ତାମିଲ ‘ରେବତୀ’ର ସ୍ରଷ୍ଟା

ରେବତୀ ଅନ୍ୟ ଜାତିର ପୁଅକୁ ବିବାହ କରି ଦେବାରୁ ମାତାପିତା ଝିଅକୁ ତ୍ୟଜ୍ୟ କରିଦେଲେ। ଅର୍ଥ ଓ ପ୍ରତିପତ୍ତି ଥିବାରୁ ସେମାନେ ଝିଅର ଆବେଗକୁ ବୁଝିପାରିଲେ ନାହିଁ। ଫଳରେ ମାନସିକ ଭାରସାମ୍ୟ ହରାଇ ରେବତୀ ଆତ୍ମାହୁତି ଦେଇଦେଲେ। ଝିଅର ଏଭଳି ଅବସ୍ଥା ଦେଖି ମାତାପିତା ବ୍ୟତିବ୍ୟସ୍ତ ହୋଇଗଲେ। ପ୍ରଚୁର ଟଙ୍କା ଧରି ହସ୍ପିଟାଲ ଦୌଡ଼ିଲେ ଓ ଝିଅର ଜୀବନ ବଞ୍ଚାଇବାକୁ ଡାକ୍ତରଙ୍କୁ ଅନୁରୋଧ କଲେ। ଡାକ୍ତର କହିଲେ-ଅର୍ଥ ତା’ର ମୂଲ୍ୟ ହରାଇସାରିଛି। ଉପନ୍ୟାସ ‘ସେଲାଥା ପାନମ୍‌’ ୨୦୨୦ ବର୍ଷ ପାଇଁ ତାମିଲ ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଛି। ଭାରତୀୟ ଭାଷାରେ ବିଭିନ୍ନ ବର୍ଗ ପାଇଁ ୧୨ ମାର୍ଚ୍ଚ ୨୦୨୧ରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହେବା ପରେ ବିଜେତା ଓ ସେମାନଙ୍କ କୃତି ବିଷୟରେ ସମସ୍ତେ ଜାଣିବାକୁ ଆଗ୍ରହ ପ୍ରକାଶ କରିବା ସ୍ବାଭାବିକ। ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କ ଲେଖା ବାସ୍ତବବାଦୀ ଓ ଚଳନ୍ତି ସମୟ ପାଇଁ ପ୍ରଯୁଜ୍ୟ ମନେହେଉଛି, ସେମାନଙ୍କର ରହିଛନ୍ତି ସ୍ବତନ୍ତ୍ର ପାଠକ। ‘ସେଲାଥା ପାନମ୍‌’ର ଔପନ୍ୟାସିକ ତଥା ତାମିଲ ସାହିତ୍ୟର ଆଗଧାଡ଼ିର ଲେଖକ ଇମାୟମଙ୍କ ଅନୁଭୂତିମୂଳକ ସୃଜନଶୀଳତା ତାଙ୍କୁ କାଳଜୟୀ ସ୍ତରକୁ ନେଇଯାଉଛି। ଏଇଠି ମନେପଡ଼େ ଓଡ଼ିଆ ସାହିତ୍ୟର ସେନାପତି ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପ ‘ରେବତୀ’। ଝିଅ ପିଲା ପାଠ ପଢ଼ିବାରୁ ପରିବାରର ସର୍ବନାସ ହେଲା ବୋଲି ବୁଢ଼ୀମା’ କହିଥିଲେ। କିନ୍ତୁ ସେହି କାହାଣୀ ମାଧ୍ୟମରେ ନାରୀ ଶିକ୍ଷାକୁ ଫକୀରମୋହନ ଯେଭଳି ବର୍ଣ୍ଣନା କରିଥିଲେ, ତାହାର ପଟାନ୍ତର ନାହିଁ। ସେହି ଦୃଷ୍ଟିରୁ ଇମାୟମଙ୍କ ‘ସେଲାଥା ପାନମ୍‌’ର ବିଷୟବସ୍ତୁକୁ ଦେଖିଲେ ଅର୍ଥ ଜୀବନର ସର୍ବସ୍ବ ନୁହେଁ ବୋଲି ବାର୍ତ୍ତା ଦେଉଛି। ଏହି ପୁସ୍ତକକୁ ଏକାଡେମୀ ସମ୍ମାନ ମିଳିବା ଇମାୟମ ନିଜ ଚତୁଃପାର୍ଶ୍ୱରେ ଦେଖିଥିବା ଚରିତ୍ରକୁ ସୃଜନଲିପିରେ ଲିପିବଦ୍ଧ କଲାଭଳି ପ୍ରତୀୟମାନ ହେଉଛି।
ତାମିଲନାଡୁର କୁଡାଲୋର ଜିଲାରେ ୧୯୬୪ରେ ଭି. ଆନ୍ନାମାଲାଇ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଛଦ୍ମନାମ ଇମାୟମ। ଭାଷା ପାଇଁ ହୋଇଥିବା ଦ୍ରାବିଡ଼ୀୟ ଆନ୍ଦୋଳନ ଏବଂ ପେରିୟାର, ଆନ୍ନା ଏବଂ ଏମ୍‌. କରୁଣାନିଧିଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ମିଳିଥିବା ସମ୍ମାନକୁ ସେ ସେହି ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ସର୍ଗ କରିଛନ୍ତି। ଏଥିସହିତ ଦଳିତ ସାହିତ୍ୟ ରଚନା କରି ଲେଖକୀୟ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ଏହି ଅବସରରେ ସେ ମଧ୍ୟ ବି. ଆର୍‌. ଆମ୍ବେଡକରଙ୍କୁ ସ୍ମରଣ କରିଛନ୍ତି। ଇମାୟମଙ୍କ ସାହିତ୍ୟ କୃତି ଦେଖିଲେ ସେ ୬ ଉପନ୍ୟାସ, ୬ କ୍ଷୁଦ୍ରଗଳ୍ପ ସଙ୍କଳନ ଏବଂ ଗୋଟିଏ କ୍ଷୁଦ୍ର ଉପନ୍ୟାସ ରଚନା କରିଛନ୍ତି। ତାଙ୍କ ପ୍ରଥମ ଉପନ୍ୟାସ ‘କୋଭେରୁ କାଝୁଥାଇକାଲ’ ଇଂଲିଶ୍‌ରେ ‘ବର୍ଡନ ଅଫ୍‌ ବିଷ୍ଟ’ ଭାବେ ଅନୁବାଦିତ ହୋଇଛି। ଉକ୍ତ ଉପନ୍ୟାସ ୨୦୧୯ରେ ୨୫ ବର୍ଷ ପୂରଣ କରିସାରିଛି। ସେଥିରେ ଜଣେ ରଜକ ପୁଥିରାଇ ଭାନ୍ନର ଅନ୍ୟ ଅସ୍ପୃଶ୍ୟଙ୍କ ପାଇଁ କିଭଳି କାର୍ଯ୍ୟ କରିଛନ୍ତି ତାହା ବର୍ଣ୍ଣନା କରାଯାଇଛି। ଦଳିତବର୍ଗଙ୍କ ଜୀବନଶୈଳୀ ଏଥିରେ ପ୍ରତିପାଦିତ ହୋଇଛି। ନାରୀମାନଙ୍କ ଭୂମିକାକୁ ଯେଉଁମାନେ ଯେତେ ଗୌଣ ଭାବେ ଦର୍ଶାଇ ଥାଆନ୍ତୁ ନା କାହିଁକି, ତା’ର ଗୁରୁତ୍ୱ ସାମାଜିକ ବ୍ୟବସ୍ଥାରେ ଯଥେଷ୍ଟ ରହିଛି ବୋଲି ଇମାୟମଙ୍କ ଲେଖାରୁ ଦେଖିବାକୁ ମିଳେ। ସେହିପରି କ୍ଷୁଦ୍ର ଉପନ୍ୟାସ ‘ପେଥାଭାନ୍‌’ ସହ ଅନେକ କ୍ଷୁଦ୍ରଗଳ୍ପରେ ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସେ ବର୍ଣ୍ଣନା କରିଛନ୍ତି।
କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପୂର୍ବରୁ ଇମାୟମ ଅନେକ ପୁରସ୍କାର ପାଇଛନ୍ତି। ଟରଣ୍ଟୋର ତାମିଲ ଲିଟେରାରୀ ଗାର୍ଡେନ୍‌ ଦ୍ୱାରା ପ୍ରତିଷ୍ଠିତ ଇୟାଲ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ତାଙ୍କୁ ଲେଖିବା ପାଇଁ ଅନେକ ପ୍ରେରଣା ଦେଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ ମତରେ ଯେତେବେଳେ ଏକ କାହାଣୀ ଜନମାନସକୁ ଛୁଇଁଯାଏ ଓ ସ୍ରଷ୍ଟାଙ୍କ ଭାବମୂର୍ତ୍ତି ଊର୍ଦ୍ଧ୍ୱକୁ ଟପିଯାଏ, ସେତେବେଳେ ଜଣେ ଲେଖକ ଜୀବନର ଶ୍ରେଷ୍ଠ ପୁରସ୍କାର ପାଇଯାଇଥାଆନ୍ତି। ଏଥିସହିତ ମୌଳିକ ଲେଖା ବିଭିନ୍ନ ଭାଷାରେ ଅନୂଦିତ ହୋଇ ବୃହତ୍‌ ପାଠକଙ୍କ ନିକଟରେ ପହଞ୍ଚତ୍ଗଲେ ଶ୍ରମ ସାର୍ଥକ ହୋଇଥାଏ ବୋଲି କହନ୍ତି ଇମାୟମ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri