୭ ବର୍ଷ ହେଲା ଫାଉଣ୍ଡେଶନରେ ସୀମିତ ଶ୍ମଶାନ ଗୃହ

ଦଶମନ୍ତପୁର,୨୯ା୯ ( ଅରବିନ୍ଦ ନାୟକ ): ୭ ବର୍ଷ ହେଲାଣି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତ ଡକ୍ରିବେଡ଼ା ଗ୍ରାମ ଶ୍ମଶାନରେ ନିର୍ମିତ ଗୃହ ନିର୍ମାଣ କାର୍ଯ୍ୟ କେବଳ ଫାଉଣ୍ଡେଶନରେ ସୀମିତ ରହିଛି। ଏ ବାବଦରେ ଆସିଥିବା ଅର୍ଥ ଆତ୍ମସାତ୍‌ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଖବରରୁ ଜଣାପଡିଛି, ୭ ବର୍ଷ ତଳେ, ପଞ୍ଚାୟତ ପକ୍ଷରୁ ସରପଞ୍ଚ ପୀତବାସ ମୁଦୁଲି ଗ୍ରାମର ଦାନଶୀଳ ଖୋସ୍‌ଲାଙ୍କୁ ମଶାଣିରେ ଏକ ଗୃହ ନିର୍ମାଣ ଲାଗି ଦାୟିତ୍ୱ ଦେଇଥିଲେ। ଗ୍ରାମରେ କାହା ମୃତ୍ୟୁ ହେଲେ ମଶାଣିକୁ ମୃତଦେହ ନେଇ ସତ୍କାର ବେଳେ ଏହି ଗୃହର ବ୍ୟବହାର କରିବା ଏହାର ଉଦ୍ଦେଶ୍ୟ ଥିଲା। ଅନ୍ୟପକ୍ଷରେ ବର୍ଷା ଦିନେ ମୃତଦେହ ସତ୍କାର ବେଳେ ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟ ଦୂର ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ଏବେ ଏହି ଗୃହ କେବଳ ଫାଉଣ୍ଡେଶନ ପଡି ପଡିରହିଛି। ଏ ବାବଦରେ ଆସିଥିବା ଅର୍ଥ ଆତ୍ମସାତ୍‌ କରାଯାଇ କାର୍ଯ୍ୟକୁ ଅଧାପନ୍ତରିଆ କରି ପକାଇ ରଖାଯାଇଛି ବୋଲି ଗ୍ରାମର ଭଜମନ ହିଆଲ, ଶରତ ଟାକ୍ରି, ସୁରେନ୍ଦ୍ର କନ୍ଦପାନ, ବିଜୟ ଗରଡା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଦାନଶୀଳଙ୍କୁ ପଚାରିବାରୁ ସେ କହିଲେ, ତାଙ୍କୁ ମଶାଣିରେ ଗୃହ ନିର୍ମାଣ ପାଇଁ ପ୍ରଥମେ ଏହାର ଫାଉଣ୍ଡେଶନ ପର୍ଯ୍ୟନ୍ତ ନିର୍ମାଣ କରିବାକୁ ସରପଞ୍ଚ ମୁଦୁଲି ଓ ପୂର୍ବତନ ବ୍ଲକ କନିଷ୍ଠ ଯନ୍ତ୍ରୀ କହିଥିଲେ। ଅନ୍ୟଠାରୁ ଧାର ଉଧାର କରି ବାଲି ପଥର ଗୋଡି ଆଣି ସେ ଫାଉଣ୍ଡେଶନ ପର୍ଯ୍ୟନ୍ତ ନିର୍ମାଣ କଲେ। ଏହାପରଠାରୁ ଆଉ ସରପଞ୍ଚ କି ବ୍ଲ୍ଳକର କୌଣସି କର୍ମଚାରୀ ତାଙ୍କୁ କିଛି କହିଲେ ନାହିଁ। ସେ ଧାର ଉଧାାର କରି ଏ ବାବଦରେ ଖର୍ଚ୍ଚ କରିଥିବା ୧୫ ହଜାର ଟଙ୍କା ମଧ୍ୟ ଦେଲେ ନାହିଁ ବୋଲି ଦାନଶୀଳ କହିଛନ୍ତି। ଏନେଇ ବାରମ୍ବାର ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଲେ ସୁଦ୍ଧା କେହି ଶୁଣୁନାହାନ୍ତି। ଏ ସମ୍ପର୍କରେ ସରପଞ୍ଚ ମୁଦୁଲି କହିଛନ୍ତି, କାର୍ଯ୍ୟରେ ବିଳମ୍ବ ହେବାରୁ ସରକାରୀ ଟଙ୍କା ଫେରିଗଲା। ଆଉ ଥରେ ଟଙ୍କା ଆସିଲେ ବଳକା କାର୍ଯ୍ୟ ହେବ। ଏ ସମ୍ପର୍କରେ ଜିପିଓ ସ୍ମୃତିରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଲେ, ଗତ କିଛି ବର୍ଷ ତଳେ ପଞ୍ଚାୟତକୁ ଏକା ସାଙ୍ଗରେ ୨୦/୩୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଆସୁଥିଲା। ସେହି ଅନୁସାରେ ବିଭିନ୍ନ ମଶାଣି ଗୃହ ଓ ବିଶ୍ରାମ ଗୃହ କାମ ହେଉଥିଲା। ବର୍ତ୍ତମାନ ସେ ପ୍ରୋଜେକ୍ଟ ବନ୍ଦ ହୋଇଯିବାରୁ ସେପରି ଅର୍ଥ ଆସୁନାହିଁ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri