Posted inଖେଳ

ଏହି କ୍ରିକେଟର୍‌ଙ୍କ ଧୈର୍ଯ୍ୟକୁ ଦେଶ କରୁଛି ସଲାମ

ନୂଆଦିଲ୍ଲୀ,୨୮।୨: କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ-ବନ୍ଧୁ-କୁଟୁମ୍ବ ଧରି ଆସେ। ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥ ପ୍ରତିପାଦିତ ହୋଇଛି। ଝିଅ ପରେ ବାପାଙ୍କୁ ହରାଇଥିବା ବିଷ୍ଣୁ ସବୁ ଭୁଲି ଦଳ ପାଇଁ ମ୍ୟାଚ୍‌ ଖେଳୁଥିବା ଦେଖି ସମଗ୍ର ଦେଶ ତାଙ୍କୁ ସଲାମ୍‌ କରୁଛି। ସୋଲାଙ୍କି ଏବେ ଭୁବନେଶ୍ୱରରେ ରଣଜୀ ଟ୍ରଫି ଖେଳୁଛନ୍ତି ଏବଂ ଚଣ୍ଡିଗଡ଼ ବିପକ୍ଷରେ ଏକ ଶତକ ହାସଲ କରିଛନ୍ତି। ତାଙ୍କର ଏହି ଶତକ ଶତକ ଅତ୍ୟନ୍ତ ସ୍ବତନ୍ତ୍ର। ସେ ଝିଅର ଅନ୍ତିମ ସଂସ୍କାର କରିବା ପରେ ଏହି ଦ୍ରୁତ ଇନିଂସ ଖେଳିଥିଲେ। ଏହି ମ୍ୟାଚ ପୂର୍ବରୁ ତାଙ୍କର ନବଜାତ ଝିଅର ମୃତ୍ୟୁ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର କରିବା ପରେ ସେ ପଡ଼ିଆକୁ ଫେରି ଏକ ଶତକ ସ୍କୋର କରିଥିଲେ, କିନ୍ତୁ ଏହି ମ୍ୟାଚ ତାଙ୍କ ପାଇଁ ଏତେ ସହଜ ନ ଥିଲା।
ଏଲିଟ ଗ୍ରୁପ ବିରେ ଚଣ୍ଡିଗଡ଼ ବିପକ୍ଷ ମ୍ୟାଚର ଶେଷ ଦିନରେ ସେ ସକାଳେ ଆଉ ଏକ ଦୁଃସମ୍ବାଦ ପାଇଥିଲେ। ମ୍ୟାଚ୍‌ର ଶେଷ ଦିନରେ ବିଷ୍ଣୁ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ଖବର ପାଇଥିଲେ। ଏହି କାରଣରୁ ସେ ଆହୁରି ଭାଙ୍ଗି ଯାଇଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ଦଳ ଛାଡି ନ ଥିଲେ। ତାଙ୍କୁ ଏହି ଖବର ଟିମ ମ୍ୟାନେଜର ଦେଇଥିଲେ। ବିଷ୍ଣୁ ଏକ ଭିଡିଓ କଲରେ ଡ୍ରେସିଂ ରୁମର ଏକ କୋଣରେ ବସି ପିତାଙ୍କ ଅନ୍ତିମ ସଂସ୍କାରକୁ ଦେଖିଥିଲେ। ରାଜ୍ୟ ୟୁନିଅନର ସଚିବ ଅଜିତ ଲେଲେ କହିଛନ୍ତି, ସୋଲାଙ୍କିଙ୍କୁ ଘରକୁ ଫେରିବା ପାଇଁ ବିକଳ୍ପ ଦିଆଯାଇଛି, କିନ୍ତୁ ସୋଲାଙ୍କି ଦଳ ସହିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସୋଲାଙ୍କିଙ୍କ ପିତା ଗତ ଦୁଇ ମାସ ଧରି ଅସୁସ୍ଥ ଥିଲେ ଏବଂ ହସ୍ପିଟାଲରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

ଆମେରିକାକୁ ଚେତାବନୀ ଦେଲା ଚାଇନା: ହର୍ମୁଜକୁ ନେଇ ହଲଚଲ

ବେଜିଂ,୧୫ା୪(ଏଜେନ୍ସି):ପାକିସ୍ତାନ ମଧ୍ୟସ୍ଥତାରେ ଇସ୍‌ଲାମାବାଦରେ ୨୧ ଘଣ୍ଟିଆ ଶାନ୍ତି ଆଲୋଚନାରୁ ନିଷ୍କର୍ଷ ନ ବାହାରିବାରୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଆମେରିକା ଓ ଇରାନ୍‌ ପୁଣି ମୁହଁାମୁହଁି ହୋଇଛନ୍ତି। ଆମେରିକୀୟ…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri