ବିଧାନସଭା ପ୍ରବେଶ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ନୁହେଁ: ବାଚସ୍ପତି

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ତେବେ ଚଳିତ ଅଧିବେଶନ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ହେବ ନାହିଁ। ଏହା ବାଧ୍ୟତାମୂଳକ ହୋଇ ନ ଥିଲେ ମଧ୍ୟ ପ୍ରବେଶ କଲାବେଳେ ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ସେହି ବ୍ୟକ୍ତିଙ୍କୁ ଆଣ୍ଟିଜେନ ଟେଷ୍ଟ କରିବାକୁ ପରାମର୍ଶ ଦିଆଯିବ। ବିଧାନସଭା ଅଧିବେଶନ ପୂର୍ବରୁ ମଙ୍ଗଳବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ମୌସୁମୀ ଏବଂ ଶୀତ ଅଧିବେଶନ ବେଳେ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା। ମହାମାରୀ ପ୍ରକୋପ କମିଥିବାରୁ ଏହା ବାଧ୍ୟତାମୂଳକ ନୁହେଁ ବୋଲି ସେ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି, ଫେବୃୟାରୀ ୧୮ରୁ ବିଧାନସଭା ଆରମ୍ଭ ହେବ। ପ୍ରଥମ ଦିବସରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ। ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ୨୫ରୁ ବଜେଟ ଆଲୋଚନା ହେବ। ଚଳିତ ବିଧାନସଭାରେ ପ୍ରଶ୍ନୋତ୍ତର ଏବଂ ଗୃହର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପୂର୍ବଭଳି ଜାରି ରହିବ। ତେବେ କୋଭିଡ୍‌ କଟକଣା ଉଠାଯାଇ ନାହିଁ। ଗୃହ ଭିତରେ ସାମାଜିକ ଦୂରତା ରକ୍ଷା କରାଯିବ। ଏହାଛଡ଼ା କୋଭିଡ୍‌ ସଂକ୍ରାନ୍ତ ଅନ୍ୟାନ୍ୟ କଟକଣାକୁ ଅନୁସରଣ କରାଯିବ । ତେବେ ପ୍ରତ୍ୟେକ ଦିନ ବିଧାନସଭା ଭିତର ଓ ବାହାର ବିଶୋଧନ କରାଯିବ। ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯିବ। ବୈଠକରେ ସମସ୍ତ ବିଷୟ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପାତ୍ର କହିଛନ୍ତି। ଏଥିସହିତ ଭିଡିଓକନ୍‌ଫରେନ୍ସ ସୁବିଧା ମଧ୍ୟ ଉପଲବ୍ଧ ରହିବ। ଯେଉଁ ସଦସ୍ୟ କିମ୍ବା ମନ୍ତ୍ରୀ ଚାହିଁବେ ସେମାନେ ଭିଡିଓ କନ୍‌ଫରେନ୍ସରେ ଗୃହ କାର୍ଯ୍ୟରେ ଯୋଗଦେବେ। ଗଣମାଧ୍ୟମ ପ୍ରତିନିଧିମାନେ ପୂର୍ବଭଳି ବିଧାନସଭାକୁ ଆସିପାରିବେ। ଚଳିତ ଅଧିବେଶନ ହେବ ଇ- ବିଧାନସଭା। ବିଧାନସଭାରେ କୌଣସି କାଗଜପତ୍ର ବ୍ୟବହାର ହେବ ନାହିଁ। ବିଧାୟକମାନେ ଅନ୍‌ଲାଇନରେ ସେମାନଙ୍କର ପ୍ରଶ୍ନ ପଠାଇବା ସହିତ ଉତ୍ତର ପାଇପାରିବେ। ତେବେ ଯେଉଁ ବିଧାୟକ ଚାହିଁବେ ସେମାନଙ୍କୁ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନରେ ଉତ୍ତର ଯୋଗାଇ ଦିଆଯିବ। ବଜେଟ ପେନ୍‌ଡ୍ରାଇଭ ଜରିଆରେ ଯୋଗାଇ ଦିଆଯିବ। ଅର୍ଥମନ୍ତ୍ରୀ ଗୃହରେ ବଜେଟ ପାଠ କରିବେ ବୋଲି ପାତ୍ର କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, କୋଭିଡ୍‌ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଦୁଇ ଅଧିବେଶନକୁ ସୀମିତ କରାଯାଇଥିବା ବେଳେ ବିଧାନସଭା ସଦସ୍ୟ, କର୍ମଚାରୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧିମାନଙ୍କର କରୋନା ପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri