Posted inଜାତୀୟ

ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି

ବିଶାଖାପାଟନମ୍‌,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ (ଭିଜାଗ) ବାସିନ୍ଦା ଟି ଆପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ, ନିଜ ଦୁଇ ଝିଅଙ୍କୁ ହରାଇଥିଲେ। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୨ ବର୍ଷ ୧ ବର୍ଷ ଥିଲା। ଏହି ଦୁର୍ଘଟଣାର ଠିକ ଦୁଇ ବର୍ଷ ପରେ, ୧୫ ସେପ୍ଟେମ୍ବର ୨୦୨୧ରେ ଭାଗଲକ୍ଷ୍ମୀ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି।
ନ୍‌ଦୁଇ ବର୍ଷ ପୂର୍ବେ ଆଜି, ୧୫ ସେପ୍ଟେମ୍ବର ୨୦୧୯ରେ, ଗ୍ଲାସ କାରଖାନାରେ କାମ କରୁଥିବା ଟି ଆପାଲା ରାଜୁଙ୍କ ଘରେ ଦୁଃଖର ପର୍ବତ ଭାଙ୍ଗିପଡିଥିଲା। ଗୋଦାବରୀ ନଦୀରେ ଡଙ୍ଗାବୁଡି ଘଟଣାକୁ ନେଇ ୩୨ ବର୍ଷର ଆପାଲା ରାଜୁ କହିଛନ୍ତି ଯେ, ସେ ସେଦିନ ଟିକିଏ ଅଶାନ୍ତ ଅନୁଭବ କରୁଥିଲେ, ଯେଉଁଥିପାଇଁ ଦମ୍ପତି ଶେଷ ମୁହୂର୍ତ୍ତରେ ଯାତ୍ରା ବାତିଲ କରିଥିଲେ। ତେବେ ସେ ତାଙ୍କର ଦୁଇ ଝିଅ ଗୀତା ବୈଷ୍ଣବୀ (୩) ଏବଂ ଧାତ୍ରୀ ଅନନ୍ୟା (୧) ଙ୍କ ସମ୍ପର୍କୀୟଙ୍କ ସହ ଶ୍ରୀ ରାମ ମନ୍ଦିରକୁ ତୀର୍ଥଯାତ୍ରା ପାଇଁ ପଠାଇଥିଲେ। ଆପାଲା କହିଛନ୍ତି ଯେ, ତାଙ୍କ ପରିବାରର ୧୧ ଜଣ ବ୍ୟକ୍ତି ଏହି ଡଙ୍ଗାରେ ଥିଲେ, ସେଥିମଧ୍ୟରୁ କେବଳ ଜଣେ ସଦସ୍ୟ ଉଦ୍ଧାର ପାଇପାରିଥିଲେ। ଅର୍ଥାତ୍‌ ଏହି ଦୁର୍ଘଟଣାରେ ଆପାଲାଙ୍କ ପରିବାରର ୧୦ ଜଣଙ୍କ ଜୀବନ ଯାଇଥିଲା। ଏବେ ଆପାଲାଙ୍କ ଘରକୁ ଏକ ଖୁସି ଖବର ଆସିଛି। ଯେଉଁ ଦିନ ସେ ଦୁଇ ଝିଅଙ୍କୁ ହରାଇଥିଲେ ଦୁଇବର୍ଷ ପରେ ସେହି ଦିନ ଭାଗ୍ୟଲକ୍ଷ୍ମୀ ଯମଜ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହା ଭଗବାନଙ୍କ ଉପହାର ବୋଲି ଦମ୍ପତି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଲଗାତର ଦ୍ୱିତୀୟ ଦିନରେ ବିଧାୟକଙ୍କ ଇସ୍ତଫା

ଶିଲଂ,୧୩।୧: ମେଘାଳୟ ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ କେଏଚ୍‌ଏନ୍‌ଏମ୍‌ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଅସୁବିଧାର ସମ୍ମୁଖୀନ ହୋଇଛି। କେଏଚ୍‌ଏନ୍‌ଏମ୍‌ ନେତା ଆଡେଲବର୍ଟ ନୋନ୍‌ଙ୍ଗ୍ରୁମ୍‌ ବିଧାୟକ...

୧୨୨ ବର୍ଷ ପରେ ସବୁଠାରୁ ଉତ୍ତପ୍ତ ରହିଲା ଫେବୃୟାରୀ

ନୂଆଦିଲ୍ଲୀ,୧ ।୩: ଚଳିତ ବର୍ଷ ମେ’ରେ ସବୁଠାରୁ ଅଧିକ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହାର ସାମାନ୍ୟ ଝଲକ ଦେଇଛି...

ନୂଆ ମୋଟର ଯାନ ନିୟମ ଅନୁଯାୟୀ ଚାଲାଣ କାଟିବାରୁ ବଞ୍ଚାଇ ପାରିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ,୪।୯: ଚଳିତ ମାସ ଆରମ୍ଭରୁ ନୂଆ ମୋଟର ଯାନ ନିୟମ ଲାଗୁ ହୋଇଥିବା ବେଳେ ଏବେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

ବିଦେଶୀ ଗାଈ ଗୋମାତା ନୁହେଁ; ଆଣ୍ଟି: ସେମାନଙ୍କ କ୍ଷୀରରେ ପୂଜା ହେବା ଅନୁଚିତ କହିଲେ ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ

କୋଲକାତା,୫।୧୧: ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ୍‌ ଘୋଷ ଏକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି ଯେ, ବିଦେଶୀ ଗାଈ ଗୋମାତା ନୁହଁନ୍ତି।...

ବୃଦ୍ଧାଶ୍ରମରୁ ଉଦ୍ଧାର ହେଲେ ୭୩ ବରିଷ୍ଠ ନାଗରିକ

ହାଇଦ୍ରାବାଦ,୨୫।୧: ତେଲେଙ୍ଗାନା ହାଇଦ୍ରାବାଦର ନଗରାମ ଗାଁରେ ଥିବା ଏକ ବୃଦ୍ଧାଶ୍ରମରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଗୋଟିଏ ଘରେ ବନ୍ଦଥିବା ସୂଚନା ମିଳିବା...

ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ/ନୂଆଦିଲ୍ଲୀ,୧୯ା୯: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଲଣ୍ଡନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଭେଟିଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଆରମ୍ଭ...

ବିବାହ କରିବାକୁ ମନା କରିବାରୁ ଯୁବକଙ୍କ ମୁହଁରେ ଏସିଡ୍‌ ପକାଇଲେ ବିବାହିତା ମହିଳା…

ଥିରୁଭାନନ୍ତପୁରମ୍‌,୨୧।୧୧: କେରଳର ଇଡୁକ୍କି ଜିଲାର ଜଣେ ମହିଳାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଜଣେ ଯୁବକଙ୍କୁ ଏସିଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର...

ଅହଂକାର ଅଜ୍ଞାନତାଠାରୁ ଅଧିକ ଭୟଙ୍କର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍‌ଡାଉନ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବାର...

Advertisement
Archives

Model This Week