କଲେଜପଢ଼ୁଆ ମେୟର

ଜଣେ ୨୧ ବର୍ଷ ବୟସରେ ମେୟର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିବା ବିଷୟ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କଲେଜପଢ଼ୁଆ ଝିଅ ଆର୍ଯ୍ୟା ରାଜେନ୍ଦ୍ରନ୍‌ଙ୍କ ନାମ କେରଳ ରାଜଧାନୀ ଥିରୁଭାନନ୍ଥପୁରମ୍‌ର ମେୟର ଭାବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛି। ସହରାଞ୍ଚଳ ନିର୍ବାଚନରେ ଆର୍ଯ୍ୟାଙ୍କ ବିଜୟ ପରେ ସିପିଆଇ(ଏମ୍‌) ଥିରୁଭାନନ୍ଥପୁରମ୍‌ ଜିଲା ସେକ୍ରେଟାରିଏଟ୍‌ ତାଙ୍କ ନାମ ମେୟର ଲାଗି ସୁପାରିସ କରିବା ପରେ ଷ୍ଟେଟ୍‌ ସେକ୍ରେଟାରିଏଟ୍‌ ତାହାକୁ ମଞ୍ଜୁର କରିଥିବା ଜଣାପଡ଼ିଛି। ଆର୍ଯ୍ୟା ମେୟର ଘୋଷଣା ହୋଇଥିବାରୁ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି। ମୁଦାଭାଙ୍କୁଲସ୍ଥିତ ଭଡ଼ାଘରେ ରହୁଥିବା ଆର୍ଯ୍ୟା ଅତି ବିନମ୍ରତାର ସହିତ କହିଛନ୍ତି ଯେ, ତାଙ୍କ ନୂଆ ଦାୟିତ୍ୱ ବିଷୟରେ ସରକାରୀ ସ୍ବୀକୃତିକୁ ଅପେକ୍ଷା ରହିଛି। ତେବେ ସବୁକିଛି ଠିକ୍‌ଠାକ୍‌ ରହିଲେ ଆର୍ଯ୍ୟା କେବଳ ଯେ କେରଳ ରାଜଧାନୀର ନୂଆ ମେୟର ହେବେ ତାହା ନୁହେଁ, ସେ ଦେଶର ସର୍ବକନିଷ୍ଠା ମେୟର ହେବାକୁ ଯାଉଛନ୍ତି।
ଖାଣ୍ଟି ବାମପନ୍ଥୀ ପରିବାରରେ ଆର୍ଯ୍ୟାଙ୍କ ଜନ୍ମ। ପିତା ସିପିଆଇ(ଏମ୍‌) କାର୍ଯ୍ୟକର୍ତ୍ତା ତଥା ବୃତ୍ତିରେ ଇଲେକ୍‌ଟ୍ରିସିଆନ୍‌ କେ. ରାଜେନ୍ଦ୍ରନ୍‌ ଓ ମାତା ଶ୍ରୀଲଥା ହେଉଛନ୍ତି ଜଣେ ଏଲ୍‌ଆଇସି ଏଜେଣ୍ଟ। ଆର୍ଯ୍ୟା ଏବେ ଅଲ୍‌ ସେଣ୍ଟସ୍‌ କଲେଜରେ ବି.ଏସ୍‌ସି. ଗଣିତର ଦ୍ୱିତୀୟ ବର୍ଷର ଛାତ୍ରୀ। ପିଲାଟି ବେଳୁ ସେ ପିତାଙ୍କ ବାମପନ୍ଥୀ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇ ଆସିଛନ୍ତି। ଭାରତୀୟ ଛାତ୍ର ମହାସଂଘ (ଏସ୍‌ଏଫ୍‌ଆଇ) ରାଜ୍ୟସ୍ତରୀୟ କମିଟିର ସେ ସଦସ୍ୟ ଅଛନ୍ତି। ଏଥିସହିତ ବାମପନ୍ଥୀ ଦଳର ଶିଶୁ ଶାଖା ‘ବାଲ୍‌ସଙ୍ଘମ୍‌’ର ସେ ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଆର୍ଯ୍ୟାଙ୍କୁ ଯେତେବେଳେ ମାତ୍ର ଛ’ ବର୍ଷ ହୋଇଥିଲା ସେ ବାଲ୍‌ସଙ୍ଘମ୍‌ ସହିତ ଜଡ଼ିତ ହୋଇଥିଲେ। ତାଙ୍କ ରାଜନୈତିକ ଆଦର୍ଶ ବ୍ୟକ୍ତିତ୍ୱ କହିଲେ ସେ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ୍‌ଙ୍କୁ ଗୁରୁ ଭାବେ ଗ୍ରହଣ କରିଥାଆନ୍ତି। ଦଳରେ ନିଷ୍ଠା ରଖି କାର୍ଯ୍ୟ କରୁଥିବାର ପ୍ରମାଣ ପାଇବା ପରେ ତାଙ୍କୁ ପୌର ନିର୍ବାଚନରେ ଭାଗ ନେବାର ସୁଯୋଗ ଦିଆଯାଇଥିଲା। ସେ ସେହି ସୁଯୋଗକୁ ଗୁରୁଜ୍ଞାନ କରି ମୁଦାଭାଙ୍କୁଲ ଓ୍ବାର୍ଡରୁ ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ। ପ୍ରଚାରରେ ଅକ୍ଳାନ୍ତ ପରିଶ୍ରମ ଓ ଭାଗ୍ୟଦେବୀଙ୍କ ଆଶୀର୍ବାଦ ତାଙ୍କୁ ୨,୮୭୨ ଭୋଟ ଦେଇପାରିଥିଲା, ଯାହା କଂଗ୍ରେସ ପ୍ରାର୍ଥୀଠାରୁ ୫୪୯ ଖଣ୍ଡ ଅଧିକ ଥିବା ଜଣାପଡ଼ିଛି। ଖୁବ୍‌ କମ୍‌ ବୟସରେ ମେୟର ହେବାକୁ ଯାଉଥିବାରୁ ଓ ଏବେ କଲେଜପଢ଼ା ଥିବାରୁ ସେ କିଭଳି ସମୟ ପରିଚାଳନା କରି ଦୁଇଟି ଦିଗକୁ ନ୍ୟାୟ ଦେଇପାରିବେ ବୋଲି ପଚରା ହେବାରୁ ଆର୍ଯ୍ୟା ତାହାର ସରଳ ଉତ୍ତର ଦେଇଛନ୍ତି। ଯେତେ ଯାଏ ପଢ଼ି ହେବ ସେତେଯାଏ ସେ ପଢ଼ିବେ ବୋଲି କହିଛନ୍ତି। କଲେଜ ଅଧ୍ୟାପକ ଓ ତାଙ୍କ ବନ୍ଧୁମାନେ ରାଜନୀତିରେ ପ୍ରବେଶ କରିବା ଲାଗି ସବୁ ପ୍ରକାର ସମର୍ଥନ ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।
କୁହାଯାଇଥାଏ ଯିଏ ୧୦ଟା କାର୍ଯ୍ୟ କରିପାରେ ସେ ଆଉ ଗୋଟିଏ କାର୍ଯ୍ୟ ସୁରୁଖୁରୁରେ କରିପାରିବେ। ଅର୍ଥାତ୍‌ ଉତ୍ସାହୀ ଓ ଉଦ୍ୟମୀଙ୍କ ପାଇଁ କାର୍ଯ୍ୟ କରିବା ସର୍ବଦା ସନ୍ତୋଷ ଦେଇଥାଏ। କଲେଜପଢ଼ୁଆ ଝିଅ ମେୟର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସି ଲୋକଙ୍କ ସେବା କରିବା ନିଶ୍ଚିତ ଭାବେ କିଶୋରୀମାନଙ୍କ ପାଇଁ ପ୍ରେରଣାଦାୟକ ହୋଇପାରିବ। ନାରୀ ସଶକ୍ତୀକରଣର ଏହା ହେଉଛି ଏକ ପରିପୂର୍ଣ୍ଣ ଉଦାହରଣ। ଆର୍ଯ୍ୟାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ସମାଜରେ କିଛି କରି ଦେଖାଇବାର ମନୋବଳ ଯୋଗୁ ଏହା ସମ୍ଭବ ହୋଇପାରିଛି। ମେୟର ଭାବେ ଦାୟିତ୍ୱ ଗ୍ରହଣ କଲେ ସେ ରାଜଧାନୀ ନଗରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା କରିବା ତାଙ୍କ ପ୍ରଧାନ ଲକ୍ଷ୍ୟ ରହିବ ବୋଲି କହିଛନ୍ତି। ତାଙ୍କ ପୂର୍ବସୂରୀମାନଙ୍କ ପାଇଁ ବର୍ଜ୍ୟବସ୍ତୁ କଠିନ କାର୍ଯ୍ୟ ରହିଆସିଥିବାରୁ ତାହାକୁ ସେ ପ୍ରଥମ କାର୍ଯ୍ୟ ଭାବେ ହାତକୁ ନେବେ ବୋଲି ପ୍ରକାଶ କରିଛନ୍ତି। ଥିରୁଭାନନ୍ଥପୁରମ୍‌ ଏକ ସୁନ୍ଦର ସହର। ବୈଜ୍ଞାନିକ ଉପାୟରେ ବର୍ଜ୍ୟବସ୍ତୁ ସଫା ହୋଇଗଲେ ଏହାର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ। ସେଥିପାଇଁ ଜନସାଧାରଣ ରାସ୍ତାକଡ଼ରେ ମଇଳା ନ ଫିଙ୍ଗିବାକୁ ସେ ଅନୁରୋଧ କରିଛନ୍ତି। କାଉନ୍‌ସିଲର ଭାବେ ତାଙ୍କ ଓ୍ବାର୍ଡରେ ଏକ ପରିବାର ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ସେ ଲକ୍ଷ୍ୟ ରଖିଛନ୍ତି, ଯଦ୍ଦ୍ବାରା ପିଲାମାନଙ୍କ ଚାପ କମିପାରିବ। ବିଶ୍ୱର ସର୍ବବୃହତ୍‌ ସଙ୍ଗଠନ ଭାବେ ବିବେଚନା କରାଯାଉଥିବା ‘ବାଲ୍‌ସଙ୍ଘମ୍‌’ର ସଭାପତି ହୋଇଥିବାରୁ ପିଲାଙ୍କ ଚାପକୁ ସେ ଭଲ ଭାବେ ଅନୁଭବ କରିଛନ୍ତି। ଭଡ଼ାଘରେ ରହୁଥିବା ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଝିଅ ମନରେ ସ୍ବାସ୍ଥ୍ୟ ଓ ପରିମଳ ଭଳି ମୌଳିକ ଭିତ୍ତିଭୂମିର ଉନ୍ନତି ଚିନ୍ତା ଆସିବା ତାଙ୍କ ସେବା ମନୋବୃତ୍ତିର ପରିଚୟ ଦେଉଛି ବୋଲି କୁହାଯାଇପାରେ। ସ୍ବପ୍ନ ସାକାର ପାଇଁ ଯିଏ ଛୋଟିଆ ବିଷୟଟିକୁ ସର୍ବାଧିକ ଗୁରୁତ୍ୱ ଦେଇ କାମ କରିଥାଆନ୍ତି, ତାଙ୍କୁ ସଫଳତା ମିଳିବା ନିଶ୍ଚିତ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଅନାଥଙ୍କ ବିଶ୍ୱ ଦିବସ

ଡ.ମୌସୁମୀ ପରିଡ଼ା ବିଶେଷତଃ ପରିବାରଗୁଡ଼ିକରେ ବୃଦ୍ଧମାନଙ୍କୁ ଛାଡ଼ିଦେଲେ ପିଲାମାନେ ମଧ୍ୟ ଅବହେଳାର ଶିକାର ହୁଅନ୍ତି। ଖାଦ୍ୟ, ପୋଷାକ ସମ୍ବନ୍ଧୀୟ ଆବଶ୍ୟକତା ଛଡ଼ା ଅନ୍ୟ ବିଷୟ ପ୍ରତି...

ଏକଚ୍ଛତ୍ରବାଦର ପଥରୋଧ

କୌଶିକ ବସୁ ଗତ ସପ୍ତାହରେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି) ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧ ପାଇଁ ଓପଚାରିକ ଭାବେ ଦୋଷୀ କରିଥିଲେ।...

ସଙ୍କଟରେ ହାତୀ

ପୁରୀ ମହାରାଜାଙ୍କୁ ଗଜପତି ବୋଲି କୁହାଯାଏ; କାରଣ ଓଡ଼ିଶାରେ ଗଜ ଅର୍ଥାତ୍‌ ହସ୍ତୀଙ୍କ ସଂଖ୍ୟା ବହୁତ ଥିଲା। ବର୍ତ୍ତମାନ ଗଜପତିଙ୍କ ରାଜ୍ୟ ଓଡ଼ିଶା ଏବେ ଗଜଶୂନ୍ୟ...

ପେନ୍‌ ପିଣ୍ଟର ବିଜେତା

ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...

ଏଇ ଭାରତରେ

କୋଭିଡ୍‌-୧୯ରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଡ. ମନୋଜ ଗୋଏଲ ବି ଜଣେ, ଯିଏ ମହାମାରୀ ବ୍ୟାପିବା ଦିନଠାରୁ ଏଯାବତ ଛୁଟି ନ...

ଓଟିଟି ମାର୍ଗଦର୍ଶିକ

ଜିତେନ୍ଦ୍ର କୁମାର ନାୟକ ସଙ୍କଟକୁ ସାମ୍ନାକରି ଯେଉଁମାନେ ସଫଳତା ପାଇଥାଆନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଥାଆନ୍ତି। ନିକଟରେ ଫୋର୍ବସ ଦ୍ୱାରା ଭାରତୀୟ ମହିଳା ଶକ୍ତିଙ୍କୁ...

ପ୍ରାଣୀ ପ୍ରତି ପ୍ରେମ

ନୀଳିମା ନିବେଦିତା ଉପନିଷଦ କୁହେ : ଅନ୍ନଂ ବ୍ରହ୍ମ। ଅର୍ଥାତ୍‌ ଅନ୍ନ ହିଁ ବ୍ରହ୍ମ। ଯଦିଚ ପ୍ରୋଟିନ ଓ ଦେହ ପାଇଁ ହିତକର କହି ଅଧିକାଂଶ...

ମହାକାଶ ପର୍ଯ୍ୟଟନର ସମ୍ଭାବନା

ନଗେନ୍ଦ୍ର ନାଥ ପଟ୍ଟନାୟକ ଏବେ ମହାକାଶ ପର୍ଯ୍ୟଟନ ବାସ୍ତବତାରେ ପରିଣତ ହୋଇଛି। ଅରବପତି ରିଚାର୍ଡ ବ୍ରାନ୍‌ସନ୍‌ଙ୍କ ଘରୋଇ କମ୍ପାନୀ ଭର୍ଜିନ ଗେଲୋକ୍ଟିକ ମହାକାଶରେ ଯାତ୍ରା କରିବାର...

Advertisement
Archives

Model This Week