Posted inଜାତୀୟ

ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି

ବିଶାଖାପାଟନମ୍‌,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ (ଭିଜାଗ) ବାସିନ୍ଦା ଟି ଆପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ, ନିଜ ଦୁଇ ଝିଅଙ୍କୁ ହରାଇଥିଲେ। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୨ ବର୍ଷ ୧ ବର୍ଷ ଥିଲା। ଏହି ଦୁର୍ଘଟଣାର ଠିକ ଦୁଇ ବର୍ଷ ପରେ, ୧୫ ସେପ୍ଟେମ୍ବର ୨୦୨୧ରେ ଭାଗଲକ୍ଷ୍ମୀ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି।
ନ୍‌ଦୁଇ ବର୍ଷ ପୂର୍ବେ ଆଜି, ୧୫ ସେପ୍ଟେମ୍ବର ୨୦୧୯ରେ, ଗ୍ଲାସ କାରଖାନାରେ କାମ କରୁଥିବା ଟି ଆପାଲା ରାଜୁଙ୍କ ଘରେ ଦୁଃଖର ପର୍ବତ ଭାଙ୍ଗିପଡିଥିଲା। ଗୋଦାବରୀ ନଦୀରେ ଡଙ୍ଗାବୁଡି ଘଟଣାକୁ ନେଇ ୩୨ ବର୍ଷର ଆପାଲା ରାଜୁ କହିଛନ୍ତି ଯେ, ସେ ସେଦିନ ଟିକିଏ ଅଶାନ୍ତ ଅନୁଭବ କରୁଥିଲେ, ଯେଉଁଥିପାଇଁ ଦମ୍ପତି ଶେଷ ମୁହୂର୍ତ୍ତରେ ଯାତ୍ରା ବାତିଲ କରିଥିଲେ। ତେବେ ସେ ତାଙ୍କର ଦୁଇ ଝିଅ ଗୀତା ବୈଷ୍ଣବୀ (୩) ଏବଂ ଧାତ୍ରୀ ଅନନ୍ୟା (୧) ଙ୍କ ସମ୍ପର୍କୀୟଙ୍କ ସହ ଶ୍ରୀ ରାମ ମନ୍ଦିରକୁ ତୀର୍ଥଯାତ୍ରା ପାଇଁ ପଠାଇଥିଲେ। ଆପାଲା କହିଛନ୍ତି ଯେ, ତାଙ୍କ ପରିବାରର ୧୧ ଜଣ ବ୍ୟକ୍ତି ଏହି ଡଙ୍ଗାରେ ଥିଲେ, ସେଥିମଧ୍ୟରୁ କେବଳ ଜଣେ ସଦସ୍ୟ ଉଦ୍ଧାର ପାଇପାରିଥିଲେ। ଅର୍ଥାତ୍‌ ଏହି ଦୁର୍ଘଟଣାରେ ଆପାଲାଙ୍କ ପରିବାରର ୧୦ ଜଣଙ୍କ ଜୀବନ ଯାଇଥିଲା। ଏବେ ଆପାଲାଙ୍କ ଘରକୁ ଏକ ଖୁସି ଖବର ଆସିଛି। ଯେଉଁ ଦିନ ସେ ଦୁଇ ଝିଅଙ୍କୁ ହରାଇଥିଲେ ଦୁଇବର୍ଷ ପରେ ସେହି ଦିନ ଭାଗ୍ୟଲକ୍ଷ୍ମୀ ଯମଜ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହା ଭଗବାନଙ୍କ ଉପହାର ବୋଲି ଦମ୍ପତି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

IPL ୨୦୨୭ ପୂର୍ବରୁ CSKରେ ଲାଗିଲା ଜୋରଦାର ଝଟ୍‌କା: ୧୫ ବର୍ଷ ପରେ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍‌ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଏହି ଫ୍ରାଞ୍ଚାଇଜ ନିଜର କିମ୍ବଦନ୍ତୀ ବ୍ୟାଟିଂ କୋଚ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?