Posted inଫୁରସତ

କୌଣସି ହୋଟେଲଠୁ କମ୍‌ ନୁହେଁ ଏହି ଦମ୍ପତିଙ୍କ ବସ୍‌, ଏଥିରେ ବୁଲିଲେଣି ୪୫ ଦେଶ

ନିଜର ଇଚ୍ଛା ପୂରଣ କରିବା ପାଇଁ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଯେତେ କଷ୍ଟ ଆସିଲେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କିଛି ଲୋକ ଚାହିଁଥାନ୍ତି। ଏମିତି ଏକ ଯୋଡ଼ି ଅଛନ୍ତି, ଯିଏ କି ସେମାନଙ୍କ ଇଚ୍ଛା ପୂରଣ କରିବାକୁ ବହୁତ ପରିଶ୍ରମ କରିଥିଲେ। ସେ ପୂରା ଦୁନିଆ ଭ୍ରମଣ କରିବାକୁ ଭଲ ପାଉଥିଲେ। ତାଙ୍କର ଏହି ଇଚ୍ଛାରେ ବାଧକ ସାଜିଥିଲା କରୋନା ମହାମାରୀ। ଏବେ ମହାମାରୀ ଟିକେ ହ୍ରାସ ପାଇଥିବାରୁ ସେମାନେ ତାଙ୍କର ଇଚ୍ଛା ପୂରଣ ପାଇଁ ବାହାରକୁ ବୁଲି ବାହାରିଛନ୍ତି। ନିଜେ ଏକ ବସ୍‌କୁ ଘର କରିଛନ୍ତି। ଏଥିରେ ସମସ୍ତ ପ୍ରକାର ସୁବିଧା ରହିଛି। ଏହା କୌଣସି ବିଳାସମୟ ଘରଠାରୁ ବି କମ୍‌ ନୁହେଁ।

ବ୍ରିଟେନର କ୍ୟାଜି ମ୍ୟାଗେନିସ୍‌ ଏବଂ ବ୍ରାଡଲି ଓ୍ବିଲିୟମ୍ସ ବର୍ଷ ବର୍ଷ ଧରି ଅନେକ ଦେଶ ଭ୍ରମଣ କରିଛନ୍ତି। ସେମାନେ ପ୍ରାୟ ୪୫ଟି ଦେଶ ଭ୍ରମଣ କରିଛନ୍ତି। ଏବେ ଏକ ନୂତନ ଉଦ୍ଭାବନ କରିଛନ୍ତି ଏହି ଦମ୍ପତି। ନିଜ ଇଚ୍ଛାରେ ଭ୍ରମଣ କରିବେ, ଯେଉଁଠି ଚାହିଁବେ ସେଠି ରହିବେ। ସେଥିପାଇଁ ବସ୍‌କୁ ବାଛିଲେ। ଏହାକୁ ନିଜ ଘର ପରି କରିଦେଲେ। ଫଳରେ କେଉଁ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯିବାକୁ ପଡ଼ିଲାନି।

ଏହି ବସ୍‌ରେ ବେଡ୍‌, ବାଥ୍‌ରୁମ, ମାଇକ୍ରୋଓ୍ବେଭ୍‌, ଏୟାର କଣ୍ଡିଶନର ପରି ସୁବିଧା ରହିଛି। ସେମାନେ ଆମେରିକାରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଗତବର୍ଷ ମନକୁ ଆସିଲା ବୁଲିବା ସହ ଏଥିରୁ କିଛି ଟଙ୍କା ରୋଜଗାର କରିବେ। ତେଣୁ ସେମାନେ ଯେଉଁ ଯେଉଁ ସ୍ଥାନ ବୁଲିବାକୁ ଯାଉଥିଲେ ସେଠାରେ ଲୋକମାନଙ୍କୁ ସୂଚନା ଦେଉଥିଲେ। ବ୍ଲଗର ହେବା ପରେ ଏଥିରୁ କିଛି ରୋଜଗାର କରୁଛନ୍ତି ବୋଲି କୁହନ୍ତି, କ୍ୟାଜି ଏବଂ ବ୍ରାଡ୍‌ଲି। ତାଙ୍କର ଏହି ଯାତ୍ରାକୁ ବହୁ ଲୋକ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri