Posted inଫୁରସତ

କୌଣସି ହୋଟେଲଠୁ କମ୍‌ ନୁହେଁ ଏହି ଦମ୍ପତିଙ୍କ ବସ୍‌, ଏଥିରେ ବୁଲିଲେଣି ୪୫ ଦେଶ

ନିଜର ଇଚ୍ଛା ପୂରଣ କରିବା ପାଇଁ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଯେତେ କଷ୍ଟ ଆସିଲେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କିଛି ଲୋକ ଚାହିଁଥାନ୍ତି। ଏମିତି ଏକ ଯୋଡ଼ି ଅଛନ୍ତି, ଯିଏ କି ସେମାନଙ୍କ ଇଚ୍ଛା ପୂରଣ କରିବାକୁ ବହୁତ ପରିଶ୍ରମ କରିଥିଲେ। ସେ ପୂରା ଦୁନିଆ ଭ୍ରମଣ କରିବାକୁ ଭଲ ପାଉଥିଲେ। ତାଙ୍କର ଏହି ଇଚ୍ଛାରେ ବାଧକ ସାଜିଥିଲା କରୋନା ମହାମାରୀ। ଏବେ ମହାମାରୀ ଟିକେ ହ୍ରାସ ପାଇଥିବାରୁ ସେମାନେ ତାଙ୍କର ଇଚ୍ଛା ପୂରଣ ପାଇଁ ବାହାରକୁ ବୁଲି ବାହାରିଛନ୍ତି। ନିଜେ ଏକ ବସ୍‌କୁ ଘର କରିଛନ୍ତି। ଏଥିରେ ସମସ୍ତ ପ୍ରକାର ସୁବିଧା ରହିଛି। ଏହା କୌଣସି ବିଳାସମୟ ଘରଠାରୁ ବି କମ୍‌ ନୁହେଁ।

ବ୍ରିଟେନର କ୍ୟାଜି ମ୍ୟାଗେନିସ୍‌ ଏବଂ ବ୍ରାଡଲି ଓ୍ବିଲିୟମ୍ସ ବର୍ଷ ବର୍ଷ ଧରି ଅନେକ ଦେଶ ଭ୍ରମଣ କରିଛନ୍ତି। ସେମାନେ ପ୍ରାୟ ୪୫ଟି ଦେଶ ଭ୍ରମଣ କରିଛନ୍ତି। ଏବେ ଏକ ନୂତନ ଉଦ୍ଭାବନ କରିଛନ୍ତି ଏହି ଦମ୍ପତି। ନିଜ ଇଚ୍ଛାରେ ଭ୍ରମଣ କରିବେ, ଯେଉଁଠି ଚାହିଁବେ ସେଠି ରହିବେ। ସେଥିପାଇଁ ବସ୍‌କୁ ବାଛିଲେ। ଏହାକୁ ନିଜ ଘର ପରି କରିଦେଲେ। ଫଳରେ କେଉଁ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯିବାକୁ ପଡ଼ିଲାନି।

ଏହି ବସ୍‌ରେ ବେଡ୍‌, ବାଥ୍‌ରୁମ, ମାଇକ୍ରୋଓ୍ବେଭ୍‌, ଏୟାର କଣ୍ଡିଶନର ପରି ସୁବିଧା ରହିଛି। ସେମାନେ ଆମେରିକାରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଗତବର୍ଷ ମନକୁ ଆସିଲା ବୁଲିବା ସହ ଏଥିରୁ କିଛି ଟଙ୍କା ରୋଜଗାର କରିବେ। ତେଣୁ ସେମାନେ ଯେଉଁ ଯେଉଁ ସ୍ଥାନ ବୁଲିବାକୁ ଯାଉଥିଲେ ସେଠାରେ ଲୋକମାନଙ୍କୁ ସୂଚନା ଦେଉଥିଲେ। ବ୍ଲଗର ହେବା ପରେ ଏଥିରୁ କିଛି ରୋଜଗାର କରୁଛନ୍ତି ବୋଲି କୁହନ୍ତି, କ୍ୟାଜି ଏବଂ ବ୍ରାଡ୍‌ଲି। ତାଙ୍କର ଏହି ଯାତ୍ରାକୁ ବହୁ ଲୋକ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri