ବନ୍ଧୁତ୍ୱର ପତନ

ଗୋଟିଏ ସମସ୍ୟା ସମାଧାନ କରିବାକୁ ହେଲେ ଆମକୁ ପ୍ରଥମେ ସମସ୍ୟାଟି ରହିଛି ବୋଲି ସ୍ବୀକାର କରିବାକୁ ହେବ। ଯଦି ସମସ୍ୟାକୁ ସ୍ବୀକାର କରିବା ନାହିଁ ତେବେ ତାହାକୁ ସମାଧାନ କରିହେବ ନାହିଁ। ଏହାକୁ ମଧ୍ୟ ଠିକ୍‌ କରିପାରିବା ନାହିଁ। ପ୍ରଥମ ପଦକ୍ଷେପ ହେଉଛି ସମସ୍ୟା ରହିଛି ବୋଲି ଗ୍ରହଣ କରିବା ପରେ ହିଁ ତାହାର ସମାଧାନ ଲାଗି ଆଗକୁ ବଢ଼ିବାକୁ ହେବ। ଆଜି ଆମେ ଯେଉଁ ସମସ୍ୟା ସମ୍ପର୍କରେ ଆଲୋଚନା କରିିବାକୁ ଯାଉଛୁ ତାହା ହେଉଛି ଏକ ପ୍ରକାର ବ୍ୟକ୍ତିଗତ କୂଟନୀତି, ଯାହା ଆମେ ୨୦୧୪ ପରଠାରୁ ଦେଖିବାକୁ ପାଇଛୁ। ଏହା ବିଶେଷକରି ପାରସ୍ପରିକ ଆଲୋଚନା ଏବଂ ସହାନୁଭୂତି ପ୍ରଦର୍ଶନ, ଅଥିତିଙ୍କ ସମ୍ମାନାର୍ଥେ ଭବ୍ୟ କାର୍ଯ୍ୟକ୍ରମ ଭଳି ବିଷୟଗୁଡ଼ିକରେ କେନ୍ଦ୍ରିତ ରହେ ଏବଂ ଏହିସବୁ କାର୍ଯ୍ୟ ଦ୍ୱାରା ସୃଷ୍ଟି ହେଉଥିବା ‘ବନ୍ଧୁତ୍ୱ’ ସମସ୍ୟା ସମାଧାନରେ ସାହାଯ୍ୟ କରିବ ବୋଲି ଧାରଣା ରହିଛି। ଆମେ ଏହି ବିଷୟ ଆଲୋଚନା କରିବାର କାରଣ ହେଉଛି ଭାରତ ସରକାର ଏବେ ନିଜ ପାଇଁ ବିଶ୍ୱରେ ଏକ ସ୍ଥାନ ପାଇବାକୁ ସଂଗ୍ରାମ କରିଛି। ଦେଶଗୁଡ଼ିକ ନିଜକୁ ମିତ୍ର ବୋଲି ଭାବୁଥିଲେ ମଧ୍ୟ ଯଦି ସହଯୋଗୀ ନୁହନ୍ତି, ତେବେ ସେମାନଙ୍କୁ ବିନା କାରଣରେ ଦଣ୍ଡିତ କରାଯାଇଛି। ଏହା ଯୋଗୁ ଗତ କିଛିଦିନ ହେଲା ଦେଖିବାକୁ ମିଳିଛି ଯେ, ଦେଶଗୁଡ଼ିକ ଶତ୍ରୁ ନ ହେଲେ ବି ପ୍ରତିଦ୍ୱନ୍ଦ୍ୱୀ ପାଲଟି ଯାଇଛନ୍ତି। ଏହା ହିଁ ହେଉଛି ସମସ୍ୟା। ଏହି ସରକାରଙ୍କ ପାଇଁ ଏହାର ସମାଧାନ ସହଜ ନୁହେଁ, କାରଣ ଜଣେ ବ୍ୟକ୍ତିଙ୍କ କ୍ଷମତା ଉପରେ ଏହାର ସଫଳତା ନିର୍ଭର କରେ। ହେଲେ ବୁଝିବାକୁ ହେବ ଯେ, ଯାହା ବିଶ୍ୱାସ କରାଯାଉଥିଲା ଏହି ଅସାଧାରଣ କ୍ଷମତା ସେଭଳି କାମ କରିନାହିଁ। କିନ୍ତୁ ଏହା ଉପରେ ଅଯାଚିତ ଭାବେ ମତଦେବା ଜଣେ ସ୍ତମ୍ଭକାରଙ୍କ କାମ ଏବଂ ସଙ୍କଟ ସମୟରେ ବିଶେଷକରି ଆମେ ମିଳିତ ଭାବେ କଠିନ ପରିଶ୍ରମ କରିବା ଦରକାର। ସମସ୍ୟାର ମୂଳରେ ରହିଛି ଗୋଟିଏ ସରଳ କଥା, ଯାହା ଏବେ ସ୍ପଷ୍ଟ ହୋଇଛି। ଆମ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ କୂଟନୀତିରେ ଏତେ ଭଲ ନୁହନ୍ତି। ବ୍ୟକ୍ତିଗତ କୂଟନୀତି କାମ କରିଛି କି ନାହିଁ ତାହା ଏଠାରେ ବଡ଼ କଥା ନୁହେଁ। କିନ୍ତୁ ପରିସ୍ଥିତିକୁ ନେଇ ଏହା ଉପଯୋଗୀ ହୋଇପାରେ। ରିଚାର୍ଡ ନିକ୍ସନ ଏବଂ ହେନେରୀ କିସିଙ୍ଗର ଆମେରିକା ସମର୍ଥନରେ ଚାଇନାକୁ ଆଣିବାକୁ ବ୍ୟବହାର କରିଥିଲେ ଏବଂ ମାଓଙ୍କୁ ସୋଭିଏଟ୍‌ ସହ ମେଣ୍ଟ କରିବାରୁ ବିରତ କରିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର ଅଲି ଭୁଟ୍ଟୋ ବିଦେଶର ଉଚ୍ଚପଦସ୍ଥ ବ୍ୟକ୍ତିଙ୍କୁ ଯେତେବେଳେ ଆତିଥେୟତା ପ୍ରଦାନ କରନ୍ତି, ସେତେବେଳେ ସେ ବ୍ୟକ୍ତିଗତ ଭାବେ ସେମାନଙ୍କୁ ପାଛୋଟି ଆଣିବା ସକାଶେ ବିମାନବନ୍ଦରରେ ଉପସ୍ଥିତ ହୋଇଥାନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ମନେପକାଇ ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଇକ୍‌ବାଲ ଅଖୁନ୍ଦ ଓ ଲେଖକ ରଫି ରାଜା ଲେଖିଛନ୍ତି ଯେ, ଏଥିରୁ ବେଳେ ବେଳେ ସକାରାତ୍ମକ ପରିଣାମ ମିଳିଛି। ତେବେ ଆମେ ଏଠି ତାହା କରୁନାହଁୁ। ଗଲଓ୍ବାନ ଘାଟିରେ ଯେତେବେଳେ ସଂଘର୍ଷ ଘଟିଲା, ସେତେବେଳେ ପ୍ରଧାନମନ୍ତ୍ରୀ ଉତ୍ସାହିତ କରି ଆସିଥିବା ଏକ ପାରସ୍ପରିକ ବନ୍ଧୁତ୍ୱ ତଥା ବିଶ୍ୱାସର ପତନ ଘଟିଲା। ସେପ୍ଟେମ୍ବର ୨୦୧୪ରେ, ସେ ଚାଇନା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଦର୍ଶାଇବା ଲାଗି କରିଥିଲେ- ଏହି ସମ୍ପର୍କ ‘ଇଞ୍ଚ’(ଆଇଏନ୍‌ସିଏଚ୍‌- ଇଣ୍ଡିଆ ଓ ଚାଇନା ସୂଚିତ କରେ)ରୁ ‘ମାଇଲ୍ସ’ ମିଲେନିୟମ ଅଫ୍‌ ଏକ୍ସେପସନାଲ ସିନର୍ଜି) ଆଡ଼କୁ ଆଗଉଛି। ୨୦୧୪ରେ ଯେଉଁ ରିପୋର୍ଟ ଏହାକୁ ସାମ୍‌ନାକୁ ଆଣିଥିଲା ତାହାର ଶେଷ ପାରାରେ ଉଲ୍ଲେଖ ରହିଥିଲା,”ଲେହର ସ୍ଥାନୀୟ ଅଧିକାରୀମାନେ ଦାବି କରିଛନ୍ତି ଯେ, ଚାଇନାର ଲୋକେ ସରକାରୀ ଗାଡ଼ିରେ ଲଦାଖର ଡେମଚୋକର ଏକ ଅଞ୍ଚଳରେ ପ୍ରବେଶ କରିଥିଲେ ଏବଂ ସେଠାରେ ଏକ ଜଳସେଚନ ପ୍ରକଳ୍ପରେ କାମ କରୁଥିବା ଲୋକଙ୍କୁ ବାଧା ଦେଉଥିଲେ। ବିବାଦୀୟ ସୀମାକୁ ନେଇ ମୋଦି ଏବଂ ଶି’ଙ୍କ ମଧ୍ୟରେ ଆଲୋଚନା ହେବା ଦରକାର।“
୨୦୨୦ରେ ଗଲଓ୍ବାନରେ ସଂଘର୍ଷ ଘଟିବା ପୂର୍ବରୁ ମୋଦି ୧୮ ଥର ଶି’ଙ୍କୁ ଭେଟିଥିଲେ। କିନ୍ତୁ ସୀମା ବିବାଦ ସମ୍ପର୍କରେ ଆଲୋଚନା କରି ନ ଥିଲେ। ଏହା ଆମ ବିଫଳତା ଥିଲା। ଶେଷରେ ତାଙ୍କ ପଦକ୍ଷେପଗୁଡ଼ିକର ପ୍ରତିକ୍ରୀୟା ମଧ୍ୟ ବ୍ୟକ୍ତିଗତ ଥିଲା। ଗଲଓ୍ବାନ ସଂଘର୍ଷ ପରେ ଏଯାବତ୍‌ ଶି’ଙ୍କୁ ସାକ୍ଷାତ କରିବା ପାଇଁ ମୋଦି ଚାହିଁ ନାହାନ୍ତି। ଏବେ ଟ୍ରମ୍ପ କାହିଁକି ଭାରତକୁ ନିର୍ଯାତନା ଦେଇଛନ୍ତି ସେ ବିଷୟରେ ଆମ କୂଟନୀତିଜ୍ଞମାନେ ନିଶ୍ଚିତ ନୁହନ୍ତି। ଅତୀତରେ ଏକ ଉଦାହରଣ ଦେଖିବା। ଟ୍ରମ୍ପଙ୍କ ପ୍ରଥମ ପାଳିରେ ଇରାନଠାରୁ ତେଲ କିଣିବା ବନ୍ଦ କରିବା ପାଇଁ ସେ ଭାରତ ଉପରେ ଚାପ ପକାଇଥିଲେ। ଆମେ ଅଭିଯୋଗ କରିଥିଲୁ, ଆମ ରିଫାଇନେରିଗୁଡ଼ିକ ଇରାନ ଅଶୋଧିତ ତେଲ ପାଇଁ ଠିକ୍‌। ତେବେ ଇରାନ ଉପରେ ଟ୍ରମ୍ପ ପ୍ରଶାସନର ଅପରେଶନକୁ ନେଇ ଜାତିସଂଘର କୌଣସି କଟକଣା ନ ଥିଲେ ମଧ୍ୟ ପରେ ଆମେ ଟ୍ରମ୍ପଙ୍କ କଥା ମାନିନେଲୁ।
ଟାରିଫ୍‌କୁ ନେଇ ଟ୍ରମ୍ପ କାହିଁକି ଆମ ପ୍ରତି କଠୋର ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ସହଜରେ ବୁଝି ହେଉଛି। ଦେଖିବାକୁ ଗଲେ ଭାରତ-ପାକିସ୍ତାନ ଯୁଦ୍ଧ ସମାପ୍ତ କରିବାରେ ତାଙ୍କ ଭୂମିକାକୁ ଭାରତ ଗ୍ରହଣ କରି ନ ଥିବାରୁ ସେ ଏଭଳି ପଦକ୍ଷେପ ନେଇନାହାନ୍ତି। ଉତ୍ପୀଡ଼କ ସବୁବେଳେ ସମସ୍ତଙ୍କ ସହ ଲଢ଼େଇ କରିବାକୁ ଚାହେଁନାହିଁ। ସେ ସାଧାରଣରେ ନିଜକୁ ଏକ ସ୍ବତନ୍ତ୍ର ଭାବେ ଉପସ୍ଥାପିତ କରେ ଏବଂ ଅନ୍ୟମାନେ ବିନା ଯୁଦ୍ଧରେ ତା’ ଆଜ୍ଞା ପାଳନ କରନ୍ତୁ ବୋଲି ଚାହେଁ। ଏବେ ବିଶ୍ୱ ସାମ୍ନାରେ ତାହା ହିଁ ଘଟିଛି। ହ୍ୟୁଷ୍ଟନ ଓ ଅହମଦାବାଦରେ ଟ୍ରମ୍ପଙ୍କ ପାଇଁ ବିଶାଳ ରାଲି ଆମକୁ ଏହି ଉତ୍ପୀଡ଼ନରୁ ରକ୍ଷା କରିପାରିଲା ନାହିଁ। କାରଣ ଟ୍ରମ୍ପ ଜଣେ ସ୍ବାର୍ଥପର ଉତ୍ପୀଡ଼କ। ସେ ଆରମ୍ଭରୁ ଶେଷଯାଏ ତାଙ୍କ ସ୍ବାର୍ଥ ଦେଖନ୍ତି। ତାହା ହିଁ ତାଙ୍କ ଚରିତ୍ର। ଏହା ଆମର ତ୍ରୁଟି ଯେ, ଟ୍ରମ୍ପଙ୍କ ସହ ଆମର ତଥାକଥିତ ନିବିଡ଼ତା ଥିବା ସତ୍ତ୍ୱେ ଶି’ଙ୍କ କ୍ଷେତ୍ରରେ ଯାହା ଘଟିଥିଲା ତାହାକୁ ଆମେ ବୁଝିପାରିଲୁ ନାହିଁ। ସେତେବେଳେ ଆମେ ଯାହାଥିଲୁ ଏବେ ସେହି ସ୍ତରରେ ରହିଛୁ ବୋଲି ଯଦି ଆମେ ବୁଝିଥାଆନ୍ତୁ ତେବେ ଆମେ ଏହାକୁ ସୁଧାରି ନେଇଥାଆନ୍ତୁ। କିନ୍ତୁ ରେକର୍ଡକୁ ଦେଖିଲେ, ଆମେ ୨୦୧୪ରୁ ଆପଣାଇଥିବା ଧାରାକୁ ଜାରି ରଖିଛୁ ଓ ଆଗକୁ ଏହାକୁ ଆପଣାଇବାର ଅଧିକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?