ଚିନ୍ତା ବଢ଼ାଇଛି ଟିକା ଅଭାବ

୧୧ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଟିକା ଅଭାବ ଚିନ୍ତା ବଢ଼ାଇଦେଲାଣି। ଟିକା ଅଭାବରୁ ଏବେ ୧୧ଟି ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମଙ୍ଗଳବାର ୫୦୦ ସେଣ୍ଟରରେ ଟିକାକରଣ ଚାଲିଛି। ଟିକା ଅଭାବରୁ ୧୧ଟି ଜିଲାରେ ଟିକାକରଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି ବୌଦ୍ଧ, ଝାରୁସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ ଭଳି ଜିଲାରେ ଟିକାକରଣ ହୋଇପାରୁ ନାହିଁ। କମ୍‌ ଟିକା ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଟିକା ଦେବା ପାଇଁ ସୋମବାର ପୁଣି ଚିଠି ଲେଖାଯାଇଛି। ବର୍ତ୍ତମାନ ରାଜ୍ୟରେ ୬୧ ହଜାର କୋଭାକ୍ସିନ ଓ ୩ଲକ୍ଷରୁ ଅଧିକ କୋଭିଶିଲ୍ଡ ଅଛି। ମଙ୍ଗଳବାର ୨ଲକ୍ଷ କୋଭିଶିଲ୍ଡ ଟିକା ଆସିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

 

ମେ’ରେ ଶୀର୍ଷକୁ ଛୁଇଁପାରେ କରୋନା

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ ବେକାବୁ ହେଲାଣି କରୋନା। ପ୍ରତିଦିନ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି ଏହି ମହାମାରୀ। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦ଜିଲାରୁ ୧,୭୮୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ କେବଳ ଏପ୍ରିଲରେ ପଜିଟିଭ୍‌ ସଂଖ୍ୟା ୧୦ହଜାର ଟପିଲାଣି। ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚତ୍ପାରେ ବୋଲି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର ଆକଳନ କରିଛନ୍ତି। ସେହିପରି କରୋନା ଦ୍ୱିତୀୟ ଲହରର ଶୀର୍ଷ ବା ପିକ୍‌ ଆସନ୍ତା ମେ’ ମାସରେ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଏଥିପାଇଁ ସମସ୍ତେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କରୋନାର ଏହି ଷ୍ଟ୍ରେନ୍‌ ରୂପ ବଦଳାଉଛି। ଦ୍ୱିତୀୟ ଲହରରେ ଆଖି ଲାଲ୍‌ ହେବା, ପେଟ ଦରଜ, ବାନ୍ତି, ଭୋକ ନ ଲାଗିବା ଭଳି ନୂଆ ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି। ଏଥିସହ ଗଳା ଖରାପ ହେବା ସହ ଡାଇରିଆ ପରି ଲକ୍ଷଣ ଦେଖାଦେଉଛି। କରୋନାର ପ୍ରଥମ ଲହର ସଂକ୍ରମଣ ସମୟରେ କାଶ, କଫ, ଜ୍ୱର ହେବା ସହ ଦେହ ଦରଜ, ନିମୋନିଆ ପରି ଲକ୍ଷଣ ଦେଖାଦେଉଥିଲା। ଏହାପରେ ବିଭିନ୍ନ ଅଙ୍ଗ କ୍ରମଶଃ ଅଚଳ ହୋଇଯାଉଥିଲା। ଏବେ ମଧ୍ୟ କରୋନା ସଂକ୍ରମଣ ହେଲେ ନିମୋନିଆ ହେବାର ସମ୍ଭାବନା ଅଧିକ ରହିଛି। ଏଥିସହ ଆଖି ଲାଲ, ପେଟ ଦରଜ, ଭୋକ ନ ଲାଗିବା, ଖାଦ୍ୟ ସ୍ବାଦ ବାରି ନ ହେବା, ବାନ୍ତି ଲାଗିବା, ଡାଇରିଆ ହେବା ପରି ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇ ନେବାକୁ ଡାକ୍ତର ଅଶୋକ ମହାପାତ୍ର ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ହେଲେ ଛତିଶଗଡ଼ ପରିସ୍ଥିତିକୁ ଦେଖିଲେ ଅଧିକ ସଜାଗ ହେବାକୁ ହେବ ପଡ଼ିବ ବୋଲି ମହାପାତ୍ର କହିଛନ୍ତି।
ସେପଟେ ପୁଣି ଚିନ୍ତା ବଢ଼ାଇଲାଣି ନୂଆପଡ଼ା। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ପାଇଁ ନୂଆପଡ଼ା ଜିଲାରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ଭିତରେ ୧,୦୩୪ କ୍ୱାରାଣ୍ଟାଇନ ସେଣ୍ଟରର ଥିବା ବେଳେ ୭୪୯ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ତେବେ ଏଥିରେ ନୂଆପଡ଼ାରୁ ସର୍ବାଧିକ ୩୦୩ ଜଣ ରହିଛନ୍ତି। ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୨୪୧, ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୧, ବରଗଡରୁ ୮୭, ଗଞ୍ଜାମରୁ ୮୦, ବାଲେଶ୍ୱରରୁ ୭୨, କଳାହାଣ୍ଡିରୁ ୬୮, ନବରଙ୍ଗପୁରରୁ ୬୭, କଟକରୁ ୫୯, କେନ୍ଦୁଝରରୁ ୫୪, ପୁରୀରୁ ୫୩ଜଣ ରହିଛନ୍ତି। ରାଜ୍ୟରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୩,୫୩,୦୮୬ରେ ପହଞ୍ଚତ୍ଛି। ପୂର୍ବରୁ ରାଜ୍ୟରେ ଖୋର୍ଦ୍ଧା, ସୁନ୍ଦରଗଡ଼ ରେଡ୍‌ ଜୋନ୍‌ରେ ଥିବା ବେଳେ କଳାହାଣ୍ଡି, ସମ୍ବଲପୁର ୟେଲୋ ଜୋନ୍‌ରେ ଥିଲା। ଏବେ ପୁଣି ଆଉ ଦୁଇଟି ଜିଲା ନୂଆପଡ଼ା ଓ ବରଗଡ଼ ୟେଲୋ ଜୋନ୍‌ରେ ସାମିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?