ଚିନ୍ତା ବଢ଼ାଇଛି ଟିକା ଅଭାବ

୧୧ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଟିକା ଅଭାବ ଚିନ୍ତା ବଢ଼ାଇଦେଲାଣି। ଟିକା ଅଭାବରୁ ଏବେ ୧୧ଟି ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମଙ୍ଗଳବାର ୫୦୦ ସେଣ୍ଟରରେ ଟିକାକରଣ ଚାଲିଛି। ଟିକା ଅଭାବରୁ ୧୧ଟି ଜିଲାରେ ଟିକାକରଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି ବୌଦ୍ଧ, ଝାରୁସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ ଭଳି ଜିଲାରେ ଟିକାକରଣ ହୋଇପାରୁ ନାହିଁ। କମ୍‌ ଟିକା ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଟିକା ଦେବା ପାଇଁ ସୋମବାର ପୁଣି ଚିଠି ଲେଖାଯାଇଛି। ବର୍ତ୍ତମାନ ରାଜ୍ୟରେ ୬୧ ହଜାର କୋଭାକ୍ସିନ ଓ ୩ଲକ୍ଷରୁ ଅଧିକ କୋଭିଶିଲ୍ଡ ଅଛି। ମଙ୍ଗଳବାର ୨ଲକ୍ଷ କୋଭିଶିଲ୍ଡ ଟିକା ଆସିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

 

ମେ’ରେ ଶୀର୍ଷକୁ ଛୁଇଁପାରେ କରୋନା

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ ବେକାବୁ ହେଲାଣି କରୋନା। ପ୍ରତିଦିନ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି ଏହି ମହାମାରୀ। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦ଜିଲାରୁ ୧,୭୮୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ କେବଳ ଏପ୍ରିଲରେ ପଜିଟିଭ୍‌ ସଂଖ୍ୟା ୧୦ହଜାର ଟପିଲାଣି। ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚତ୍ପାରେ ବୋଲି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର ଆକଳନ କରିଛନ୍ତି। ସେହିପରି କରୋନା ଦ୍ୱିତୀୟ ଲହରର ଶୀର୍ଷ ବା ପିକ୍‌ ଆସନ୍ତା ମେ’ ମାସରେ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଏଥିପାଇଁ ସମସ୍ତେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କରୋନାର ଏହି ଷ୍ଟ୍ରେନ୍‌ ରୂପ ବଦଳାଉଛି। ଦ୍ୱିତୀୟ ଲହରରେ ଆଖି ଲାଲ୍‌ ହେବା, ପେଟ ଦରଜ, ବାନ୍ତି, ଭୋକ ନ ଲାଗିବା ଭଳି ନୂଆ ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି। ଏଥିସହ ଗଳା ଖରାପ ହେବା ସହ ଡାଇରିଆ ପରି ଲକ୍ଷଣ ଦେଖାଦେଉଛି। କରୋନାର ପ୍ରଥମ ଲହର ସଂକ୍ରମଣ ସମୟରେ କାଶ, କଫ, ଜ୍ୱର ହେବା ସହ ଦେହ ଦରଜ, ନିମୋନିଆ ପରି ଲକ୍ଷଣ ଦେଖାଦେଉଥିଲା। ଏହାପରେ ବିଭିନ୍ନ ଅଙ୍ଗ କ୍ରମଶଃ ଅଚଳ ହୋଇଯାଉଥିଲା। ଏବେ ମଧ୍ୟ କରୋନା ସଂକ୍ରମଣ ହେଲେ ନିମୋନିଆ ହେବାର ସମ୍ଭାବନା ଅଧିକ ରହିଛି। ଏଥିସହ ଆଖି ଲାଲ, ପେଟ ଦରଜ, ଭୋକ ନ ଲାଗିବା, ଖାଦ୍ୟ ସ୍ବାଦ ବାରି ନ ହେବା, ବାନ୍ତି ଲାଗିବା, ଡାଇରିଆ ହେବା ପରି ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇ ନେବାକୁ ଡାକ୍ତର ଅଶୋକ ମହାପାତ୍ର ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ହେଲେ ଛତିଶଗଡ଼ ପରିସ୍ଥିତିକୁ ଦେଖିଲେ ଅଧିକ ସଜାଗ ହେବାକୁ ହେବ ପଡ଼ିବ ବୋଲି ମହାପାତ୍ର କହିଛନ୍ତି।
ସେପଟେ ପୁଣି ଚିନ୍ତା ବଢ଼ାଇଲାଣି ନୂଆପଡ଼ା। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ପାଇଁ ନୂଆପଡ଼ା ଜିଲାରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ଭିତରେ ୧,୦୩୪ କ୍ୱାରାଣ୍ଟାଇନ ସେଣ୍ଟରର ଥିବା ବେଳେ ୭୪୯ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ତେବେ ଏଥିରେ ନୂଆପଡ଼ାରୁ ସର୍ବାଧିକ ୩୦୩ ଜଣ ରହିଛନ୍ତି। ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୨୪୧, ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୧, ବରଗଡରୁ ୮୭, ଗଞ୍ଜାମରୁ ୮୦, ବାଲେଶ୍ୱରରୁ ୭୨, କଳାହାଣ୍ଡିରୁ ୬୮, ନବରଙ୍ଗପୁରରୁ ୬୭, କଟକରୁ ୫୯, କେନ୍ଦୁଝରରୁ ୫୪, ପୁରୀରୁ ୫୩ଜଣ ରହିଛନ୍ତି। ରାଜ୍ୟରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୩,୫୩,୦୮୬ରେ ପହଞ୍ଚତ୍ଛି। ପୂର୍ବରୁ ରାଜ୍ୟରେ ଖୋର୍ଦ୍ଧା, ସୁନ୍ଦରଗଡ଼ ରେଡ୍‌ ଜୋନ୍‌ରେ ଥିବା ବେଳେ କଳାହାଣ୍ଡି, ସମ୍ବଲପୁର ୟେଲୋ ଜୋନ୍‌ରେ ଥିଲା। ଏବେ ପୁଣି ଆଉ ଦୁଇଟି ଜିଲା ନୂଆପଡ଼ା ଓ ବରଗଡ଼ ୟେଲୋ ଜୋନ୍‌ରେ ସାମିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri