ଝାରସୁଗୁଡ଼ା ଅଫିସ,୧୪ା୪: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଷାନପଡାର ଏକ ବନ୍ଦ କୋଠରିରୁ ପୋଲିସ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେମାନେ ହେଲେ ସୁବ୍ରତ କିଷାନ (୨୭) ଓ ସମ୍ବଲପୁର ଜିଲା ଠେଲକୋଲି ଥାନା ଗୁମକାରମା ଗ୍ରାମର ସୁମତି ପିଙ୍ଗ୍ (୨୨)। ପୋଲିସ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ପ୍ରଥମେ ମୃତ ଯୁବକଙ୍କ କାକା ପୀତାମ୍ବରଙ୍କ ଅଭିଯୋଗକୁ ଭିତ୍ତିକରି ବନହରପାଲି ଥାନା ଅପମୃତ୍ୟୁ କେସ୍ ନଂ.୩/୨୧ରେ ମାମଲା ରୁଜୁକରି ତଦନ୍ତ କରିଥିଲା। ପରେ ମୃତ ଯୁବତୀଙ୍କ ମାମୁଁ ସଂକୀର୍ତ୍ତନ କିଷାନ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ଏଥିପାଇଁ ସେ ପୁଅଘର ଲୋକଙ୍କୁ ଦାୟୀକରି ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ଏସ୍ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି।
ସୂଚନା ଅନୁଯାୟୀ କିଷାନପଡାର ବିଦେଶୀ କିଷାନଙ୍କ ପୁଅ ସୁବ୍ରତଙ୍କ ସହିତ ଗୁମକାରମା ଗ୍ରାମର ସୁମତିଙ୍କ ବିବାହ ପ୍ରସ୍ତାବ ପଡିଥିଲା। ଏ ନେଇ ଉଭୟ ପରିବାର ତରଫରୁ ଝିଅପୁଅଙ୍କ ଜାତକ ମେଳକ କରାଯାଇଥିଲା। ଏହା ମେଳକ ନ ହେବାରୁ ଝିଅଘର ଲୋକେ ବିବାହରେ ରାଜିହୋଇ ନ ଥିଲେ। ପୁଅ ଘର ଲୋକେ ଅନ୍ୟ ସ୍ଥାନରେ ବାହାଘର ଠିକ୍ କରିଥିଲେ। ଆସନ୍ତା ୩ତାରିଖରେ ପୁଅର ବାହାଘର ହୋଇଥାନ୍ତା। ହେଲେ ଏଥିରେ ପୁଅ ରାଜି ନ ହୋଇ ସୁମତିଙ୍କ ସହିତ ଫୋନ୍ରେ ସମ୍ପର୍କ ରଖିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।
ଏଭଳି ସ୍ଥିତିରେ ଗତ ୧୦ ତାରିଖରେ ପୁଅ ଝିଅ ଘରକୁ ଯାଇ ତାଙ୍କୁ ସାଙ୍ଗରେ ଧରି ଘରକୁ ପଳାଇ ଆସିଥିଲେ। ପରେ ଝିଅଘର ଲୋକେ ଖୋଜାଖୋଜି କରି ପୁଅଘରେ ପହଞ୍ଚତ୍ଥିଲେ। ପୁଅଘର ଗ୍ରାମରେ ଉଭୟ ପରିବାରକୁ ନେଇ ଏକ ବୈଠକ ହୋଇଥିଲା। ପୁଅ ଓ ଝିଅ ଗୋଟିଏ ଜାତିର ହୋଇଥିବାରୁ ଏହି ବିବାହକୁ ଉଭୟ ପରିବାର ସ୍ବୀକୃତି ଦେଇଥିଲେ। ପୁଅ ଝିଅ ସ୍ବାମୀ ସ୍ତ୍ରୀ ହିସାବରେ ରହିଥିଲେ। ଗତ ରବିବାର ରାତିରେ ଉଭୟ ଖାଇପିଇ ଏକ କୋଠରିରେ ଶୋଇଥିଲେ। ସକାଳୁ ନ ଉଠିବାରୁ ଘର ଲୋକେ କବାଟ ବାଡେଇଥିଲେ। ହେଲେ ସେମାନେ ଉଠି ନ ଥିଲେ। ପରେ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। କୁମ୍ଭାରବନ୍ଧ ଫାଣ୍ଡି ପୋଲିସ ପହଞ୍ଚତ୍ କବାଟ ଭାଙ୍ଗି ଉଭୟଙ୍କ ମୃତଦେହ ଘର ଭିତରେ ଝୁଲୁଥିବା ଦେଖିଥିଲା। ଉଭୟଙ୍କ ମୃତଦେହ ତଳକୁ ଛୁଇଁଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ତଳକୁ ଓହ୍ଲାଇଥିଲା।
Posted inଆମ ଜିଲା ଖବର, ଝାରସୁଗୁଡ଼ା View All
୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ
ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…
ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ
ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…
ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…
ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ
ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…
ମୋବାଇଲ୍ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…
ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…
ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍ ଚଢ଼ାଉ କରି…
ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…
ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

