ଠିକା କର୍ମଚାରୀ ଏବେ ‘ଇନିସିଆଲ୍‌ ଆପଏଣ୍ଟିଜ୍‌’

ରାଜ୍ୟ କ୍ୟାବିନେଟ୍‌ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ୧୭ଟି ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଠିକା କର୍ମଚାରୀଙ୍କୁ ‘ଇନିସିଆଲ୍‌ ଆପଏଣ୍ଟିଜ୍‌’ ଭାବେ ଗ୍ରହଣ କରାଯିବା ସହ ପ୍ରଥମ ବର୍ଷରୁ ସେମାନଙ୍କୁ ଅତିରିକ୍ତ ୫୦% ଦରମା ଦେବାକୁ ନିଷ୍ପତ୍ତି ନିଆଯାଇଛି। ନ୍ୟାଶନାଲ ପେନସନ ସ୍କିମ୍‌ (ଏନ୍‌ପିଏସ୍‌)ରେ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ପୂର୍ବରୁ ଦେଉଥିବା ୧୦% ଅନୁଦାନ ୧୪%କୁ ବୃଦ୍ଧି କରାଯାଇଛି।

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ଏଣିକି ସରକାରୀ କ୍ଷେତ୍ରରେ ପ୍ରାରମ୍ଭିକ ନିଯୁକ୍ତ ବା ଇନିସିଆଲ୍‌ ଆପଏଣ୍ଟିଜ୍‌ ଭାବେ ବିବେଚନା କରାଯିବ। ସେମାନଙ୍କୁ ଆଉ ଠିକା କର୍ମଚାରୀ କୁହାଯିବ ନାହିଁ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାଛଡ଼ା କର୍ମଚାରୀମାନଙ୍କୁ ମିଳୁଥିବା ଦରମାରୁ ନିଯୁକ୍ତିର ପ୍ରଥମ ବର୍ଷରୁ ୫୦% ଅଧିକ ଦରମା ପ୍ରଦାନ କରାଯିବ। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୬ ବର୍ଷ ପରେ ସେମାନଙ୍କର ଚାକିରି ନିୟମିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ୨୫୦ କୋଟି ଟଙ୍କା ଅଧିକ ବ୍ୟୟ ଭାର ବହନ କରିବାକୁ ପଡ଼ିବ। ଏହାଛଡ଼ା ପୂର୍ବରୁ ଠିକା କର୍ମଚାରୀମାନଙ୍କୁ ପୂର୍ବରୁ ଚିକିତ୍ସା ଖର୍ଚ୍ଚ ମିଳୁ ନ ଥିଲା। ଏଣିକି ସେମାନଙ୍କୁ ରାଜ୍ୟ ସରକାର ମେଡିକାଲ ଖର୍ଚ୍ଚ ପ୍ରଦାନ କରିବେ। ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

୪ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୧୨୮୦ କୋଟି

ପ୍ରତ୍ୟେକ ଗାଁକୁ ପାଇପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ବଦ୍ଧପରିକର। ଏହି କ୍ରମରେ ରାଜ୍ୟ ସରକାର ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଏବଂ ବୌଦ୍ଧ ଜିଲାର ୧୨ ଲକ୍ଷ ଲୋକଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ପିଇବା ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୧୨୮୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ରାୟଗଡ଼ା ଜିଲାର ରାୟଗଡ଼ା, କାଶୀପୁର ବ୍ଲକ ସମେତ ବୌଦ୍ଧ ଜିଲା ଏବଂ କନ୍ଧମାଳ, ହରଭଙ୍ଗା, ଫିରିଙ୍ଗିଆ, ଚକାପାଦ, ଖଜୁରିପଡା, ଜି ଉଦୟଗିରି ଏବଂ କେ ନୂଆଗାଁ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଚୂଡ଼ାନ୍ତ ହୋଇଥିବା ୩ଟି ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି।

 

ଏନ୍‌ପିଏସ୍‌ ଅବଦାନ ୧୪%କୁ ବଢ଼ିଲା
ଜାତୀୟ ପେନ୍‌ସନ ଯୋଜନା (ଏନ୍‌ପିଏସ୍‌) ଅଧୀନରେ ଥିବା କର୍ମଚାରୀଙ୍କ ମାସିକ ଅବଦାନ (କଣ୍ଟ୍ରିବ୍ୟୁଶନ)କୁ ରାଜ୍ୟ ସରକାର ୧୦%ରୁ ୧୪%କୁ ବୃଦ୍ଧି କରିଛନ୍ତି। ଏହା ପିଛିଲା ଭାବେ ୨୦୧୯ ଏପ୍ରିଲ ପହିଲାରୁ ଲାଗୁ ହେବ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୩୮୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ସେହିପରି ୨୦୧୯ରୁ ବକେୟା ବାବଦରେ ରାଜ୍ୟ ସରକାର ୭୭୨ କୋଟି ଟଙ୍କା ଜମା କରିବେ। ଏଥିରେ ପ୍ରାୟ ୨ ଲକ୍ଷ ୮ ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ଏହାଦ୍ୱାରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ ମଧ୍ୟରେ ତାରତମ୍ୟ ରହିବ ନାହିଁ। ଏହି ସ୍କିମ୍‌ ଗ୍ରୁପ୍‌ ସି ଓ ଡି ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଠିକା କର୍ମଚାରୀ ଏବଂ ସମସ୍ତ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହାଛଡ଼ା ରାଜ୍ୟ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ପାରିବାରିକ (ଫ୍ୟାମିଲି) ପେନ୍‌ସନ ଦେବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ନିର୍ଯାତନା: ଉଲଗ୍ନ କରି ରଡ୍‌ରେ ପିଟି ନଚାଉଥିଲେ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୯।୮(ଡି.ଏନ୍‌.ଏ.): ଦୁଇ ବ୍ୟବସାୟୀଙ୍କୁ ଦୁଇଦିନ ମୁଣ୍ଡଜାମିନ ରଖି ଅକଥନୀୟ ନିର୍ଯାତନା ଦେଲେ। ଉଲଗ୍ନ କଲି ଲୁହା ରଡରେ ବାଡେଇବା ସହ ନାଚିବା ପାଇଁ...

ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ରଘୁନାଥପୁର,୫ା୨(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ତରିକୁନ୍ଦ, ଜୟଶୋଳ ଓ ବରାଗୋଳ ପଞ୍ଚାୟତରେ ଦୀର୍ଘଦିନ ଧରି ରାସ୍ତାଘାଟ, ପାନୀୟଜଳ ଓ ଜନକଲ୍ୟାଣମୂଳକ ଯୋଜନାଗୁଡିକ ଠିକ୍‌ ଭାବେ...

ଘୋଷଣାରେ ରହିଯିବ ‘ଗାନ୍ଧୀ ସର୍କିଟ’

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଚଳିତବର୍ଷ କେବଳ ପାଳନରେ ସୀମିତ ରହିଯିବ ସରକାରଙ୍କ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ମହାସମାରୋହର ସହ ଆୟୋଜନ କରିବାକୁ...

ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ,୬ା୧୧(ଡ଼ି.ଏନ.ଏ): ସରକାରଙ୍କ ୫ଟି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ଓ...

ସାନଭାଇକୁ ମାରିବାକୁ ଦେଇଥିଲେ ଲକ୍ଷେ ଟଙ୍କାର ସୁପାରି

ବଲାଙ୍ଗୀର ଅଫିସ,୨୦ା୮: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗତ ୧୬ ତାରିଖ ସକାଳେ ଘଟିଥିବା ଅଜୁ ଦୋରା (୨୫) ହତ୍ୟା ଘଟଣାର ରହସ୍ୟ...

ଦସ୍ତାବିଜ ଦେବ ନାଗରିକତ୍ୱର ପ୍ରମାଣ

ଭୁବନେଶ୍ୱର, ୫।୯ (ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶ ପାଇଛି। ଏଥିରେ...

କୃଷି ଉପକରଣ ସବ୍‌ସିଡି ଆତ୍ମସାତ୍‌

କେନ୍ଦ୍ରାପଡ଼ା ଅଫିସ,୨୩ା୫: ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଚାଷୀଙ୍କୁ ରିହାତି ଦରରେ ପମ୍ପସେଟ୍‌, ସ୍ପ୍ରେୟରଠାରୁ...

ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...

Advertisement
Archives

Model This Week