ଖର୍ଚ୍ଚ ହେଉଛି, ଦୁର୍ଘଟଣା କମୁନି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ଲାଗି ବିଭିନ୍ନ ସମୟରେ ସରକାର ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକ କିଛି କାମ ଦେଉନାହିଁ। ସରକାର ପ୍ରସ୍ତୁତ କରୁଥିବା ଯୋଜନାଗୁଡ଼ିକ କେବଳ କାଗଜ କଲମରେ ସୀମିତ ରହିଯାଉଛି। ଏଥିପାଇଁ ଗୃହ, ସ୍ବାସ୍ଥ୍ୟ ଏବଂ ପରିବହନ ବିଭାଗ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ମୂଳ ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ। ଏପରି କି ଏଥିପାଇଁ ମୋଟ କେତେ ଟଙ୍କା ଏହି ୩ ବିଭାଗ ଖର୍ଚ୍ଚ କରୁଛନ୍ତି, ତା’ର ମଧ୍ୟ ଠିକ୍‌ ହିସାବ ସରକାରଙ୍କ ପାଖରେ ରହୁ ନ ଥିବା ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୦୧୯ ଅଗଷ୍ଟରେ ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବାର ୪ ମାସ ଅର୍ଥାତ୍‌ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବରରେ ୨୦ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଥିଲା। କାରଣ ଏହି ସମୟରେ ଲୋକମାନେ ଜରିମାନା ଆଦାୟକୁ ଦେଖି ଡରି ଯାଇଥିଲେ। ହେଲେ ଏହା ପରଠାରୁ ରାଜ୍ୟରେ ପୂର୍ବାପେକ୍ଷା ଦୁର୍ଘଟଣା ବଢ଼ିବାରେ ଲାଗିଛି।
ତଥ୍ୟ ଅନୁଯାୟୀ ୨୦୨୦ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨,୭୫୮ ଥିଲା। ୨୦୨୧ରେ ଏହି ସମୟ ମଧ୍ୟରେ ଏହା ୩,୩୧୯ରେ ପହଞ୍ଚତ୍ଛି। ଅର୍ଥାତ୍‌ ଗତବର୍ଷ ଅପେକ୍ଷା ଏବର୍ଷ ସମାନ ସମୟରେ ୫୬୧ ଅଧିକ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିିଛନ୍ତି। ଯାହା ୨୦୨୦ ତୁଳନାରେ ୨୦.୩୪% ଅଧିକ। କେନ୍ଦୁଝର ଜିଲାରେ ଗତବର୍ଷ ଦୁର୍ଘଟଣାରେ ୨୦୭ଜଣ ଆଖିବୁଜିଥିବା ବେଳେ ଏବର୍ଷ ସେଠାରେ ସଂଖ୍ୟା ବଢି ୨୨୧ରେ ପହଞ୍ଚିଛି। ସେହିପରି ଗଞ୍ଜାମ, ମୟୂରଭଞ୍ଜ ଏବଂ ଯାଜପୁର ଜିଲାରେ ମଧ୍ୟ ଗତବର୍ଷ ଅପେକ୍ଷା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ସମାନଭାବେ ପ୍ରତ୍ୟେକ ଜିଲାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିଥିବା ଲକ୍ଷ୍ୟ କରାଯାଇଛି। ଏତେସବୁ ସତ୍ତ୍ୱେ ସରକାର ପାଳନ କରୁଥିବା ସଡ଼କ ସୁରକ୍ଷା ଅଭିଯାନ ବିଫଳ ବୋଲି ବିଭାଗୀୟ ଅଧିକାରୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି।
ସୂଚନା ମୁତାବକ, ସରକାରଙ୍କ ପାଖରେ ରାଜ୍ୟରେ ଯେତିକି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରହିବା କଥା ସେହି ପରିମାଣରେ ନାହାନ୍ତି। ଯେଉଁଥିଲାଗି ଭୁବନେଶ୍ୱର ଏବଂ କଟକକୁ ଛାଡ଼ିଦେଲେ ଆଉ କେଉଁଠି ନୂଆ ମୋଟର ଯାନ ଆଇନକୁ ଠିକ୍‌ରେ ପାଳନ କରାଯାଉନାହିଁ। କେବଳ ରାଜଧାନୀ ଭିତରେ ହେଲ୍‌ମେଟ୍‌ ଚେକିଂ ଆଦି କରି ସରକାର ଚୁପ୍‌ ବସୁଛନ୍ତି। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇ ୪୨ପ୍ରତିଶତ ଲୋକଙ୍କ ଜୀବନ ଯାଉଛି। ଆଇଏସ୍‌ଆଇ ଲୋଗୋଯୁକ୍ତ ହେଲ୍‌ମେଟ୍‌ ମଧ୍ୟ ଲୋକମାନେ ବ୍ୟବହାର କରୁନାହାନ୍ତି। ଅନ୍ୟ ଜିଲାରେ ଲାଗୁ କରିବା ଲାଗି ଆବଶ୍ୟକ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ନାହାନ୍ତି। ବାରମ୍ବାର ସଡ଼କ ଦୁର୍ଘଟଣା ନେଇ ଜିଲାପାଳ ଏବଂ ଏସ୍‌ପିମାନଙ୍କ ସହ ବୈଠକ କରିଦେଇ ଆଲୋଚନାରେ ସବୁକିଛି ବନ୍ଦ ହୋଇଯାଉଛି। ଆର୍‌ଟିଓ ଅଫିସ୍‌ଗୁଡିକରେ ଜଣେ ଟ୍ରାଫିକ ଇନ୍ସପେକ୍ଟର(ଟିଆଇ) ଏବଂ ତାଙ୍କ ସହ ୩ରୁ ୪ ଜଣ କନଷ୍ଟେବଳ ରହୁଛନ୍ତି। ଏତେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଆର୍‌ଟିଓ ପକ୍ଷରୁ ମଧ୍ୟ କାମ କରିବା ସହଜ ନୁହେଁ ବୋଲି ବିଭାଗୀୟ ଅଧିକାରୀ ମତ ଦେଉଛନ୍ତି। ସେହିପରି ଦ୍ରୁତ ଗାଡ଼ି ଚାଳନା ଯୋଗୁ ୭୦ ପ୍ରତିଶତ ଲୋକଙ୍କ ଦୁର୍ଘଟଣାରେ ଜୀବନ ଯାଉଛି। ଦ୍ରୁତ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାରଙ୍କ ଯାହା ବ୍ୟବସ୍ଥା ରହିଛି ତାହା ସମୁଦ୍ରକୁ ଶଙ୍ଖେ। ୩୦ ଜିଲା ଲାଗି ମାତ୍ର ୩୫ଟି ଇଣ୍ଟରସେପ୍ଟର୍‌ ଗାଡି ଦ୍ରୁତ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ପାଇଁ ରହିଛି। ଏହାଦ୍ୱାରା ଦ୍ରୁତ ଗାଡି ଚାଳନାକୁ ସରକାର କିଭଳି ରୋକିପାରିବେ। ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ୪୮ ଘଣ୍ଟା (ଗୋଲ୍‌ଡେନ ଆଓ୍ବାର୍‌) ଭିତରେ ଠିକ୍‌ ଚିକିତ୍ସା ମିଳିପାରିଲେ ସେଠାରେ ଜୀବନ ବଞ୍ଚିଯିବାର ଆଶା ରହିଥାଏ। ହେଲେ ରାଜ୍ୟରେ ଆବଶ୍ୟକ ଟ୍ରମା କେୟାର ସେଣ୍ଟର ସରକାର କରିବାରେ ଫେଲ୍‌ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ୨୭ଟି ଟ୍ରମା କେୟାର ସେଣ୍ଟରକୁ ଉନ୍ନତ କରିବା ଲାଗି ୨୦୧୮ ଜୁନ୍‌ ୧୦ରେ ଚିଠି ନଂ. ୨୬୩୦୧ରେ ଉଲ୍ଲେଖ କରାଯାଇଥିଲା। ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ବଜେଟ୍‌ ମଧ୍ୟ କରାଯାଇଥିଲା। ଉକ୍ତ ୨୭ ଟ୍ରମା କେୟାର ସେଣ୍ଟର ୩ ବର୍ଷ ମଧ୍ୟରେ ପିପିପି ମୋଡ୍‌ରେ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ସମୟସୀମା ପାର ହୋଇସାରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ମାତ୍ର ୯ଟି ଟ୍ରମା କେୟାର ସେଣ୍ଟର ରାଜ୍ୟରେ କାର୍ଯ୍ୟକାରୀ କରିପାରିଛନ୍ତି। ଏନେଇ ଅତିରିକ୍ତ ଡିଏମ୍‌ଇଟି ଉମାକାନ୍ତ ଶତପଥୀ କହିଛନ୍ତି, ରାଜ୍ୟର ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ରହିଛି। ହେଲେ ସେଗୁଡିକୁ ଉନ୍ନତଧରଣର କରିବା ଲାଗି ପ୍ରକ୍ରିୟା ଚାଲିଛି। ଅଧିକ ଆଲୋଚନା ପରବର୍ତ୍ତୀ ସମୟରେ କରିବେ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟରେ ପ୍ରତିବର୍ଷ ଅଧିକରୁ ଅଧିକ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ହେବାରେ ଲାଗିଛି। ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମୋଟ୍‌ ୧,୩୪୩ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ହୋଇଛି। ୨୦୧୬ରେ ୨୮୬, ୨୦୧୭ରେ ୪୩୫, ୨୦୧୮ରେ ୨୭୫ ଏବଂ ୨୦୧୯ରେ ୩୪୭ଟି ବ୍ଲାକ୍‌ସ୍ପଟ୍‌ ରାଜ୍ୟରେ ଚିହ୍ନଟ ହୋଇଛି। ୨୦୨୦ ଏବଂ ୨୦୨୧ ମଧ୍ୟରେ କେତୋଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ହୋଇଛି ସେ ତଥ୍ୟ ଏ ପର୍ଯ୍ୟନ୍ତ ସରକାରଙ୍କ ପାଖରେ ପହଞ୍ଚିପାରି ନାହିଁ। ୫୦୦ ମିଟର ମଧ୍ୟରେ ଯଦି ୩ବର୍ଷରେ ୫ ଦୁର୍ଘଟଣା କିମ୍ବା ୧୦ ଦୁର୍ଘଟଣାଜନିତ ମୃତ୍ୟୁ ଘଟିବ ତେବେ ଉକ୍ତ ସ୍ଥାନକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ହେଉଥିବା ସ୍ଥାନରେ ଆଗକୁ ଯେପରି ଦୁର୍ଘଟଣା ନ ଘଟିବା ତା’ର ବ୍ୟବସ୍ଥା ଲାଗି ଯେଉଁ ଅର୍ଥ ଖର୍ଚ୍ଚ କରାଯାଉଛି ତାହା କେତେ ସେନେଇ ସରକାରଙ୍କ ନିକଟରେ କିଛି ତଥ୍ୟ ରହୁନାହିଁ। ବିଭିନ୍ନ ରାଜ୍ୟରେ ବଢୁଥିବା ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାକୁ ଦେଖି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହେବା ପରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ରାଜ୍ୟ ଉପରେ ନଜର ରଖିଲେ। ଏହାପରେ ଓଡ଼ିଶା ସରକାର ଉକ୍ତ କମିଟିକୁ ଦେଖାଇବା ଲାଗି କାଗଜପତ୍ର ଏବଂ ଖବର ପ୍ରସାରଣ କ୍ଷେତ୍ରରେ ଯେତିକି ଗୁରୁତ୍ୱ ଦେଲେ, ସେହି ଅନୁଯାୟୀ ଏହାକୁ କମାଇବା ଦିଗରେ ବାସ୍ତବିକ କ୍ଷେତ୍ରରେ କାମ କଲେନାହିଁ। ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ବର୍ଷକୁ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଏବଂ ଗୃହ ବିଭାଗ ପକ୍ଷରୁ ମଧ୍ୟ ବହୁ ଅର୍ଥ ଖର୍ଚ୍ଚ ହେଉଛି। ଓଡ଼ିଶାକୁ ମିଶାଇ ଦେଶର ୧୪ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୮୫ପ୍ରତିଶତ ରହିଛି। ଏହି ରାଜ୍ୟଗୁଡିକ ଲାଗି କେନ୍ଦ୍ର ସରକାର ୬ ବର୍ଷକୁ ୭,୨୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିବାବେଳେ ଓଡ଼ିଶାକୁ କେବଳ ୩୨୩କୋଟି ମିଳିବ। ଏହି ଅର୍ଥ ରାଶି ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ପ୍ରଦାନ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri