୋଟିଏ ଇନିଂସରେ ପାଞ୍ଚଟି ଉଇକେଟ ନେଇଛନ୍ତି। ତାଙ୍କର ଶକ୍ତିଶାଳୀ ବୋଲିଂ ହେତୁ ହାସନ ଅଲି ୨୦୨୧ ମସିହାରେ ସର୍ବାଧିକ ଉଇକେଟ ପାଇବାରେ ସଫଳ ହୋଇଥିଲେ। କ୍ରିକେଟର ତିନୋଟି ଫର୍ମାଟ ବିଷୟରେ କହିବାକୁ ଗଲେ ହାସନ ଅଲି ଚଳିତ ବର୍ଷ ସର୍ବାଧିକ ଉଇକେଟ ନେଇଛନ୍ତି। ୧୫ ଇନିଂସରେ ସର୍ବାଧିକ ସେ ୪୦ ଉଇକେଟ ନେଇଛନ୍ତି। ୧୦ ଇନିଂସରେ ୩୪ ଉଇକେଟ ନେଇଥିବା ଅଶ୍ୱିନଙ୍କୁ ମଧ୍ୟ ହାସନ ଅଲି ପଛରେ ପକାଇଛନ୍ତି। ଉଲ୍ଲେଖଥାଉ କି, ଅଶ୍ୱିନ ଏକଦିବସୀୟ ଏବଂ ଟି୨୦ କ୍ରିକେଟ ଖେଳନ୍ତି ନାହିଁ। ଶାହିନ ଆଫ୍ରିଦି ୨୯ ଉଇକେଟ ନେଇ ତୃତୀୟ ସ୍ଥାନରେ ଅଛନ୍ତି।

ହାସନ ଅଲି ୨୦୧୯ରେ ଆଘାତ ହେତୁ ପାକିସ୍ତାନୀ ଦଳରୁ ଓହରି ଯାଇଥିଲେ। ତାଙ୍କର ଆଘାତ ଏତେ ଭୟଙ୍କର ଥିଲା ଯେ ତାଙ୍କୁ ଫେରିବା ପାଇଁ ଦୁଇ ବର୍ଷ ଲାଗିଗଲା।ଏହି ସମୟ ମଧ୍ୟରେ ହାସନ ଅଲି ମାନସିକ ସ୍ତରରେ ଭାଙ୍ଗି ଯାଇଥିଲେ। ହାସନ ଅଲି ଏକ ସାକ୍ଷାତକାରରେ କହିଥିଲେ ଯେ ସେ ରୁମରେ ଏକୁଟିଆ ବସି କାନ୍ଦୁଥିଲେ। ତେବେ ଏହା ପରେ ହାସନ ଅଲି ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri