ନିର୍ବାଚନୀ ସଭାରେ ନାଚିଲେ କଂଗ୍ରେସ ଜିଲା ସଭାପତି

ଉମରକୋଟ, ୧୩।୨(ସ୍ବ.ପ୍ର.): ଉମରକୋଟ ବ୍ଲକ କୁର୍ସୀରେ କଂଗେସ ଜିଲା ପରିଷଦ ପ୍ରାର୍ଥୀ ଦୀପା ରାୟ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଏକ ନିର୍ବାଚନୀ ସଭା କରାଯାଇଛି। ଏହି ସମୟରେ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଓ ପୂର୍ବତନ କାଉନ୍‌ସିଲର ମୁନା ପାଢି ଆଦିବାସୀ ଯୁବତୀଙ୍କ ଦେଶିଆ ନାଚ କରିଛନ୍ତି।
ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ବାବୁଲା ପଟ୍ଟନାୟକ, ଉମରକୋଟ ନଗର ସଭାପତି ଟୁଲୁ ସାହୁ, ପୂର୍ବତନ କାଉନସିଲର ମୁନା ପାଢ଼ି,ଅମୂଲ୍ୟ ପଟ୍ଟନାୟକ, କୃଷ୍ଣ ମାଝି, ଇସା ଲାଠିଆ, ସୁରେଶ ବେହେରା, ସୁରେନ୍ଦ୍ର ନାୟକ ଓ ବରିଷ୍ଠ ଆଇନଜୀବୀ ଶଙ୍କର ଦେ ପ୍ରମୁଖ କୁର୍ସୀରେ ପହଞ୍ଚତ୍ ଥିଲେ। ଆଦିବାସୀ ମହିଳାମାନେ ନୃତ୍ୟର ତାଳେତାଳେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ। ପରେ ଜିଲା ସଭାପତି ମୁନା ତ୍ରିପାଠୀ ଓ ପୂର୍ବତନ କାଉନ୍‌ସିଲର ମୁନା ପାଢ଼ୀ ଆଦିବାସି ଯୁବତୀଙ୍କ ସହ ଦେଶିଆ ନାଚ କରି ସ୍ଥାନୀୟ ଭୋଟରଙ୍କ ମନ ଜିଣି ପାରିଥିଲେ। ଏହାପରେ ଏକ ବୈଠକ କରାଯାଇଥିଲା। ଜିଲା ସଭାପତି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷି ଥିଲେ। ରାଜ୍ୟ ସରକାରଙ୍କ ୨୦ ବର୍ଷ ଶାସନରେ କୁର୍ସୀ ଅଞ୍ଚଳର ବିକାଶ ହୋଇନି। ଗତ ନିର୍ବାଚନର ଭାଜପା ପଞ୍ଚାୟତ ଦଖଲ କରିଥିଲେ ମଧ୍ୟ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଇ ଲୋକଙ୍କ ସମସ୍ୟାକୁ ଭୁଲିଗଲେ ବୋଲି ସେ କହିଛନ୍ତି। କେନ୍ଦ୍ର କଂଗ୍ରେସ ଅମଳର ଯୋଜନା ନାମ ବଦଳାଇ ବାହାବାହି ନେଉଛି ବୋଳି ସେ କହିଛନ୍ତି। କଂଗେସ କ୍ଷମତାକୁ ଆସିଲେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯିବ ବୋଲି ମୁନା ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?