ନେଇଗଲେ ବନବିଭାଗ, ଝୁରୁଛନ୍ତି କୁନ୍ତଳା

ତେଲକୋଇ,୧୪।୩: ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ । ମଣିଷ ପାଖରୁ ପଶୁଟିକୁ ବିଚ୍ଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା ପାଳିତ ପଶୁଙ୍କୁ ଝୁରି ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ ଅଧୀନରେ। ୨ ବର୍ଷ ତଳେ ପୁରୁଷୋତ୍ତମପୁର ଗ୍ରାମର ମହିଳା କୁନ୍ତଳା କୁମାରୀ ପେଣ୍ଠେଇ ସ୍ଥାନୀୟ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେତିକିବେଳେ କୁନ୍ତଳା ଏକ ବାର୍‌ହା ଶାବକ ମା’ଠାରୁ ଅଲଗା ହୋଇ ଏକୁଟିଆ ଜଙ୍ଗଲ ଏଣେତେଣେ ବୁଲୁଥିବା ଦେଖିବାକୁ ପାଇଥିଲେ। ପରେ ସେ ବାର୍‌ହା ଶାବକଙ୍କୁ ଉଦ୍ଧାର କରି ଘରକୁ ଆଣି ରଖିଥିଲେ। ବାର୍‌ହା ଶାବକ ମା’ର ସ୍ନେହ ପାଇ ଘରେ ରହିବା ପରେ ବଡ ହୋଇଥିଲା। ହେଲେ ଲୋକଙ୍କ ଅଭିଯୋଗ କ୍ରମେ ବନବିଭାଗ ବାର୍‌ହାକୁ ଉଦ୍ଧାର କରି କୁନ୍ତଳାଙ୍କୁ ଗତ ମଙ୍ଗଳବାର ତେଲକୋଇ ମୁଖ୍ୟାଳୟକୁ ଆଣିଥିଲା। ସେଠାରେ କୁନ୍ତଳାଙ୍କୁ ବନ ବିଭାଗ ଅଧିକାରୀମାନେ ଜଙ୍ଗଲ ଆଇନ ଉପରେ ବୁଝାଇବା ସହ ବନ୍ୟଜନ୍ତୁଙ୍କୁ ଘରେ ରଖିବା ନିଷେଧ ବୋଲି ଅବଗତ କରାଇଥିଲେ। ପରେ ବନ କର୍ମଚାରୀ ବାର୍‌ହାକୁ ତେଲକୋଇ ନିକଟସ୍ଥ କମଳାଙ୍ଗ ଜଙ୍ଗଲରେ ଛାଡି ଦେଇଥିଲେ। ହେଲେ କୁନ୍ତଳା ବାର୍‌ହା ପାଇଁ ପ୍ରତିଦିନ ଭାତ ଧରି ଜଙ୍ଗଲରେ ବୁଲିବା ସହିତ ବାର୍‌ହାକୁ ଧୁଡୁ ନାମରେ ଡାକ ଛାଡୁଛନ୍ତି। ମହିଳାଙ୍କ ବିଶାସ କାଳେ ସେ ଭୋକରେ ଥିବ। ଡାକ ଶୁଣିଲେ ଫେରି ଆସିବ। ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ଜଙ୍ଗଲି ଜନ୍ତୁଙ୍କୁ ଘରେ ପାଳିବା ଅନୁଚିତ ବୋଲି ଜନସାଧାରଣଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri