ଜୋରସୋରରେ ଚାଲିଛି ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ କାର୍ଯ୍ୟ

କୋଣାର୍କ,୮।୧୦(ଜ୍ୟୋତିରାଜ ମହାନ୍ତି)ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ପାଇଁ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ଜୋରଦାର ଆଗେଇ ଚାଲିଛି। କୋଣାର୍କ ଏନ୍‌ଏସି ଓ୍ବାର୍ଡ ନଂ. ୧ ଜୁଣେଇ ମୌଜାରେ ‘ସୂର୍ଯ୍ୟମନ୍ଦିର ନିର୍ମାଣ ଶାଳା କମିଟି’ ପକ୍ଷରୁ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ରାଜସ୍ଥାନରୁ ମାର୍ବଲ ପଥର ଅଣାଯାଇ କୁଶଳୀ କାରିଗରମାନେ ବିଭିନ୍ନ ମୂର୍ତ୍ତି ନିର୍ମାଣରେ ନିୟୋଜିତ ହୋଇଛନ୍ତି। କୋଣାର୍କ ଚକ୍ର ଏହି ମନ୍ଦିରର ଶୋଭା ବଢ଼ାଉଛି। ମନ୍ଦିର ନିର୍ମାଣ ସରିଲେ ମନ୍ଦିରରେ ରୀତିନୀତି ଅନୁଯାୟୀ, ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜାର୍ଚ୍ଚନା କରାଯିବ। ୧୨୦୦ ଶତାବ୍ଦୀରେ ରାଜା ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ଅର୍କକ୍ଷେତ୍ରରେ ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ। କାଳକ୍ରମେ ବ୍ରିଟିଶ ଶାସନ ସମୟଠାରୁ ଏଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ବନ୍ଦ ରହିଛି। କୋଣାର୍କ ସୂର୍ଯ୍ୟ ଉପାସନାର ଏକ ଧାର୍ମିକସ୍ଥଳୀ ଭାବେ ବିଶ୍ୱରେ ପ୍ରସିଦ୍ଧ। ଦୀର୍ଘବର୍ଷ ପରେ ସୌରକ୍ଷେତ୍ର କୋଣାର୍କରେ ସୂର୍ଯ୍ୟପୂଜା ପୁନଃ ପ୍ରଚଳନ କରିବାକୁ କୋଣାର୍କ ସମେତ ଭାରତ ବାହାରର ସୂର୍ଯ୍ୟ ଉପାସକ, ସଂସ୍କୃତି ଓ ଧାର୍ମିକ ବିଶାରଦଙ୍କ ମହଲରେ ଦାବି ହୋଇ ଆସୁଥିଲା। ‘ସୂର୍ଯ୍ୟମନ୍ଦିର ନିର୍ମାଣଶାଳା କମିଟି’ର ଅଧ୍ୟକ୍ଷ ମୁକେଶ ଜୈନ କୋଣାର୍କରେ ସୂର୍ଯ୍ୟପୂଜା ନିମନ୍ତେ ଏକ ଭବ୍ୟମନ୍ଦିର ନିର୍ମାଣ କରି ଏଠାରେ ପୁନଃ ସୂର୍ଯ୍ୟ ପୂଜାର୍ଚ୍ଚନା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଭାରତୀୟ ସଂସ୍କୃତିର ମହାନ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ଅର୍କକ୍ଷେତ୍ର କୋଣାର୍କରେ ପୁନଃ ସୂର୍ଯ୍ୟପୂଜା ଆରମ୍ଭ କରାଯାଇ ସୂର୍ଯ୍ୟ ଉପାସକଙ୍କ ନିମନ୍ତେ ଏକ ମହାନ ପ୍ରୟାସ ବୋଲି ଅଧ୍ୟକ୍ଷ ଜୈନ ମତବ୍ୟକ୍ତ କରିଛନ୍ତି। ଗତ ଏପ୍ରିଲ ୫ରେ ଏହି ମନ୍ଦିର ନିର୍ମାଣ ନିମନ୍ତେ ବିଧିବଦ୍ଧ ଭାବେ ଭୂମି ପୂଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri