ତାମିଲ ‘ରେବତୀ’ର ସ୍ରଷ୍ଟା

ରେବତୀ ଅନ୍ୟ ଜାତିର ପୁଅକୁ ବିବାହ କରି ଦେବାରୁ ମାତାପିତା ଝିଅକୁ ତ୍ୟଜ୍ୟ କରିଦେଲେ। ଅର୍ଥ ଓ ପ୍ରତିପତ୍ତି ଥିବାରୁ ସେମାନେ ଝିଅର ଆବେଗକୁ ବୁଝିପାରିଲେ ନାହିଁ। ଫଳରେ ମାନସିକ ଭାରସାମ୍ୟ ହରାଇ ରେବତୀ ଆତ୍ମାହୁତି ଦେଇଦେଲେ। ଝିଅର ଏଭଳି ଅବସ୍ଥା ଦେଖି ମାତାପିତା ବ୍ୟତିବ୍ୟସ୍ତ ହୋଇଗଲେ। ପ୍ରଚୁର ଟଙ୍କା ଧରି ହସ୍ପିଟାଲ ଦୌଡ଼ିଲେ ଓ ଝିଅର ଜୀବନ ବଞ୍ଚାଇବାକୁ ଡାକ୍ତରଙ୍କୁ ଅନୁରୋଧ କଲେ। ଡାକ୍ତର କହିଲେ-ଅର୍ଥ ତା’ର ମୂଲ୍ୟ ହରାଇସାରିଛି। ଉପନ୍ୟାସ ‘ସେଲାଥା ପାନମ୍‌’ ୨୦୨୦ ବର୍ଷ ପାଇଁ ତାମିଲ ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଛି। ଭାରତୀୟ ଭାଷାରେ ବିଭିନ୍ନ ବର୍ଗ ପାଇଁ ୧୨ ମାର୍ଚ୍ଚ ୨୦୨୧ରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହେବା ପରେ ବିଜେତା ଓ ସେମାନଙ୍କ କୃତି ବିଷୟରେ ସମସ୍ତେ ଜାଣିବାକୁ ଆଗ୍ରହ ପ୍ରକାଶ କରିବା ସ୍ବାଭାବିକ। ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କ ଲେଖା ବାସ୍ତବବାଦୀ ଓ ଚଳନ୍ତି ସମୟ ପାଇଁ ପ୍ରଯୁଜ୍ୟ ମନେହେଉଛି, ସେମାନଙ୍କର ରହିଛନ୍ତି ସ୍ବତନ୍ତ୍ର ପାଠକ। ‘ସେଲାଥା ପାନମ୍‌’ର ଔପନ୍ୟାସିକ ତଥା ତାମିଲ ସାହିତ୍ୟର ଆଗଧାଡ଼ିର ଲେଖକ ଇମାୟମଙ୍କ ଅନୁଭୂତିମୂଳକ ସୃଜନଶୀଳତା ତାଙ୍କୁ କାଳଜୟୀ ସ୍ତରକୁ ନେଇଯାଉଛି। ଏଇଠି ମନେପଡ଼େ ଓଡ଼ିଆ ସାହିତ୍ୟର ସେନାପତି ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପ ‘ରେବତୀ’। ଝିଅ ପିଲା ପାଠ ପଢ଼ିବାରୁ ପରିବାରର ସର୍ବନାସ ହେଲା ବୋଲି ବୁଢ଼ୀମା’ କହିଥିଲେ। କିନ୍ତୁ ସେହି କାହାଣୀ ମାଧ୍ୟମରେ ନାରୀ ଶିକ୍ଷାକୁ ଫକୀରମୋହନ ଯେଭଳି ବର୍ଣ୍ଣନା କରିଥିଲେ, ତାହାର ପଟାନ୍ତର ନାହିଁ। ସେହି ଦୃଷ୍ଟିରୁ ଇମାୟମଙ୍କ ‘ସେଲାଥା ପାନମ୍‌’ର ବିଷୟବସ୍ତୁକୁ ଦେଖିଲେ ଅର୍ଥ ଜୀବନର ସର୍ବସ୍ବ ନୁହେଁ ବୋଲି ବାର୍ତ୍ତା ଦେଉଛି। ଏହି ପୁସ୍ତକକୁ ଏକାଡେମୀ ସମ୍ମାନ ମିଳିବା ଇମାୟମ ନିଜ ଚତୁଃପାର୍ଶ୍ୱରେ ଦେଖିଥିବା ଚରିତ୍ରକୁ ସୃଜନଲିପିରେ ଲିପିବଦ୍ଧ କଲାଭଳି ପ୍ରତୀୟମାନ ହେଉଛି।
ତାମିଲନାଡୁର କୁଡାଲୋର ଜିଲାରେ ୧୯୬୪ରେ ଭି. ଆନ୍ନାମାଲାଇ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଛଦ୍ମନାମ ଇମାୟମ। ଭାଷା ପାଇଁ ହୋଇଥିବା ଦ୍ରାବିଡ଼ୀୟ ଆନ୍ଦୋଳନ ଏବଂ ପେରିୟାର, ଆନ୍ନା ଏବଂ ଏମ୍‌. କରୁଣାନିଧିଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ମିଳିଥିବା ସମ୍ମାନକୁ ସେ ସେହି ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ସର୍ଗ କରିଛନ୍ତି। ଏଥିସହିତ ଦଳିତ ସାହିତ୍ୟ ରଚନା କରି ଲେଖକୀୟ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ଏହି ଅବସରରେ ସେ ମଧ୍ୟ ବି. ଆର୍‌. ଆମ୍ବେଡକରଙ୍କୁ ସ୍ମରଣ କରିଛନ୍ତି। ଇମାୟମଙ୍କ ସାହିତ୍ୟ କୃତି ଦେଖିଲେ ସେ ୬ ଉପନ୍ୟାସ, ୬ କ୍ଷୁଦ୍ରଗଳ୍ପ ସଙ୍କଳନ ଏବଂ ଗୋଟିଏ କ୍ଷୁଦ୍ର ଉପନ୍ୟାସ ରଚନା କରିଛନ୍ତି। ତାଙ୍କ ପ୍ରଥମ ଉପନ୍ୟାସ ‘କୋଭେରୁ କାଝୁଥାଇକାଲ’ ଇଂଲିଶ୍‌ରେ ‘ବର୍ଡନ ଅଫ୍‌ ବିଷ୍ଟ’ ଭାବେ ଅନୁବାଦିତ ହୋଇଛି। ଉକ୍ତ ଉପନ୍ୟାସ ୨୦୧୯ରେ ୨୫ ବର୍ଷ ପୂରଣ କରିସାରିଛି। ସେଥିରେ ଜଣେ ରଜକ ପୁଥିରାଇ ଭାନ୍ନର ଅନ୍ୟ ଅସ୍ପୃଶ୍ୟଙ୍କ ପାଇଁ କିଭଳି କାର୍ଯ୍ୟ କରିଛନ୍ତି ତାହା ବର୍ଣ୍ଣନା କରାଯାଇଛି। ଦଳିତବର୍ଗଙ୍କ ଜୀବନଶୈଳୀ ଏଥିରେ ପ୍ରତିପାଦିତ ହୋଇଛି। ନାରୀମାନଙ୍କ ଭୂମିକାକୁ ଯେଉଁମାନେ ଯେତେ ଗୌଣ ଭାବେ ଦର୍ଶାଇ ଥାଆନ୍ତୁ ନା କାହିଁକି, ତା’ର ଗୁରୁତ୍ୱ ସାମାଜିକ ବ୍ୟବସ୍ଥାରେ ଯଥେଷ୍ଟ ରହିଛି ବୋଲି ଇମାୟମଙ୍କ ଲେଖାରୁ ଦେଖିବାକୁ ମିଳେ। ସେହିପରି କ୍ଷୁଦ୍ର ଉପନ୍ୟାସ ‘ପେଥାଭାନ୍‌’ ସହ ଅନେକ କ୍ଷୁଦ୍ରଗଳ୍ପରେ ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସେ ବର୍ଣ୍ଣନା କରିଛନ୍ତି।
କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପୂର୍ବରୁ ଇମାୟମ ଅନେକ ପୁରସ୍କାର ପାଇଛନ୍ତି। ଟରଣ୍ଟୋର ତାମିଲ ଲିଟେରାରୀ ଗାର୍ଡେନ୍‌ ଦ୍ୱାରା ପ୍ରତିଷ୍ଠିତ ଇୟାଲ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ତାଙ୍କୁ ଲେଖିବା ପାଇଁ ଅନେକ ପ୍ରେରଣା ଦେଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ ମତରେ ଯେତେବେଳେ ଏକ କାହାଣୀ ଜନମାନସକୁ ଛୁଇଁଯାଏ ଓ ସ୍ରଷ୍ଟାଙ୍କ ଭାବମୂର୍ତ୍ତି ଊର୍ଦ୍ଧ୍ୱକୁ ଟପିଯାଏ, ସେତେବେଳେ ଜଣେ ଲେଖକ ଜୀବନର ଶ୍ରେଷ୍ଠ ପୁରସ୍କାର ପାଇଯାଇଥାଆନ୍ତି। ଏଥିସହିତ ମୌଳିକ ଲେଖା ବିଭିନ୍ନ ଭାଷାରେ ଅନୂଦିତ ହୋଇ ବୃହତ୍‌ ପାଠକଙ୍କ ନିକଟରେ ପହଞ୍ଚତ୍ଗଲେ ଶ୍ରମ ସାର୍ଥକ ହୋଇଥାଏ ବୋଲି କହନ୍ତି ଇମାୟମ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri