ବର୍ଷାରେ ବିଗିଡ଼ିଲା ରାଜଧାନୀ ସ୍ଥିତି

ଭୁବନେଶ୍ୱର, ୨।୯ (ବନ୍ଦନା ସେଠୀ): ଶୁକ୍ରବାର ଦିନତମାମ ପାଗ ଖରାଟିଆ ଥିଲା। ଏପରି କି ଗରମ ମଧ୍ୟ ଅନୁଭୂତ ହେଉଥିଲା। ପରେ ଅପରାହ୍ନରୁ ପାଗ ଆଂଶିକ ମେଘୁଆ ରହିବା ସହ କାଁ ଭାଁ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇଥିଲା। ହେଲେ ସନ୍ଧ୍ୟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ସା ପ୍ରାୟ ୭ଟା ୧୫ରୁ ୭ଟା ୪୫ ଯାଏ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ଏକାଧିକ ସ୍ଥାନରେ ପାଣି ଜମିଥିବାବେଳେ ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡ଼ିଥିଲା। ଅଧିକାଂଶ ସ୍ଥାନରେ ଡ୍ରେନ୍‌ ସଫେଇ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଲୋକମାନେ ବର୍ଷା ପରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ବର୍ଷା ପରେ ଏଭଳିସ୍ଥିତିକୁ ଦେଖିବା ପରେ ବିଏମ୍‌ସିର ମୌସୁମୀ ପ୍ରସ୍ତୁତି ଏକପ୍ରକାର ଫେଲ୍‌ ମାରିଥିବା ସ୍ପଷ୍ଟ ହୋଇଛି। ଘନଘନ ବୈଠକ, କ୍ଷେତ୍ର ପରିଦର୍ଶନ କିଛି ବି ସୁଫଳ ଦେଇପାରି ନାହିଁ। ଅପରପକ୍ଷେ ସହରର ସମସ୍ତ ଡ୍ରେନ୍‌ ସଫେଇ ହୋଇ ନ ଥିବାରୁ ଏକାଧିକ ସ୍ଥାନରେ ପାଣି ଜାମ୍‌ ହୋଇ ରାସ୍ତାକୁ ଉଛୁଳିଥିଲା। ଖୋଦ୍‌ ବିଏମ୍‌ସି ମୁଖ୍ୟାଳୟର ମାତ୍ର କେଇ ମିଟର ଦୂରରେ ଥିବା ମହାନ୍ତି ସ୍କୋୟାରଠାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ଦେଖିବାକୁ ମିଳିଥିଲା। ସେହିପରି ଝାରପଡ଼ା ଜେଲ ରୋଡରେ ମଧ୍ୟ ପାଣି ଲହଡ଼ି ମାରିଥିବା ଦେଖିବାକୁ ମିଳିଥିଲା। ମାତ୍ର ଅଧଘଣ୍ଟାର ବର୍ଷାରେ ଡ୍ରେନ ଚୋକ୍‌ ହୋଇଯାଉଥିବାବେଳେ ରାସ୍ତାରେ ପାଣି ଜମିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅପରପକ୍ଷେ ବିଏମ୍‌ସି ପକ୍ଷରୁ କିଛି ସ୍ଥାନରେ ଜଳ ନିଷ୍କାସନ ଲାଗି ପମ୍ପ ସେଟ ଲଗାଯାଇଥିଲା। ସହରର ବିଭିନ୍ନ ତଳି ଅଞ୍ଚଳ ସମେତ ସୌଭାଗ୍ୟ ନଗର, ଶହୀଦନଗର, ବମିଖାଲ ଫ୍ଲାଏଓଭର, ଝାରପଡ଼ା, କଟକ-ଭୁବନେଶ୍ବର ଜାତୀୟ ରାଜପଥ ଆଦି ପ୍ରମୁଖ ସ୍ଥାନ ଏପରିକି ଭୁବନେଶ୍ବର ରେଳଷ୍ଟେଶନରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri