ପ୍ରେମିକାଙ୍କୁ ଅସଦାଚରଣ କରିବାରୁ ଗାଡ଼ି ଚାଳକଙ୍କୁ ହତ୍ୟା

ବୋରିଗୁମ୍ମା,୧୦ା୨: ଭୁବନେଶ୍ୱରରୁ ଗାଡ଼ି ଭଡ଼ାରେ ନେଇ ଚାଳକଙ୍କୁ ହତ୍ୟାକରି କାର୍‌ ନେଇ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କୁ ପୋଲିସ ଗିରଫ କରିଛି। କାର୍‌ ଭଡ଼ା ନେଇ କୋରାପୁଟ ଆସିଥିବା ପ୍ରେମୀ ଯୁଗଳ ହିଁ ସୁଧୀର ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି ବୋରିଗୁମ୍ମା ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବୁଧବାର ସୂଚନା ଦେଇଛନ୍ତି। ଗିରଫ ପରେ ପ୍ରେମୀଯୁଗଳଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏସ୍‌ପି ଗୁଣ୍ଟୁପାଲି କହିଛନ୍ତି, କୋରାପୁଟ ଜିଲାର ଗୁପ୍ତେଶ୍ୱର ଯିବାକୁ ପ୍ରେମୀ ଯୁଗଳ ଗତ ମାସ ୨୫ତାରିଖରେ କୋରାପୁଟରେ ପହଞ୍ଚତ୍ ଥିଲେ। ରାତି ୧୦ଟାରେ ସେମାନେ ଏକ ଢାବାରେ ପହଞ୍ଚିଥିଲେ । ସେଠାରେ ଗାଡ଼ି ଚାଳକ ସୁଧୀର ଓ ଅଭିଯୁକ୍ତ ପ୍ରେମୀଯୁଗଳ ମଦ୍ୟପାନ କରି ଖାଇ ଥିଲେ। ପରେ ସେମାନେ ଗୁପ୍ତେଶ୍ୱର ପରିବର୍ତ୍ତେ ବଲାଙ୍ଗୀର ଜିଲା ହରିଶଙ୍କର ଯିବାକୁ ବାହାରିଥିଲେ। କାର୍‌ ଚାଳକ ସୁଧୀର ଅତ୍ୟଧିକ ମଦ୍ୟପାନ କରିଥିବାରୁ ଅଭିଯୁକ୍ତ ହିଁ କାର୍‌ ଚଳାଇ ରାଣୀଗଡ଼ ରାସ୍ତାରେ ଆସୁଥିଲେ। ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତ୍ରଲା ନିକଟରେ ଗାଡ଼ି ରଖି ୩ ଜଣ ଶୋଇ ପଡ଼ିଥିଲେ। ଏହି ସମୟରେ ସୁଧୀର ଅଭିଯୁକ୍ତଙ୍କ ପ୍ରେମିକାଙ୍କ ଦେହରେ ବାରମ୍ବାର ହାତ ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମୀଯୁଗଳ ଗାମୁଛାରେ ସୁଧୀରଙ୍କ ବେକ ଚିପି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଛତ୍ରଲା ନିକଟରେ ସୁଧୀରଙ୍କ ମୃତଦେହ ଫିଙ୍ଗି ବୋରିଗୁମ୍ମା ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ରାଉରକେଲା ଅମରଭବନ ହୋଟେଲରେ ଥିବା ସୂଚନା ପାଇ ପୋଲିସ ସେଠାରୁ ପ୍ରେମୀଯୁଗଳଙ୍କୁ ଗିରଫ କରିଥିଲା। ପୋଲିସ ତାଙ୍କଠାରୁ କାର୍‌, ୩ଟି ମୋବାଇଲ ଫୋନ ଜବତ କରିଛି। ପ୍ରେମିକଙ୍କ ଘର ଯାଜପୁର ଟାଉନ ଥାନା ଅଞ୍ଚଳରେ ହୋଇଥିବା ବେଳେ ପ୍ରେମିକାଙ୍କ ଘର ବିଞ୍ଝାରପୁର ଅଞ୍ଚଳରେ ବୋଲି ଏସ୍‌ପି କହିଛନ୍ତି। ୩୫ ବର୍ଷୀୟ ପ୍ରେମିକ ଜଣକ ବିବାହିତ। ସେ ୨୦ ବର୍ଷୀୟା ପ୍ରେମିକାଙ୍କୁ ନେଇ ଭୁବନେଶ୍ୱର ନନ୍ଦନକାନନ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ଲିଭ୍‌ ଇନ୍‌ ରିଲେଶନରେ ରହି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୯ରୁ ଖୋଲିବ ବିରଜା ମନ୍ଦିର: ଜିଲାପାଳ

ଯାଜପୁର ଅଫିସ,୨୫ା୧୨: ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି...

ମୋବାଇଲ କୋର୍ଟରେ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୧୨ା୯: ଗତ ୨ ଦିନ ଧରି ପରିବହନ ମାଜିଷ୍ଟ୍ରେଟ ଅନୁରାଧା ଶର୍ମାଙ୍କ ମୋବାଇଲ କୋର୍ଟ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ପରିବହନ ନିୟମ...

କାର୍ଯ୍ୟକ୍ଷମ ହେଉନି ବସୁଧା ପାନୀୟ ଜଳ ବ୍ୟବସ୍ଥା

ମୋରଡ଼ା,୧୯।୪(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡିଗଁ। ପଞ୍ଚାୟତର ଫୁଲବାଡ଼ିଆ ଗ୍ରାମରେ ନିର୍ମାଣ ହୋଇଥିବା ବସୁଧା ଯୋଜନା ପାନୀୟଜଳ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉ ନ...

ଧଳତଙ୍ଗଗଡ଼କୁ ସଂରକ୍ଷିତ ଜଙ୍ଗଲ ମାନ୍ୟତା ମିଳୁନି

ଜଗତ୍‌ସିଂହପୁର ଅଫିସ,୨୧ା୩: ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ ଅରଣ୍ୟ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶାର କମ ଜଙ୍ଗଲ ଥିବା ଜିଲାଗୁଡିକ ମଧ୍ୟରେ ଜଗତ୍‌ସିଂହପୁର ରହିଛି।...

ରାଜ୍ୟର ୫୫ଟି ବ୍ଲଡ୍‌ ବ୍ୟାଙ୍କ୍‌ରେ କାର୍ଯ୍ୟକାରୀ ହେବ ନାଟ୍‌ ପଦ୍ଧତି

ଭୁବନେଶ୍ୱର,୨।୮(ଅଭିଜିତ ଦାସ): ରାଜ୍ୟରେ ରକ୍ତ ସଂକ୍ରମଣଜନିତ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ଅଧିକାଂଶ ରକ୍ତ ସଂକ୍ରମିତ ରୋଗୀ ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଥିବାବେଳେ ୨୦ରୁ ୩୦ ପ୍ରତିଶତ...

ମାଟ୍ରିକ ପରୀକ୍ଷା ଫଳ: ବରଗଡ଼ରେ ସର୍ବାଧିକ ୮୯.୩୭%, ନୂଆପଡ଼ାରେ ସର୍ବନିମ୍ନ ୬୦.୧୮% ପାସ୍‌

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬% ରହିଛି। ତେବେ...

ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଜମି ହଡ଼ପ ଅଭିଯୋଗ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ) : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା...

ଦେଶରେ ପ୍ରଭଞ୍ଜନ ଓ ବୋରା, ରାଜ୍ୟରେ ସ୍ବୟଂଶକ୍ତି ଶ୍ରେଷ୍ଠ

ଭୁବନେଶ୍ୱର,୧୪।୬(ଅନୁରାଧା ମହାରଣା): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୨୩ ୟୁଜିର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ...

Advertisement
Archives

Model This Week