ଠିକା କର୍ମଚାରୀ ଏବେ ‘ଇନିସିଆଲ୍‌ ଆପଏଣ୍ଟିଜ୍‌’

ରାଜ୍ୟ କ୍ୟାବିନେଟ୍‌ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ୧୭ଟି ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଠିକା କର୍ମଚାରୀଙ୍କୁ ‘ଇନିସିଆଲ୍‌ ଆପଏଣ୍ଟିଜ୍‌’ ଭାବେ ଗ୍ରହଣ କରାଯିବା ସହ ପ୍ରଥମ ବର୍ଷରୁ ସେମାନଙ୍କୁ ଅତିରିକ୍ତ ୫୦% ଦରମା ଦେବାକୁ ନିଷ୍ପତ୍ତି ନିଆଯାଇଛି। ନ୍ୟାଶନାଲ ପେନସନ ସ୍କିମ୍‌ (ଏନ୍‌ପିଏସ୍‌)ରେ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ପୂର୍ବରୁ ଦେଉଥିବା ୧୦% ଅନୁଦାନ ୧୪%କୁ ବୃଦ୍ଧି କରାଯାଇଛି।

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ଏଣିକି ସରକାରୀ କ୍ଷେତ୍ରରେ ପ୍ରାରମ୍ଭିକ ନିଯୁକ୍ତ ବା ଇନିସିଆଲ୍‌ ଆପଏଣ୍ଟିଜ୍‌ ଭାବେ ବିବେଚନା କରାଯିବ। ସେମାନଙ୍କୁ ଆଉ ଠିକା କର୍ମଚାରୀ କୁହାଯିବ ନାହିଁ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାଛଡ଼ା କର୍ମଚାରୀମାନଙ୍କୁ ମିଳୁଥିବା ଦରମାରୁ ନିଯୁକ୍ତିର ପ୍ରଥମ ବର୍ଷରୁ ୫୦% ଅଧିକ ଦରମା ପ୍ରଦାନ କରାଯିବ। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୬ ବର୍ଷ ପରେ ସେମାନଙ୍କର ଚାକିରି ନିୟମିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ୨୫୦ କୋଟି ଟଙ୍କା ଅଧିକ ବ୍ୟୟ ଭାର ବହନ କରିବାକୁ ପଡ଼ିବ। ଏହାଛଡ଼ା ପୂର୍ବରୁ ଠିକା କର୍ମଚାରୀମାନଙ୍କୁ ପୂର୍ବରୁ ଚିକିତ୍ସା ଖର୍ଚ୍ଚ ମିଳୁ ନ ଥିଲା। ଏଣିକି ସେମାନଙ୍କୁ ରାଜ୍ୟ ସରକାର ମେଡିକାଲ ଖର୍ଚ୍ଚ ପ୍ରଦାନ କରିବେ। ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

୪ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୧୨୮୦ କୋଟି

ପ୍ରତ୍ୟେକ ଗାଁକୁ ପାଇପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ବଦ୍ଧପରିକର। ଏହି କ୍ରମରେ ରାଜ୍ୟ ସରକାର ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଏବଂ ବୌଦ୍ଧ ଜିଲାର ୧୨ ଲକ୍ଷ ଲୋକଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ପିଇବା ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୧୨୮୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ରାୟଗଡ଼ା ଜିଲାର ରାୟଗଡ଼ା, କାଶୀପୁର ବ୍ଲକ ସମେତ ବୌଦ୍ଧ ଜିଲା ଏବଂ କନ୍ଧମାଳ, ହରଭଙ୍ଗା, ଫିରିଙ୍ଗିଆ, ଚକାପାଦ, ଖଜୁରିପଡା, ଜି ଉଦୟଗିରି ଏବଂ କେ ନୂଆଗାଁ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଚୂଡ଼ାନ୍ତ ହୋଇଥିବା ୩ଟି ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି।

 

ଏନ୍‌ପିଏସ୍‌ ଅବଦାନ ୧୪%କୁ ବଢ଼ିଲା
ଜାତୀୟ ପେନ୍‌ସନ ଯୋଜନା (ଏନ୍‌ପିଏସ୍‌) ଅଧୀନରେ ଥିବା କର୍ମଚାରୀଙ୍କ ମାସିକ ଅବଦାନ (କଣ୍ଟ୍ରିବ୍ୟୁଶନ)କୁ ରାଜ୍ୟ ସରକାର ୧୦%ରୁ ୧୪%କୁ ବୃଦ୍ଧି କରିଛନ୍ତି। ଏହା ପିଛିଲା ଭାବେ ୨୦୧୯ ଏପ୍ରିଲ ପହିଲାରୁ ଲାଗୁ ହେବ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୩୮୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ସେହିପରି ୨୦୧୯ରୁ ବକେୟା ବାବଦରେ ରାଜ୍ୟ ସରକାର ୭୭୨ କୋଟି ଟଙ୍କା ଜମା କରିବେ। ଏଥିରେ ପ୍ରାୟ ୨ ଲକ୍ଷ ୮ ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ଏହାଦ୍ୱାରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ ମଧ୍ୟରେ ତାରତମ୍ୟ ରହିବ ନାହିଁ। ଏହି ସ୍କିମ୍‌ ଗ୍ରୁପ୍‌ ସି ଓ ଡି ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଠିକା କର୍ମଚାରୀ ଏବଂ ସମସ୍ତ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହାଛଡ଼ା ରାଜ୍ୟ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ପାରିବାରିକ (ଫ୍ୟାମିଲି) ପେନ୍‌ସନ ଦେବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?