ବାଧୁଛି ଅନ୍‌ଲାଇନ ପଢ଼ା ଖର୍ଚ୍ଚ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ କରାଯାଇଛି। ଅଫ୍‌ଲାଇନ କ୍ଲାସ୍‌ ବଦଳରେ ଅନ୍‌ଲାଇନ କ୍ଲାସ୍‌ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଯାଉଥିବା ପିଲାମାନେ ପୁଣି ମୋବାଇଲକୁ ଭରସା କରି ପାଠ ପଢ଼ିବେ। ତେବେ ଅନ୍‌ଲାଇନ କ୍ଲାସ୍‌ କରିବାକୁ ହେଲେ ଇଣ୍ଟରନେଟ୍‌ ଅପରିହାର୍ଯ୍ୟ। କରୋନା ମହାମାରୀ ସମୟରେ ଲୋକମାନଙ୍କର ଜୀବନ ଜୀବିକା ବିପନ୍ନ ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହୋଇଛି। ଏପରି ସ୍ଥଳେ ପିଲାଙ୍କ ପାଠପଢ଼ା ବାବଦରେ ଇଣ୍ଟରନେଟ୍‌ ଖର୍ଚ୍ଚ ମଧ୍ୟ ବଢି ଚାଲିଛି। ଗୋଟିଏ ପଟେ ଇଣ୍ଟରନେଟ୍‌ ଖର୍ଚ୍ଚ ବହନ କରି ଗରିବ ଅଭିଭାବକ ଅଣନିଃଶ୍ୱାସୀ ହେଉଥିବା ବେଳେ ଦର ବଢ଼ାଇ ଟେଲିକମ୍‌ କମ୍ପାନୀ ମାଲାମାଲ ହେଉଛନ୍ତି।

କୋଭିଡ୍‌ର ଦ୍ୱିତୀୟ ଲହର ପରେ ଘରୋଇ ଟେଲିକମ୍‌ ସଂସ୍ଥାଗୁଡିକ ଫୋନ୍‌ ଓ ଇଣ୍ଟରନେଟ୍‌ ଦର ବୃଦ୍ଧି କରିଛନ୍ତି। ଏଥିଯୋଗୁ ଅନ୍‌ଲାଇନ ପାଠପଢ଼ା କ୍ଷେତ୍ରରେ ଆଉ ଏକ ସମସ୍ୟା ଉଭା ହୋଇଛି।
ରାଷ୍ଟ୍ରାୟତ୍ତ କମ୍ପାନୀ ବିଏସ୍‌ଏନ୍‌ଏଲ୍‌କୁ ବାଦ୍‌ ଦେଲେ ଅନ୍ୟ ଘରୋଇ ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନ୍‌ରେ ପ୍ରାୟ ୨୫% ଦରବୃଦ୍ଧି କରିଛନ୍ତି। ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ ସହିତ ଅନ୍ୟ ୩/୪ଟି ଘରୋଇ କମ୍ପାନୀ ସେବା ଯୋଗାଣ କରୁଛନ୍ତି। ପୂର୍ବରୁ ଏମାନଙ୍କ ଦର ବିଏସ୍‌ଏନ୍‌ଏଲ୍‌ ଦର ସହିତ ପ୍ରାୟତଃ ସମାନ ଥିଲା। ଘରୋଇ କମ୍ପାନୀଗୁଡିକର ଇଣ୍ଟରନେଟ୍‌ ଦର ବୃଦ୍ଧି ପାଇଥିବାରୁ ଗାଁ ଗହଳିର ସ୍ବଳ୍ପ ରୋଜଗାରକ୍ଷମ ଲୋକଙ୍କୁ ବର୍ଦ୍ଧିତ ଦର ବାଧୁଛି।

ଏଭଳି ସ୍ଥିତିରେ ଗାଁଠୁ ସହର ଯାଏ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ ପଢ଼ିବାପାଇଁ କେତେ ଅର୍ଥ ବିନିଯୋଗ କରିବେ ତାହା ବଡ଼ ପ୍ରଶ୍ନବାଚୀ ହୋଇଛି। କୋଭିଡ୍‌ର ଦ୍ୱିତୀୟ ଲହର ସମୟରେ ସ୍କୁଲ ବନ୍ଦ ଥିବା ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମ ୩୦% ହ୍ରାସ ହୋଇଥିଲା। ସରକାର ପିଲାମାନଙ୍କୁ ୟୁଟ୍ୟୁବ୍‌ ଜରିଆରେ ପାଠ ପଢ଼ାଇଥିଲେ। ଶିକ୍ଷକମାନେ ମଧ୍ୟ ଗୁଗଲ କ୍ଲାସ, ହ୍ବାଟ୍ସଆପ୍‌ ଜରିଆରେ ଭିଡିଓ କଲିଂ କରି ପାଠ ପଢାଇଥିଲେ।
ମୋବାଇଲ୍‌ କିମ୍ବା କମ୍ପ୍ୟୁଟରରେ ୟୁଟ୍ୟୁବ୍‌, ଭିଡିଓ କଲିଂ ଆଦି କଲେ ଅପେକ୍ଷାକୃତ ଭାବେ ଅଧିକ ଇଣ୍ଟରନେଟ୍‌ ଆବଶ୍ୟକ ହୋଇଥାଏ। ଏଥି ସହିତ ଇଣ୍ଟରନେଟ୍‌ର ବେଗ ଅଧିକ ରହିବା ଆବଶ୍ୟକ। ତେଣୁ ଲୋକମାନେ ନିଜ ପାଇଁ ଯେଉଁ ଡାଟା ଆବଶ୍ୟକ କରୁଥିଲେ ପିଲାଙ୍କ ଲାଗି ଅଧିକ ଡାଟା କିଣୁଛନ୍ତି। ଟେଲିକମ୍‌ କମ୍ପାନୀଗୁଡ଼ିକ ଯେଭଳି ଭାବେ ଦର ବୃଦ୍ଧି କରିଛନ୍ତି ତାହା ଅଭିଭାବକଙ୍କ ଉପରେ ଆର୍ଥିକ ବୋଝ ଲଦିଲାଣି। ୟୁଟ୍ୟୁବ୍‌ କିମ୍ବା ଅନ୍ୟ ଆପ୍‌ ଜରିଆରେ ସିଧାସଳଖ ପଢିବାପାଇଁ ଏବେ ଜଣେ ପିଲା ପାଇଁ ମାସକୁ ୩୦୦ ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏତିକି ପଇସାରେ ଘରୋଇ ଟେଲିକମ୍‌ କମ୍ପାନୀମାନେ ମାସକୁ ୫୦ଜିବି ଡାଟା ବି ଦେଉନାହାନ୍ତି। ମୋବାଇଲ ଖର୍ଚ୍ଚ ସହିତ ଘରୋଇ ସ୍କୁଲ ଫି’ ମଧ୍ୟ ବୋଝ ଉପରେ ନଳିତା ବିଡା ହୋଇଛି।
ବର୍ତ୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାରୁ ଆଗାମୀ ଦିନରେ ଛୋଟ ଛୋଟ ବ୍ୟବସାୟୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଘର ଚଳାଇବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ପିଲାଙ୍କୁ ବର୍ଦ୍ଧିତ ଦରରେ ଇଣ୍ଟରନେଟ୍‌ ଡାଟା ଖରିଦ କରି ଯୋଗାଇବା ଅଭିଭାବକଙ୍କ ପାଇଁ କଷ୍ଟକର ହୋଇପଡିଲାଣି।

ଏଭଳି ତିରୋଟ ସମୟରେ ପିଲାମାନେ କିଭଳି ଅଳ୍ପ ଖର୍ଚ୍ଚ କିମ୍ବା ବିନା ଖର୍ଚ୍ଚରେ ପାଠ ପଢ଼ିବେ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହେଉଛି। ରାଜଧାନୀରେ ପରିବା ବ୍ୟବସାୟ କରି ପରିବାର ଚଳାଉଥିବା ଅଭିଭାବକ ସୁଦର୍ଶନ ବେଉରା କହିଛନ୍ତି, ଅଫ୍‌ଲାଇନ ପାଠପଢ଼ା ବନ୍ଦ ହେବା ପରେ ୨ ଜଣ ପିଲାଙ୍କ ପିଛା ଇଣ୍ଟରନେଟ୍‌ ବାବଦରେ ମାସକୁ ୬୦୦ରୁ ୭୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। କରୋନା ଯୋଗୁ ବେପାର ମାନ୍ଦା ଥିବା ବେଳେ ପିଲାଙ୍କ ଖର୍ଚ୍ଚ ବଢି ଯାଉଛି। ଟେଲିଫୋନ ରିଚାର୍ଜ ଦର ବୃଦ୍ଧି ହେବା ଯୋଗୁ ଆହୁରି ସମସ୍ୟା ବଢି ଯାଇଛି। ସରକାର ଏ ଦିଗରେ କିଛି ପଦକ୍ଷେପ ନେଲେ ଗରିବ, ମଧ୍ୟବିତ୍ତ ପରିବାରର ପିଲାମାନେ ଉପକୃତ ହୋଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?