Posted inରାଜ୍ୟ

ଏ ବର୍ଷ ଭଲ ବର୍ଷିବ

ଭୁବନେଶ୍ୱର, (ବ୍ୟୁରୋ)/ ନୂଆଦିଲ୍ଲୀ, ୧୪ା୪: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ପ୍ରଶାନ୍ତ ମହାସାଗରରେ ଏଲ-ନିନ୍ୟୋର ପ୍ରଭାବ ନାହିଁ। ପାଗ ଅନୁକୂଳ ରହିବ। ଓଡ଼ିଶା ସମେତ ସମଗ୍ର ଦେଶରେ ଭଲ ବର୍ଷା ହେବ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଏଭଳି ଆକଳନ କରିଛି। ଏହି ସଂସ୍ଥା କହିଛି ଯେ, ଜୁନ୍‌ରେ ଦୀର୍ଘ ସମୟ ହାରାହାରି ଅବଧି(ଏଲ୍‌ପିଏ) ୧୦୬ ପ୍ରତିଶତ ବର୍ଷା ହେବ। ଜୁଲାଇରେ ୯୭% ଏବଂ ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ ୯୯ ଏବଂ ୧୧୬ ପ୍ରତିଶତରୁ ଅଧିକ ବର୍ଷା ହୋଇପାରେ। ଗତ ଦୁଇ ବର୍ଷ ଭଳି ୨୦୨୧ରେ ମଧ୍ୟ ମୌସୁମୀ ସ୍ବାଭାବିକ ରହିବ ବୋଲି ସ୍କାଏମେଟ୍‌ର ଅଧ୍ୟକ୍ଷ ଜି.ପି. ଶର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳ ପାଇଁ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ କର୍ନାଟକ ଭଳି ରାଜ୍ୟରେ ଜୁଲାଇ ଓ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ଅନୁମାନ କରିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଶାନ୍ତ ମହାସାଗରରେ ଲା-ନିନା ରହିବ। ଏହାଦ୍ୱାରା ସମୁଦ୍ରର ଉପରିଭାଗ ଜଳ ଶୀତଳ ରହିବ। ଭାରତୀୟ ଉପମହାଦେଶ ଜଳବାୟୁ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ଫଳରେ ଏହା ମୌସୁମୀକୁ ଅଧିକ ସକ୍ରିୟ କରିବାରେ ସାହାଯ୍ୟ କରିବ ବୋଲି ସ୍କାଏମେଟ୍‌ ସିଇଓ ଯୋଗେଶ ପାଟିଲ କହିଛନ୍ତି।
ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ବର୍ଷାର ୭୫ ପ୍ରତିଶତ ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ହୋଇଥାଏ। ଚଳିତ ବର୍ଷ ଏଥିଜନିତ ଭଲ ବର୍ଷା ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୩ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ୯୬ରୁ ୧୦୪% ମଧ୍ୟରେ ହେଉଥିବା ବର୍ଷାକୁ ସ୍ବାଭାବିକ ବର୍ଷା କୁହାଯାଇଥାଏ। ଚଳିତବର୍ଷ ବର୍ଷା ୬୦ ପ୍ରତିଶତ ସ୍ବାଭାବିକ ଓ ୧୫ ପ୍ରତିଶତ ସ୍ବାଭାବିକଠାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ନିରାଶ କରି ନ ଥିଲା। ଗତବର୍ଷ ମୌସୁମୀ ୧୦ /୧୨ ଦିନ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଥିଲା। ଜୁଲାଇରେ ମୌସୁମୀବେଳେ ପାଗ ଶୁଖିଲା ପଡ଼ିଥିଲେ ମଧ୍ୟ ଅଗଷ୍ଟରୁ ଅକ୍ଟୋବର ତୃତୀୟ ସପ୍ତାହ ଯାଏ ଲଗାତର ଲଘୁଚାପ ଜନିତ ବର୍ଷା ଯୋଗୁ ବର୍ଷା ଅଭାବ ଭରଣା ହୋଇଥିଲା। ଜୁନ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୨୫୦ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ୧୩୦୨ ମିଲିମିଟର ହୋଇଥିଲା। ମାଲକାନଗିରି ଓ ଝାରସୁଗୁଡ଼ା ଜିଲାରେ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ରାଜ୍ୟରେ ୧୦ଟି ଲଘୁଚାପ ସୃଷ୍ଟି ହୋଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନ୍‌ରେ ସାଧାରଣ ବୃଷ୍ଟିପାତଠାରୁ ୯.୩ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ତେବେ ଅଗଷ୍ଟରେ ୪୫.୨ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା। ଯେଉଁ ଜିଲାଗୁଡ଼ିକରେ ଜୁଲାଇରେ ନିଅଣ୍ଟିଆ ବର୍ଷା ହୋଇଥିଲା ତାହା ଅଗଷ୍ଟରେ ଭରଣା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri