ସହର ହେବ ୫ ଜୋନ୍‌, ଜଗିବେ ୭୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୨୭ା୫: ଆସନ୍ତା ଜୁନ ୪ରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବା ସହ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନଯାତ୍ରା ସହ ହାତୀବେଶ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବ। ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏସ୍‌ପି କନଓ୍ବର ବିଶାଲ ସିଂହ ସ୍ନାନଯାତ୍ରାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି। ପୋଲିସ ପକ୍ଷରୁ କରାଯାଉଥିବା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସହ ଜନଗହଳି ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥା ଲାଗି ପୁରୀ ସହରକୁ ୫ଟି ଜୋନରେ ବିଭକ୍ତ କରାଯାଇଛି।
ଏସ୍‌ପି କହିଛନ୍ତି ଯେ, ଆମ୍ବୁଲାନ୍ସ କରିଡର, ସହରର ସୁରକ୍ଷା ବ୍ୟବସ୍ଥା, ସମୁଦ୍ରକୂଳ ଅଞ୍ଚଳରେ ବିଶେଷ ବ୍ୟବସ୍ଥା କରାଯିବ। ଏଥିପାଇଁ ଅଗ୍ନିଶମ କର୍ମଚାରୀ ଓ ନୋଳିଆ ସ୍ବେଚ୍ଛାସେବୀଙ୍କ ସହିତ ଆଲୋଚନା ହେବ। ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ପୁରୀ ସହରକୁ ୫ଟି ଜୋନ୍‌ରେ ବିଭକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଚାରିପାଖ ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଏବଂ ଶ୍ରୀମନ୍ଦିର ଚାରିପାଖରେ ଥିବା ଛକ ଯଥା କାକୁଡିଖାଇ ଛକ, ଦୋଳମଣ୍ଡପ ସାହି, ଗଡ଼ନ୍ତି ଛକ ଏସବୁକୁ ଗୋଟିଏ ଜୋନ କରାଯାଇଛି। ଏହି ସବୁ ସ୍ଥାନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି, ଯେପରି ଟ୍ରାଫିକ ନିୟନ୍ତ୍ରଣ, ଗହଳି ନିୟନ୍ତ୍ରଣ ହୋଇପାରିବ। ଏଥିସହ ସାହି ବାନ୍ଦିନ୍ଦାଙ୍କୁ ଯେପରି କୌଣସି ସମସ୍ୟା ନ ହେବ ସେଥିପାଇଁ ଦୃଷ୍ଟି ଦିଆଯାଉଛି। ସେହିପରି ମେଡିକାଲ ଛକଠାରୁ ଅଠରନଳା ପର୍ଯ୍ୟନ୍ତ ଗୋଟିଏ ଜୋନ କରାଯାଇଛି। ସମୁଦ୍ରକୂଳ ଅଞ୍ଚଳକୁ ଗୋଟିଏ ଏବଂ ବାଲିଘାଇ ଅଞ୍ଚଳକୁ ଅନ୍ୟ ଏକ ଜୋନ କରାଯାଇଛି। ଜୋନଗୁଡିକୁ ବିଭିନ୍ନ ସେକ୍ଟର କରାଯାଇଛି ଇନ୍ସପେକ୍ଟର ର଼୍ୟାଙ୍କର ଅଫିସର ଦାୟିତ୍ୱରେ ରହିବେ। ସେହିଭଳି ସ୍ନାନଯାତ୍ରା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୫ରୁ ୧୦ ପ୍ଲାଟୁନ ଫୋର୍ସ ରିିଜର୍ଭରେ ରହିବେ। ୨୦ଜଣ ଅତିରିକ୍ତ ଏସ୍‌ପି, ଡିସିପି ର଼୍ୟାଙ୍କର ଅଫିସର, ୮୦ରୁ ୯୦ ଜଣ ବରିଷ୍ଠ ଦକ୍ଷ ଅଧିକାରୀ ଦାୟିତ୍ୱରେ ରହିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା ହେବ। ସିସିଟିଭି ଲଗାଯିବ। ଚାରିଚକିଆ ଗାଡ଼ିର ପାର୍କିଂ ଲାଗି ବ୍ୟବସ୍ଥା ହେଉଛି। ଖୁବ୍‌ଶୀଘ୍ର ଟ୍ରାଫିକ ବ୍ୟବସ୍ଥା ନେଇ ସୂଚନା ଦିଆଯିବ। ମହାପ୍ରଭୁଙ୍କ କୃପାରୁ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ବୋଲି ଏସ୍‌ପି ଆଶା ପ୍ରକାଶ କରିବା ସହ ଡିୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?