ବେଦାନ୍ତ ଖଣିରୁ ଜଳ ନମୁନା ସଂଗ୍ରହ କଲା ସିପିସିବି

ଯାଜପୁର ଅଫିସ,୧୭ା୯: ବେଦାନ୍ତ ଫାକର ଓସ୍ତପାଳ କ୍ରୋମାଇଟ ଖଣିରୁ ପ୍ରାୟ ୧୫ ଲକ୍ଷ ଘନମିଟର ବର୍ଜ୍ୟଜଳ ଡମଶାଳା ନାଳାକୁ ବିନା ଟ୍ରିଟମେଣ୍ଟରେ ଛାଡ଼ିବା ମାମଲାରେ ସିପିସିବି(ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ) ତଦନ୍ତ ଆରମ୍ଭ କରିଛି। ଗୁରୁବାର ଅପରାହ୍ନ ପ୍ରାୟ ୧୧ଟାରେ ସିପିସିବିର ବୈଜ୍ଞାନିକ(ବି) ଜ୍ଞାନପ୍ରସାଦ ସିଂଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଓସ୍ତପାଳ ଖଣି ପରିସରରୁ ପାଣି ଓ ମାଟି ନମୁନା ସଂଗ୍ରହ କରିଛନ୍ତି। ଏହାସହ ବେଦାନ୍ତର ବିବାଦୀୟ ଅସୁରକ୍ଷିତ ଡମ୍ପିଂୟାର୍ଡ ପରିସରକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିବା ସୂଚନା ମିଳିଛି। ଏହି ଅବସରରେ ସୁକିନ୍ଦାସ୍ଥିତ ରାମ୍‌କି ଏନ୍‌ଭାଏରୋ ଇଞ୍ଜିନିୟର୍ସ ଲିମିଟେଡର ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ବାୟୁ ଓ ଜଳ ପ୍ରଦୂଷଣ ଅଭିଯୋଗ ଉପରେ ମଧ୍ୟ ସେମାନେ ତଦନ୍ତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଏଥିରେ ସାମିଲ ହୋଇଥିଲେ। ତେବେ ଏସ୍‌ପିସିବି ପକ୍ଷରୁ ବିଭିନ୍ନ ଛୋଟବଡ଼ ଶିଳ୍ପ, କାରଖାନା, ଖାଦାନ ଇତ୍ୟାଦିକୁ କନ୍‌ସେଣ୍ଟ ଟୁ ଅପରେଟ ସଂକ୍ରାନ୍ତରେ ଇ-ଡେସ୍‌ପାଚରେ ଜିଲାପାଳଙ୍କୁ ନିୟମିତ ଭାବେ ସୂଚିତ କରୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଲୁଚାଇ ରଖାଯାଇଥିବା ଚର୍ଚ୍ଚା ହେଉଛି।
ଓସ୍ତପାଳ କ୍ରୋମାଇଟ ଖଣିକୁ ବେଦାନ୍ତ ଲିଃ କମ୍ପାନୀ ଲିଜ୍‌ ନେଇ ଗତ ଅକ୍ଟୋବର ୨୦୨୦ରୁ ଖଣିଜ ପଦାର୍ଥ ଉତ୍ତୋଳନ କାମ ଆରମ୍ଭ କରିଥିଲା। ତେବେ ଦୀର୍ଘଦିନ ଧରି ଉତ୍ତୋଳନ କାମ ବନ୍ଦ ରହିଥିବାରୁ ଖଣି ଭିତରେ ବିପୁଳ ପରିମାଣର ବିଷାକ୍ତ ବର୍ଜ୍ୟଜଳ ଜମି ରହିଥିଲା। ଏହି କ୍ରମରେ ପ୍ରାୟ ୧୫ ଲକ୍ଷ ଘନମିଟର ବିଷାକ୍ତ ପାଣିକୁ ଇଟିପି(ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ) ଜରିଆରେ ବିଶୋଧନ ନ କରି ଡମଶାଳା ନାଳାରେ ଛଡାଯାଇଥିଲା। ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ୍‌ରେ ଆର୍‌.କେ. ସିଂ ଏନେଇ ଅଭିଯୋଗ କରିଥିଲେ। ଏହାପରେ ଏସ୍‌ପିସିବି ଜରିଆରେ ଏହି ଅଭିଯୋଗର ତଦନ୍ତ ହୋଇଥିଲେ ହେଁ ବେଦାନ୍ତକୁ ସୁହାଇଲା ଭଳି ରିପୋର୍ଟ ସିପିସିବିଠାରେ ଦାଖଲ ହୋଇଥିଲା। ସେତେବେଳେ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ରେ ଇଟିପି ବାହାରେ ବର୍ଜ୍ୟଜଳ ଛଡାଯିବାକୁ ନେଇ ଆଲୋଚନା ହୋଇଥିଲା। ଏହାପରେ ଅଭିଯୋଗକାରୀ ସିଂ ପୁଣି ଥରେ ୬ା୭ା୨୦୨୧ରେ ଅନୁରୂପ ଭାବେ ସିପିସିବିରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ, ବେଦାନ୍ତ ଖଣିର ବର୍ଜ୍ୟଜଳ ସିଧାସଳଖ ଡମଶାଳା ନାଳାରେ ଛଡାଯାଇଥିବା ପ୍ରମାଣିତ ହୋଇ ସାରିଛି। ଏହି ବେଦାନ୍ତ ଖଣିର କର୍ମଚାରୀ ଓ ଅଧିକାରୀଙ୍କ ହ୍ବାଟ୍ସଆପ୍‌ ଗ୍ରୁପରୁ ଜଳଜଳ ହୋଇ ଦିଶୁଛି। ସ୍ପଷ୍ଟ ପ୍ରମାଣ ରହିଥିଲେ ହେଁ ତଦନ୍ତ ଅଧିକାରୀ ଜାଣିଶୁଣି ସେଥିରୁ ଦୂରେଇ ରହିଥିଲେ। ତେଣୁ ଏହାର ଉପଯୁକ୍ତ ଭାବେ ନିରପେକ୍ଷ ତଦନ୍ତ କରିବାକୁ ସେ ସିପିସିବିକୁ ଅନୁରୋଧ କରିଥିଲେ। ଏହି ଅଭିଯୋଗକୁ ରେଜିଷ୍ଟ୍ରିଭୁକ୍ତ କରାଯାଇ ସିପିସିବିର ଡିଏଚ୍‌-ପିଆର୍‌-ଡିଭିଜନ ପକ୍ଷରୁ ଏମ୍‌.କେ. ଚୌଧୁରୀ ତାଙ୍କ ପତ୍ରସଂଖ୍ୟା ସିବି/ପିଆର/ପିଜି/୨୦୨୧-୨୨/୧୩ା୭ା୨୦୨୧ରେ ଏସ୍‌ପିସିବିର ସଦସ୍ୟ ସଚିବଙ୍କୁ ଉକ୍ତ ମାମଲା ସଂକ୍ରାନ୍ତରେ ଜବାବ ତଲବ କରିଥିଲେ। ତେବେ ସିପିସିବିର ଏହି ଜବାବ ତଲବ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କୁ କୌଣସି ପ୍ରଭାବ ପକାଇ ନ ଥିଲା। ଦୀର୍ଘ ୨ମାସ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ସିପିସିବିର ପତ୍ର ଅନୁସାରେ କୌଣସି ଉତ୍ତର ଏଯାଏ ମିଳିନାହିଁ ବୋଲି ଅଭିଯୋଗକାରୀ ସିଂ ଅଭିଯୋଗ କରିଥିଲେ। ଏଥିରୁ କେବଳ ରାଜ୍ୟ ନୁହେଁ, କେନ୍ଦ୍ରସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ବେଦାନ୍ତ ଖଣି କମ୍ପାନୀ ମାସିକିଆ ଚାନ୍ଦା ଦେଇ ମୁହଁ ବନ୍ଦ କରୁଛନ୍ତି ଏବଂ ଏହା ଗଣତନ୍ତ୍ର ପ୍ରତି ସାଂଘାତିକ ବିପଦ; ଯାହାକି ବେଦାନ୍ତର ତତ୍କାଳୀନ ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର(ସିଇଓ) ପି.ଜି. ସୁରେଶ କୁମାରଙ୍କୁ ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଦେଇଥିବା ଇ-ମେଲରୁ ସ୍ପଷ୍ଟ ହୋଇସାରିଛି ବୋଲି ଅଭିଯୋଗକାରୀ ସିଂ ପ୍ରକାଶ କରିଛନ୍ତି। ଏବେ ମଧ୍ୟ ଅଭିଯୋଗକାରୀଙ୍କୁ କୌଣସି ସୂଚନା ନ ଦେଇ ସିପିସିବିର ତଦନ୍ତ ମୂଲ୍ୟହୀନ ହୋଇପାରେ ବୋଲି ସିଂ ସନ୍ଦେହ ପ୍ରକଟ କରିଛନ୍ତି। ପ୍ରଦୂଷିତ ଡମଶାଳା ଜଳର ପ୍ରଭାବରେ ଜୀବଜନ୍ତୁ ଓ ମାଛ ମରୁଥିବାର ଗୁରୁତର ଅଭିଯୋଗ ରହିଥିବାରୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ପଦକ୍ଷେପ ନ ନେଲେ ଭବିଷ୍ୟତରେ ଅଞ୍ଚଳବାସୀ ଏକ ବଡ଼ ବିପଦର ସମ୍ମୁଖୀନ ହେବେ ଏଥିରେ ସନ୍ଦେହ ନାହିଁ । ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର ଅଫିସ, ୪।୫: ଅବକାରୀ ଗୁଇନ୍ଦା ଟିମ୍‌ ଗୁରୁବାର ଗଞ୍ଜାମ ଜିଲା ଚିକିଟି ଧାନଘର ନିକଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି। ଏକ ଟ୍ରକରେ...

ଡ୍ରାଇଭର ମହାସଂଘ ଖଲ୍ଲିକୋଟ ଶାଖା ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଖଲ୍ଲିକୋଟ,୧୫।୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଖଲ୍ଲିକୋଟ ଶାଖା ପକ୍ଷରୁ ଗୁରାପଲି ଟୋଲ୍‌ଗେଟ୍‌ ନିକଟ ଖଲ୍ଲିକୋଟ ଡ୍ରାଇଭର ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହୋଇଛି।...

ଗଜପତିରେ ସପ୍ତାହାନ୍ତ ଶଟ୍‌ଡାଉନ୍‌: ରାସ୍ତାଘାଟ ଖାଁ ଖାଁ

ପାରଳାଖେମୁଣ୍ଡି,୨୪।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଶନିବାର ଗଜପତି ଜିଲାର ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିିରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହୋଇଛି । ମେଡିକାଲ...

ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୬ ବଖରା ଜଳିଗଲା

ପଦ୍ମପୁର,୨୧।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତ ଶ୍ରୀବତ୍ସପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ଘରେ ଶନିବାର ଅପରାହ୍ନରେ ଗ୍ୟାସ୍‌ ଟାଙ୍କି ଫାଟି...

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆର୍‌ ଡବ୍ଲ୍ୟୁଏସ୍‌ଏସ୍‌ର ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳେ ତାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ...

ବ୍ଲକ୍‌ ପାଚେରି ନିର୍ମାଣରେ ଦୁର୍ନୀତିର ଗନ୍ଧ

ତେଲକୋଇ,୨୨ା୧୧(ଡି.ଏନ.ଏ): ରାଜ୍ୟ ସରକାର ‘୫-ଟି’ ଜରିଆରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରୁଛନ୍ତି। କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ଏକ ପ୍ରକାର ବିଫଳ...

ଲକଡାଉନ୍‌: ଓ୍ବାର୍କ ଫ୍ରମ୍‌ ହୋମ କରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର,୧୭ା୭(ବ୍ୟୁରୋ)-କରୋନା ମହାମାରୀ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମକୁ ଜୁଲାଇ ୧୭ ରାତି ୯ଟାରୁ...

ଟ୍ରକ୍‌ ପଛରେ ପିଟିଲା ସ୍କର୍ପିଓ: ୩ ମୃତ, ୩ ଗୁରୁତର

କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା...

Advertisement
Archives

Model This Week