ନିର୍ମାଣ ସରିଛି, କାର୍ଯ୍ୟକ୍ଷମ ହୋଇପାରୁନି ପୋଲ

ମାଲକାନଗିରି,୨୦ା୯ (ଡି.ଏନ୍‌.ଏ.):ମାଲକାନଗିରି ଜିଲାରେ ପ୍ରତିବର୍ଷ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇ ଯାତାୟାତ ଠପ୍‌ ହୋଇଯାଏ ା ବିଶେଷ କରି ମାଲକାନଗିରି-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଏମ୍‌.ଭି.-୧୧, କୋରୁକୋଣ୍ଡା, ତାର୍ଲାକୋଟାଠାରେ ଥିବା ନଦୀରେ ଏହି ଅବସ୍ଥା ଲାଗି ରହିଥିଲା। ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ଏହି ତିନୋଟି ନଦୀରେ ପୋଲ ନିର୍ମାଣ ପାଇଁ ଏମ୍‌.ଭି. ୧୧ର ଦାନିଗୁଡା ନଦୀରେ ୬/୮୬୩ କିମି, କୋରୁକୋଣ୍ଡା ନଦୀରେ ୧୬/୨୫୦ କିମି, ଏବଂ ତର୍ଲାକୋଟା ଏମ୍‌.ଭି.-୩୭ ନଦୀରେ ୨୪/୧୧୦ କିମିର ପୋଲ ନିର୍ମାଣ ପାଇଁ ୧୨ କୋଟି ୩୩ ଲକ୍ଷ ଟଙ୍କା ମଞ୍‌ୁର କରିଥିଲେ। ପରେ ଏହାର ଟେଣ୍ଡର ପ୍ରକ୍ରିୟା ୨୦୧୬ରେ ଶେଷ ହୋଇ ଠିକାଦାର ଚଳିତ ବର୍ଷ ଏମ୍‌.ଭି. ୧୧ ଏବଂ କୋରୁକୋଣ୍ଡା ନଦୀର ପୋଲ ନିର୍ମାଣ ଏବଂ ସଂଯୋଗୀ ରାସ୍ତା ଶେଷ କରିବା ପରେ ଏବେ ଏହି ପୋଲ ଉପରେ ଗାଡିମୋଟର ଯାତାୟାତ କରୁଛି। ମାତ୍ର ଏମ୍‌.ଭି. ୩୭ସ୍ଥିତ ତାର୍ଲାକୋଟା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ବର୍ଷେ ହେଲା ସରିଥିଲେ ମଧ୍ୟ ଉଭୟ ପାର୍ଶ୍ୱର ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରୁ ନ ଥିବାରୁ ଯାତାୟାତରେ ବାଧକ ସାଜିଛି। ପୋଲକୁ ଲାଗି ସହଦେବ ବୈଦ୍ୟ, ବରୁଣ ମଜୁମଦାର ଓ ମଧୁମଙ୍ଗଳ ବିଶ୍ୱାସଙ୍କ ପରିବାର ବସବାସ କରୁଛନ୍ତି। ମୁଖ୍ୟ ରାସ୍ତା କଡକୁ ଲାଗି ସେମାନଙ୍କ ପଟ୍ଟା ଜମି ରହିଥିବା ଦାବି କରିଛନ୍ତି। ଆମ ଘରର ମୂଲ୍ୟ ଓ ଜମିର ମୂଲ୍ୟ ଏପର୍ଯ୍ୟନ୍ତ ପାଇନାହୁଁ। ଏନେଇ ଚିତ୍ରକୋଣ୍ଡା ତହସିଲଦାର, ରାଜସ୍ବ ନିରୀକ୍ଷକ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇ କିଛି ସୁଫଳ ପାଇନାହୁଁ। କ୍ଷତିପୂରଣ ଅର୍ଥ ପାଇଲା ପରେ ଘର ଭଙ୍ଗାଯାଇ ପୋଲର ଉଭୟ ପଟର ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନ ଥିବାରୁ ଆମେ ଏହି ସଂଯୋଗୀକରଣ ରାସ୍ତା ନିର୍ମାଣକୁ ବିରୋଧ କରୁଛୁ ବୋଲି ସମ୍ପୃକ୍ତ ୩ ପରିବାର କହିଛନ୍ତି। ଏନେଇ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ, ଏ ସମ୍ପର୍କରେ ରାଜସ୍ବ ବିଭାଗକୁ ନେଇ ଏକ ବୈଠକ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିମାନଙ୍କଠାରୁ ଏନ୍‌ଓସି ଆସି ନ ଥିବାରୁ କାର୍ଯ୍ୟ ବନ୍ଦ ରହିଛି। ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ରାଜସ୍ବ ବିଭାଗ ଏହାର ମୂଲ୍ୟାଙ୍କନ କରି ଦେଲେ ସମ୍ପୃକ୍ତ ପଟ୍ଟାଧାରୀମାନଙ୍କୁ ଅର୍ଥ ପ୍ରଦାନ କରାଟ୍‌ଯି୍ବ। ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପୁତ୍ତର୍ର୍ ଓ ଗୃହ ନିର୍ମାଣ ବିଭାଗ ଏହି ତିନିଜଣଙ୍କ ଘର ଏବଂ ଜମିର କ୍ଷତିପୂରଣ ପ୍ରଦାନ କରିବେ। ତେବେ ଏହି ତିନିଜଣ ବ୍ୟକ୍ତି ଅନୁସୂଚିତ ଜାତି ହୋଇଥିବାରୁ ଏମାନଙ୍କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି ବୋଲି ଦୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri