Posted inଖେଳ

ଅନୁଭୂତି ବଖାଣି ପ୍ରବଳ କାନ୍ଦିଲେ ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନର କରୋନା ଯୋଗୁ ଅଧାରୁ ସ୍ଥଗିତ ହୋଇଥିଲା। ଅନେକ ଖେଳାଳି ଏବଂ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଏହି ଟୁର୍ନାମେଣ୍ଟ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏବେ କ୍ରିକେଟର୍‌ ମାନେ ନିଜ ଘରେ ପହଞ୍ଚିବା ପରେ ଭାରତରେ ସେମାନଙ୍କୁ ଅନୁଭୂତି ବୟାନ କରୁଛନ୍ତି। ଏହି କ୍ରମରେ ନ୍ୟୁଜିଲାଣ୍ଡ କ୍ରିକେଟର୍‌ର କ୍ରିକେଟର ଟିମ ସେଫର୍ଟ ନିଜ ଅନୁଭୂତି ବଖାଣିବା ସମୟରେ କାନ୍ଦି ପକାଇଛନ୍ତି। ଭାରତରେ କରୋନା ପଜିଟିଭ ଆସିବା ପରେ ତାଙ୍କ ଅନୁଭୂତି ବିଷୟରେ କହିଥିଲେ।
ଆଇପିଏଲ ୨୦୨୧ରେ, ଟିମ ସେଫର୍ଟ କୋଲକାତା ନାଇଟ ରାଇଡର୍ସର ଏକ ଅଂଶ ଥିଲେ। ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯିବା ପରେ ନ୍ୟୁଜିଲ୍ୟାଣ୍ଡର ସାଥୀ ଖେଳାଳିଙ୍କ ସହ ଯିବା ପୂର୍ବରୁ କରୋନାର ଆର୍‌ଟିପିସିଆର୍‌ ପରୀକ୍ଷଣରେ ସେ ସାମାନ୍ୟ ଲକ୍ଷଣ ସହିତ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଫର୍ଟ ଏବେ ନ୍ୟୁଜିଲାଣ୍ଡରେ ଥିବା ତାଙ୍କ ଘରେ ୧୪ ଦିନିଆ ଆଇସୋଲେସନରେ ଅଛନ୍ତି। ଏହି ସମୟରେ ସେ ଏକ ଅନଲାଇନ ସାକ୍ଷାତକାରରେ ଭାଗ ନେଇଥିଲେ। ଭାରତରେ କରୋନା ପଜିଟିଭ ଆସିବା ପରେ ତାଙ୍କ ଅନୁଭୂତି ବର୍ଣ୍ଣନା କରି ତାଙ୍କ ଆଖିରୁ ଲୁହ ଆସିଯାଇଥିଲା।
ସେ କହିଛନ୍ତି ମୁଁ ଯେତେବେଳେ ଜାଣିଲି ଯେ ମୁଁ କରୋନା ପଜିଟିଭ, ସେତେବେଳେ ସତେ ଯେପରି ମୋ ଦୁନିଆ ଅଧାରୁ ଅଟକି ଯାଇଥିଲା। ମୁଁ ପ୍ରକୃତରେ ଭାବି ପାରିଲି ନାହିଁ କଣ ପରବର୍ତ୍ତୀ ସମୟରେ ଘଟିବ ଏବଂ ଏହା ହେଉଛି ସବୁଠାରୁ ଭୟଭୀତ ଅଂଶ- ଆପଣ ଖରାପ ଜିନିଷ ବିଷୟରେ ଶୁଣନ୍ତି ଏବଂ ଭାବନ୍ତି ଯେ ଏହା ମଧ୍ୟ ମୋ ସହିତ ଘଟିବ। ଏ ବିଷୟରେ କଥାବାର୍ତ୍ତା କରି ୨୬ ବର୍ଷୀୟ ଟିମ୍‌ ନିଜକୁ ସମ୍ଭାଳିବା ପାଇଁ କିଛି ସମୟ ନେଇଥିଲେ ଏବଂ ଏହା ପରେ ସେ ଆହୁରି କଥାବାର୍ତ୍ତା ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri