Posted inରାଜ୍ୟ

ଏ ବର୍ଷ ଭଲ ବର୍ଷିବ

ଭୁବନେଶ୍ୱର, (ବ୍ୟୁରୋ)/ ନୂଆଦିଲ୍ଲୀ, ୧୪ା୪: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ପ୍ରଶାନ୍ତ ମହାସାଗରରେ ଏଲ-ନିନ୍ୟୋର ପ୍ରଭାବ ନାହିଁ। ପାଗ ଅନୁକୂଳ ରହିବ। ଓଡ଼ିଶା ସମେତ ସମଗ୍ର ଦେଶରେ ଭଲ ବର୍ଷା ହେବ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଏଭଳି ଆକଳନ କରିଛି। ଏହି ସଂସ୍ଥା କହିଛି ଯେ, ଜୁନ୍‌ରେ ଦୀର୍ଘ ସମୟ ହାରାହାରି ଅବଧି(ଏଲ୍‌ପିଏ) ୧୦୬ ପ୍ରତିଶତ ବର୍ଷା ହେବ। ଜୁଲାଇରେ ୯୭% ଏବଂ ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ ୯୯ ଏବଂ ୧୧୬ ପ୍ରତିଶତରୁ ଅଧିକ ବର୍ଷା ହୋଇପାରେ। ଗତ ଦୁଇ ବର୍ଷ ଭଳି ୨୦୨୧ରେ ମଧ୍ୟ ମୌସୁମୀ ସ୍ବାଭାବିକ ରହିବ ବୋଲି ସ୍କାଏମେଟ୍‌ର ଅଧ୍ୟକ୍ଷ ଜି.ପି. ଶର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳ ପାଇଁ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ କର୍ନାଟକ ଭଳି ରାଜ୍ୟରେ ଜୁଲାଇ ଓ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ଅନୁମାନ କରିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଶାନ୍ତ ମହାସାଗରରେ ଲା-ନିନା ରହିବ। ଏହାଦ୍ୱାରା ସମୁଦ୍ରର ଉପରିଭାଗ ଜଳ ଶୀତଳ ରହିବ। ଭାରତୀୟ ଉପମହାଦେଶ ଜଳବାୟୁ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ଫଳରେ ଏହା ମୌସୁମୀକୁ ଅଧିକ ସକ୍ରିୟ କରିବାରେ ସାହାଯ୍ୟ କରିବ ବୋଲି ସ୍କାଏମେଟ୍‌ ସିଇଓ ଯୋଗେଶ ପାଟିଲ କହିଛନ୍ତି।
ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ବର୍ଷାର ୭୫ ପ୍ରତିଶତ ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ହୋଇଥାଏ। ଚଳିତ ବର୍ଷ ଏଥିଜନିତ ଭଲ ବର୍ଷା ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୩ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ୯୬ରୁ ୧୦୪% ମଧ୍ୟରେ ହେଉଥିବା ବର୍ଷାକୁ ସ୍ବାଭାବିକ ବର୍ଷା କୁହାଯାଇଥାଏ। ଚଳିତବର୍ଷ ବର୍ଷା ୬୦ ପ୍ରତିଶତ ସ୍ବାଭାବିକ ଓ ୧୫ ପ୍ରତିଶତ ସ୍ବାଭାବିକଠାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ନିରାଶ କରି ନ ଥିଲା। ଗତବର୍ଷ ମୌସୁମୀ ୧୦ /୧୨ ଦିନ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଥିଲା। ଜୁଲାଇରେ ମୌସୁମୀବେଳେ ପାଗ ଶୁଖିଲା ପଡ଼ିଥିଲେ ମଧ୍ୟ ଅଗଷ୍ଟରୁ ଅକ୍ଟୋବର ତୃତୀୟ ସପ୍ତାହ ଯାଏ ଲଗାତର ଲଘୁଚାପ ଜନିତ ବର୍ଷା ଯୋଗୁ ବର୍ଷା ଅଭାବ ଭରଣା ହୋଇଥିଲା। ଜୁନ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୨୫୦ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ୧୩୦୨ ମିଲିମିଟର ହୋଇଥିଲା। ମାଲକାନଗିରି ଓ ଝାରସୁଗୁଡ଼ା ଜିଲାରେ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ରାଜ୍ୟରେ ୧୦ଟି ଲଘୁଚାପ ସୃଷ୍ଟି ହୋଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନ୍‌ରେ ସାଧାରଣ ବୃଷ୍ଟିପାତଠାରୁ ୯.୩ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ତେବେ ଅଗଷ୍ଟରେ ୪୫.୨ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା। ଯେଉଁ ଜିଲାଗୁଡ଼ିକରେ ଜୁଲାଇରେ ନିଅଣ୍ଟିଆ ବର୍ଷା ହୋଇଥିଲା ତାହା ଅଗଷ୍ଟରେ ଭରଣା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri