ଘଟକେଶ୍ୱର ସେଚ ପ୍ରକଳ୍ପର ବଢ଼ୁଛି ବ୍ୟୟ

ବ୍ରହ୍ମପୁର ଅଫିସ,୫।୫: ଗଞ୍ଜାମ ଜିଲାର ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ ବିଳମ୍ବରୁ ବଢ଼ୁଛି ବ୍ୟୟ ଅଟକଳ। ଏହି ଯୋଜନା ବ୍ରହ୍ମପୁର ସବ୍‌ଡିଭିଜନ ଅନ୍ତର୍ଗତ ଆଦିବାସୀ ବହୁଳ କଙ୍କିଆ-ଟାମଣା ନିକଟ ପ୍ରସିଦ୍ଧ ଶୈବପୀଠ ଘଟକେଶ୍ୱର ପାର୍ଶ୍ୱରେ ହେଉଛି। ପ୍ରକଳ୍ପ ପାଇଁ ୧୯୮୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକ ପ୍ରଥମେ ଶିଳାନ୍ୟାସ କରିଥିଲେ। ଏହାର ୩୫ ବର୍ଷ ବିତିଛି ଏବଂ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି। ଅପରପକ୍ଷରେ ଏହାର ମୂଳ ବ୍ୟୟ ଅଟକଳ ସେତେବେଳେ ୧୦ କୋଟି ଟଙ୍କା ହୋଇଥିବା ବେଳେ ଏବେ ୧୭୨ କୋଟିକୁ ବୃଦ୍ଧି ପାଇଛି। ଏପ୍ରିଲ ୨୯ରେ ମୁଖ୍ୟ ଶାସନ ସଚିିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରକଳ୍ପ ସ୍ଥଳ ପରିଦର୍ଶନ ଓ ଯୋଜନାର ସମୀକ୍ଷା ବେଳେ ବର୍ଦ୍ଧିତ ବ୍ୟୟ ଅଟକଳ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିବାରେ ଅହେତୁକ ବିଳମ୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା। ବିଜେଡି ସରକାରଙ୍କ ତୃତୀୟ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦ୍ୱିତୀୟ ଥର ଶିଳାନ୍ୟାସ କରାଯାଇଥିଲା। ତେବେ ଯୋଜନା ପାଇଁ ବିସ୍ଥାପିତ ହେବାକୁ ଥିବା ସରାକୋଟ ସମେତ ଅନ୍ୟ ଆଦିବାସୀ ଗ୍ରାମବାସୀଙ୍କ ଥଇଥାନ ଓ ଅନ୍ୟ କାର୍ଯ୍ୟ ନିମନ୍ତେ ସମସ୍ୟା ଉପୁଜିଥିଲା। ଏହାର ସମାଧାନ ପର୍ଯ୍ୟାୟକ୍ରମେ ହୋଇଛି ଏବଂ ୨୦୨୦ରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ଶାସନ ସଚିିବ ମଧ୍ୟ ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଦିଗପହଣ୍ଡି ନିର୍ବାଚନମଣ୍ଡଳୀ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ-ଟାମଣା ନିକଟ ଘଡ଼କା ନାଳ ଉପରେ ଘଟକେଶ୍ୱର ପ୍ରକଳ୍ପର ହେଡ୍‌ୱାର୍କ ବା ଡ୍ୟାମ୍‌ ନିର୍ମାଣ କରାଯାଇଛି। ଯୋଜନା ସମ୍ପୂର୍ଣ୍ଣ ହେଲେ କୁକୁଡ଼ାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକର ଅନୂ୍ୟନ ୫ ଶହ ହେକ୍ଟର ଚାଷ ଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ହେବ। ଏହାଦ୍ୱାରା ବ୍ରହ୍ମପୁର ଗୋଷାଣୀନୂଆଗଁା ଅଞ୍ଚଳର ପ୍ରାୟ ୭୫ ହଜାର ବାସିନ୍ଦାଙ୍କୁ ନିୟମିତ ପିଇବା ପାଣି ଯୋଗାଣ ହୋଇପାରିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଉଛି। ଘଟକେଶ୍ୱରକୁ ସମ୍ପୃକ୍ତ ବିଭାଗର ଘୋଡ଼ାହାଡ଼ ଡିଭିଜନ ଅନ୍ତର୍ଭୁକ୍ତ କରାଯାଇଛି। ୩ ସଚିବଙ୍କ ପରିଦର୍ଶନ ପରେ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଆଶା କରାଯାଇଛି। ପ୍ରକାଶ ଯେ, ଘଟକେଶ୍ୱର ଯୋଜନାର ପ୍ରଥମ ସମୀକ୍ଷା ବୈଠକ ୨୦୧୦ ଜୁଲାଇ ୬ରେ ବ୍ରହ୍ମପୁରରେ ତତ୍କାଳୀନ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଚନ୍ଦ୍ରଶେଖର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଭି. କେ. ପାଣ୍ଡିଆନ ଗଞ୍ଜାମ ଜିଲାପାଳ ଥିଲେ। ଖଲ୍ଲିକୋଟ, ଛତ୍ରପୁର, ଗୋପାଳପୁର ଓ ବ୍ରହ୍ମପୁର ବିଧାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ଯୋଗ ଦେଇଥିଲେ। ଯୋଜନା ନିମନ୍ତେ ବିସ୍ଥାପିତ ଗ୍ରାମବାସୀଙ୍କ ପ୍ରତିନିଧିମାନେ ଉପସ୍ଥିତ ରହି ବିଭିନ୍ନ ଦାବି ପ୍ରସ୍ତାବ ଦେଇଥିଲେ। ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବା ଏବଂ ଥଇଥାନ କଲୋନୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ୧୨ ବର୍ଷ ପରେ ଗତମାସ ଶେଷ ବେଳକୁ ପୁଣି ସରକାରୀ ପଦାଧିକାରୀ ଡ୍ୟାମ୍‌ ସ୍ଥଳ ପରିଦର୍ଶନ ଓ ସମୀକ୍ଷା କରିଛନ୍ତି। ଅପରପକ୍ଷରେ କୃଷିପ୍ରଧାନ ଏହି ଜିଲାରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ର୍ରସାରଣ କରାଯାଉନାହିଁ। ବର୍ତ୍ତମାନର ବିଜେଡି ଶାସନରେ ଗୋଟିଏ ବି ନୂଆ ମଧ୍ୟମ ପ୍ରକଳ୍ପ ହୋଇନାହିଁ। ପୂର୍ବ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିବା ବାଘୁଆ, ବାଘଲଟି ଓ ଅନ୍ୟ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ରହିଛି। ବିଭିନ୍ନ ଯୋଜନା ନାଁରେ ସଂଶୋଧିତ ବ୍ୟୟ ଅଟକଳ ବୃଦ୍ଧି ପାଇବାରେ ଲାଗିଛି। ସୋରଡ଼ା ନିକଟସ୍ଥ ପିପଳପଙ୍କା ଯୋଜନା ପ୍ରସ୍ତାବରେ ଅଟକିଯାଇଛି। କ୍ଷୁଦ୍ର ଜଳସେଚନ ଯୋଜନାଗୁଡ଼ିକର ବିକାଶ ପ୍ରତି ଆଖି ବୁଜି ଦିଆଯାଇଛି। ନିର୍ବାଚିତ ଜନପ୍ରତିିନିଧିମାନେ ଉଦ୍ୟମ କରୁନଥିବା ସଚେତନ ମହଲ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri