ବାଧୁଛି ଅନ୍‌ଲାଇନ ପଢ଼ା ଖର୍ଚ୍ଚ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ କରାଯାଇଛି। ଅଫ୍‌ଲାଇନ କ୍ଲାସ୍‌ ବଦଳରେ ଅନ୍‌ଲାଇନ କ୍ଲାସ୍‌ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଯାଉଥିବା ପିଲାମାନେ ପୁଣି ମୋବାଇଲକୁ ଭରସା କରି ପାଠ ପଢ଼ିବେ। ତେବେ ଅନ୍‌ଲାଇନ କ୍ଲାସ୍‌ କରିବାକୁ ହେଲେ ଇଣ୍ଟରନେଟ୍‌ ଅପରିହାର୍ଯ୍ୟ। କରୋନା ମହାମାରୀ ସମୟରେ ଲୋକମାନଙ୍କର ଜୀବନ ଜୀବିକା ବିପନ୍ନ ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହୋଇଛି। ଏପରି ସ୍ଥଳେ ପିଲାଙ୍କ ପାଠପଢ଼ା ବାବଦରେ ଇଣ୍ଟରନେଟ୍‌ ଖର୍ଚ୍ଚ ମଧ୍ୟ ବଢି ଚାଲିଛି। ଗୋଟିଏ ପଟେ ଇଣ୍ଟରନେଟ୍‌ ଖର୍ଚ୍ଚ ବହନ କରି ଗରିବ ଅଭିଭାବକ ଅଣନିଃଶ୍ୱାସୀ ହେଉଥିବା ବେଳେ ଦର ବଢ଼ାଇ ଟେଲିକମ୍‌ କମ୍ପାନୀ ମାଲାମାଲ ହେଉଛନ୍ତି।

କୋଭିଡ୍‌ର ଦ୍ୱିତୀୟ ଲହର ପରେ ଘରୋଇ ଟେଲିକମ୍‌ ସଂସ୍ଥାଗୁଡିକ ଫୋନ୍‌ ଓ ଇଣ୍ଟରନେଟ୍‌ ଦର ବୃଦ୍ଧି କରିଛନ୍ତି। ଏଥିଯୋଗୁ ଅନ୍‌ଲାଇନ ପାଠପଢ଼ା କ୍ଷେତ୍ରରେ ଆଉ ଏକ ସମସ୍ୟା ଉଭା ହୋଇଛି।
ରାଷ୍ଟ୍ରାୟତ୍ତ କମ୍ପାନୀ ବିଏସ୍‌ଏନ୍‌ଏଲ୍‌କୁ ବାଦ୍‌ ଦେଲେ ଅନ୍ୟ ଘରୋଇ ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନ୍‌ରେ ପ୍ରାୟ ୨୫% ଦରବୃଦ୍ଧି କରିଛନ୍ତି। ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ ସହିତ ଅନ୍ୟ ୩/୪ଟି ଘରୋଇ କମ୍ପାନୀ ସେବା ଯୋଗାଣ କରୁଛନ୍ତି। ପୂର୍ବରୁ ଏମାନଙ୍କ ଦର ବିଏସ୍‌ଏନ୍‌ଏଲ୍‌ ଦର ସହିତ ପ୍ରାୟତଃ ସମାନ ଥିଲା। ଘରୋଇ କମ୍ପାନୀଗୁଡିକର ଇଣ୍ଟରନେଟ୍‌ ଦର ବୃଦ୍ଧି ପାଇଥିବାରୁ ଗାଁ ଗହଳିର ସ୍ବଳ୍ପ ରୋଜଗାରକ୍ଷମ ଲୋକଙ୍କୁ ବର୍ଦ୍ଧିତ ଦର ବାଧୁଛି।

ଏଭଳି ସ୍ଥିତିରେ ଗାଁଠୁ ସହର ଯାଏ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ ପଢ଼ିବାପାଇଁ କେତେ ଅର୍ଥ ବିନିଯୋଗ କରିବେ ତାହା ବଡ଼ ପ୍ରଶ୍ନବାଚୀ ହୋଇଛି। କୋଭିଡ୍‌ର ଦ୍ୱିତୀୟ ଲହର ସମୟରେ ସ୍କୁଲ ବନ୍ଦ ଥିବା ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମ ୩୦% ହ୍ରାସ ହୋଇଥିଲା। ସରକାର ପିଲାମାନଙ୍କୁ ୟୁଟ୍ୟୁବ୍‌ ଜରିଆରେ ପାଠ ପଢ଼ାଇଥିଲେ। ଶିକ୍ଷକମାନେ ମଧ୍ୟ ଗୁଗଲ କ୍ଲାସ, ହ୍ବାଟ୍ସଆପ୍‌ ଜରିଆରେ ଭିଡିଓ କଲିଂ କରି ପାଠ ପଢାଇଥିଲେ।
ମୋବାଇଲ୍‌ କିମ୍ବା କମ୍ପ୍ୟୁଟରରେ ୟୁଟ୍ୟୁବ୍‌, ଭିଡିଓ କଲିଂ ଆଦି କଲେ ଅପେକ୍ଷାକୃତ ଭାବେ ଅଧିକ ଇଣ୍ଟରନେଟ୍‌ ଆବଶ୍ୟକ ହୋଇଥାଏ। ଏଥି ସହିତ ଇଣ୍ଟରନେଟ୍‌ର ବେଗ ଅଧିକ ରହିବା ଆବଶ୍ୟକ। ତେଣୁ ଲୋକମାନେ ନିଜ ପାଇଁ ଯେଉଁ ଡାଟା ଆବଶ୍ୟକ କରୁଥିଲେ ପିଲାଙ୍କ ଲାଗି ଅଧିକ ଡାଟା କିଣୁଛନ୍ତି। ଟେଲିକମ୍‌ କମ୍ପାନୀଗୁଡ଼ିକ ଯେଭଳି ଭାବେ ଦର ବୃଦ୍ଧି କରିଛନ୍ତି ତାହା ଅଭିଭାବକଙ୍କ ଉପରେ ଆର୍ଥିକ ବୋଝ ଲଦିଲାଣି। ୟୁଟ୍ୟୁବ୍‌ କିମ୍ବା ଅନ୍ୟ ଆପ୍‌ ଜରିଆରେ ସିଧାସଳଖ ପଢିବାପାଇଁ ଏବେ ଜଣେ ପିଲା ପାଇଁ ମାସକୁ ୩୦୦ ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏତିକି ପଇସାରେ ଘରୋଇ ଟେଲିକମ୍‌ କମ୍ପାନୀମାନେ ମାସକୁ ୫୦ଜିବି ଡାଟା ବି ଦେଉନାହାନ୍ତି। ମୋବାଇଲ ଖର୍ଚ୍ଚ ସହିତ ଘରୋଇ ସ୍କୁଲ ଫି’ ମଧ୍ୟ ବୋଝ ଉପରେ ନଳିତା ବିଡା ହୋଇଛି।
ବର୍ତ୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାରୁ ଆଗାମୀ ଦିନରେ ଛୋଟ ଛୋଟ ବ୍ୟବସାୟୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଘର ଚଳାଇବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ପିଲାଙ୍କୁ ବର୍ଦ୍ଧିତ ଦରରେ ଇଣ୍ଟରନେଟ୍‌ ଡାଟା ଖରିଦ କରି ଯୋଗାଇବା ଅଭିଭାବକଙ୍କ ପାଇଁ କଷ୍ଟକର ହୋଇପଡିଲାଣି।

ଏଭଳି ତିରୋଟ ସମୟରେ ପିଲାମାନେ କିଭଳି ଅଳ୍ପ ଖର୍ଚ୍ଚ କିମ୍ବା ବିନା ଖର୍ଚ୍ଚରେ ପାଠ ପଢ଼ିବେ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହେଉଛି। ରାଜଧାନୀରେ ପରିବା ବ୍ୟବସାୟ କରି ପରିବାର ଚଳାଉଥିବା ଅଭିଭାବକ ସୁଦର୍ଶନ ବେଉରା କହିଛନ୍ତି, ଅଫ୍‌ଲାଇନ ପାଠପଢ଼ା ବନ୍ଦ ହେବା ପରେ ୨ ଜଣ ପିଲାଙ୍କ ପିଛା ଇଣ୍ଟରନେଟ୍‌ ବାବଦରେ ମାସକୁ ୬୦୦ରୁ ୭୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। କରୋନା ଯୋଗୁ ବେପାର ମାନ୍ଦା ଥିବା ବେଳେ ପିଲାଙ୍କ ଖର୍ଚ୍ଚ ବଢି ଯାଉଛି। ଟେଲିଫୋନ ରିଚାର୍ଜ ଦର ବୃଦ୍ଧି ହେବା ଯୋଗୁ ଆହୁରି ସମସ୍ୟା ବଢି ଯାଇଛି। ସରକାର ଏ ଦିଗରେ କିଛି ପଦକ୍ଷେପ ନେଲେ ଗରିବ, ମଧ୍ୟବିତ୍ତ ପରିବାରର ପିଲାମାନେ ଉପକୃତ ହୋଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ତତେଇବ, ସନ୍ଧ୍ୟାରେ ଭିଜେଇବ

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିଚାଲିଛି। କେତେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ଉପରେ ଓ ଆଉ କେତେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଦିନରେ...

୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ: ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘ପେନ୍‌ସନ’ ଓ ‘ପାଇକ ବିଦ୍ରୋହ’

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଉତ୍କଳ ମଣ୍ଡପରେ ୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ-୨୦୧୮ ଅନୁଷ୍ଠିତ ହୋଇଯାଇଛି।...

ବନ୍ଧା ହେଲେ ନକଲି ଡାକ୍ତରଙ୍କ ଭଉଣୀ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ନକଲି ଡାକ୍ତର ରମେଶ ସ୍ବାଇଁଙ୍କର ଗୁମର...

ନିର୍ମଳ ମିଶ୍ର ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌  ଅଫିସର ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ସୋମବାର ଏ ନେଇ ବିଜ୍ଞପ୍ତି...

ସାରଙ୍ଗଡ଼ରୁ ବଣ୍ଡଗୁଡ଼ାକୁ ମୃତଦେହ ବୁହାଯିବା ଘଟଣା: ନର୍ସ, ଆଟେଣ୍ଡାଣ୍ଟ ନିଲମ୍ବିତ

ଫୁଲବାଣୀ ଅଫିସ,୩।୭-ଫୁଲବାଣୀ ଜିଲା କ.ନୂଆଗଁା ବ୍ଲକ ସାରଙ୍ଗଗଡ ଚିକିସତ୍ାଳୟରୁ ପୁଣି ଜଣେ ବ୍ୟକ୍ତିଙ୍କ ମୃତଦେହ ବୋହି ନେବା ଘଟଣାରେ ମଙ୍ଗଳବାର ଜିଲା ଚିକିତ୍ସାଧିକାରୀ ସମୀର କୁମାର...

ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ : ରାଉଣ୍ଡ ‘ଟିକ୍‌ଟାକ୍‌ଟୋ’ରେ ବାଜିମାରିଲା ୟୁନିଟ୍‌-୮ ଡିଏଭି

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେ ଦ୍ୱିତୀୟ ରାଉଣ୍ଡ ତଥା ରାଉଣ୍ଡ୍‌ ‘ଟିକ୍‌ଟାକ୍‌ଟୋ’ରେ ବାଜି ମାରିଛି ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌। ସର୍ବାଧିକ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଇଛି ଅସନ୍ତୋଷ

କେନ୍ଦ୍ରାପଡା ଅଫିସ,୩ା୬: ୨୦୧୯ ପୂର୍ବ ସମସ୍ତ ଗାଡିର ନମ୍ବର ପ୍ଲେଟ ବଦଳିବ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ।...

ମହାପ୍ରଭୁଙ୍କ କାମ ହିଁ ମୋ ପାଇଁ ବିଭୂତି – ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର

ମହାପ୍ରଭୁଙ୍କର ନୀଳଚକ୍ରରେ ଉଠୁଥିବା ପତିତପାବନ ବାନା ବର୍ଷ ସାରା ତିଆରି ହୁଏ ଆଉ ବନ୍ଧା ମଧ୍ୟ ହୋଇଥାଏ। କେତେଜଣ ଭକ୍ତ ନିଜର ମାନସିକ ପୂରଣ ପାଇଁ...

Advertisement
Archives

Model This Week