ଠକ ଦମ୍ପତିଙ୍କ ଟଙ୍କା, ସୁନା ଜବତ

ଅନୁଗୋଳ ଅଫିସ, ୨୩।୧୨: ଅନୁଗୋଳର କେତେଜଣ ଯୁବକଙ୍କୁ ଏକ କମ୍ପାନୀରେ ଚାକିରି ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଦମ୍ପତି ଚୈତାଳୀ ମୁଖାର୍ଜୀ ଓ ମୃଙ୍ଗାଗ୍‌ ଗୁପ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ସୁନା ଜବତ କରାଯାଇଛି। ଏ ସମ୍ପର୍କରେ ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି, ଗତ ସେପ୍ଟେମର ମାସରେ ଅନୁଗୋଳ ପୋଲିସ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଘରୁ ସମ୍ପୃକ୍ତ ଦମ୍ପତିଙ୍କୁ ଉଠାଇ ଆଣିଥିଲା। ଦୁହେଁଙ୍କ ନିକଟରୁ ଉକ୍ତ କମ୍ପାନୀର ବିଭିନ୍ନ ନକଲି କାଗଜପତ୍ର ସହ ସିଲ୍‌ ଜବତ କରିଥିଲା। ଏହି ଘଟଣାରେ ଅଧିକ ତଦନ୍ତ ଚାଲୁଥିବା ସମୟରେ ଅନୁଗୋଳ ପୋଲିସ ଦୁର୍ଗାପୁରର ଏକ ବ୍ୟାଙ୍କରେ ସାଢ଼େ ୧୦ ଲକ୍ଷ ଟଙ୍କା ସହ ୭୫୭ ଗ୍ରାମର ସୁନା ଅଳଙ୍କାର ଜବତ କରିଥିଲା। ମୋଟ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୮ଟି ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ଏହି ଘଟଣାରେ ମୋଟ ୧ କୋଟି ୩୩ ଲକ୍ଷ ଟଙ୍କାର ନଗଦ ଟଙ୍କା ଓ ଅଳଙ୍କାର ପୋଲିସ ଜବତ କରିଛି। ଓଡ଼ିଶା ସମେତ ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଜାମ୍ମୁ ଓ କଶ୍ମୀର, ଛତିଶଗଡ଼ ଆଦି ରାଜ୍ୟର ଶିକ୍ଷିତ ଯୁବତୀ ଓ ଯୁବକମାନେ ଠକାମିର ଶିକାର ହୋଇଥିଲେ। ଠକ ଦମ୍ପତିଙ୍କୁ ମହାରାଷ୍ଟ୍ର ପୋଲିସ ଅନୁଗୋଳରୁ ରିମାଣ୍ଡରେ ନେଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଜପତି,୧୪ା୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଲଣ୍ଡାହାତୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ…

ବିଦ୍ୟୁତ ଆଘାତରେ ବ୍ୟକ୍ତି ଗୁରୁତର, ବିଦେଇପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା

ବାସୁଦେବପୁର,୧୪।୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ୩୩ କେଭି ଷ୍ଟ୍ରକ୍ଚର ଠାରେ ବିଦ୍ୟୁତ ଆଘାତରେ ସହଦେଵ ତରେଇ ଆହତ ହୋଇଥିଲେ । ତାଙ୍କୁ କ୍ଷତିପୂରଣ ଦେବା…

ଜିତୁ ମୁଣ୍ଡାଙ୍କ କାହାଣୀକୁ ନେଇ ହେବ ଚଳଚ୍ଚିତ୍ର, ଚୁକ୍ତିକଲେ ନିର୍ଦ୍ଦେଶକ ଅଶୋକ ପତି

ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀ କାଲାରାଙ୍କ ନାମରେ ଥିବା ଟଙ୍କା ଉଠାଇବା…

ଏତିକି ଟଙ୍କାର ଡ୍ରେସ୍‌ ପିନ୍ଧି ରେଡ କାର୍ପେଟରେ ଚାଲି ଚର୍ଚ୍ଚାରେ ଉର୍ବଶୀ

ଅଭିନେତ୍ରୀ ଉର୍ବଶୀ ରାଉତେଲା ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଚାଲି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ସେ ତାଙ୍କର ଲୁକ ଏବଂ ପୋଷାକ ସହିତ ପ୍ରଶଂସକମାନଙ୍କୁ…

ବାଲିଅନ୍ତା ମର୍ଡର କେସ୍‌: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ବାଲିଅନ୍ତା,୧୪ା୫: ବାଲିଅନ୍ତା ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ର ଗିରଫ ହୋଇଛନ୍ତି। କଟକସଦର ଥାନା ଗଙ୍ଗେଶ୍ବରପଡ଼ାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହାତଗୋଡ଼…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ରାସ୍ତା ଉପରେ ଛିଟିକି ପଡ଼ିଲା ଖଣ୍ଡ ବିଖଣ୍ଡିତ ଶରୀର

ଇନ୍ଦୋର,୧୪।୫: ମଧ୍ୟପ୍ରଦେଶ ଦେବାସର ଏବି ରୋଡ ପାର୍ଶ୍ୱରେ ଥିବା ଟଙ୍କକାଲାରେ ଚାଲିଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ବିସ୍ଫୋରଣ…

ମହଙ୍ଗା ମାଡ଼ ଭିତରେ ଜାରି ହେଲା LPG ସିଲିଣ୍ଡରର ନୂଆଦର; ଜାଣନ୍ତୁ ନୂଆରେଟ୍‌

ନୂଆଦିଲ୍ଲୀ,୧୪।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ଶକ୍ତି ଯୋଗାଣ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri